ଯୁବକଙ୍କ ତୃତୀୟ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା: ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦୁର୍ବୃତ୍ତ ଫେରାର

ମହିଳାଙ୍କୁ ଟାଙ୍ଗିଆରେ ହାଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦୁର୍ବୃତ୍ତ ଫେରାର। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ବଡ଼ ନାରାୟଣୀ ଗ୍ରାମପଞ୍ଚାୟତର ଦେଓଗାଁ ଗ୍ରାମରେ।

Mayurbhanj Murder (1)

ରାଇରଙ୍ଗପୁର/ତିରିଂ: ମହିଳାଙ୍କୁ ଟାଙ୍ଗିଆରେ ହାଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦୁର୍ବୃତ୍ତ ଫେରାର। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ବଡ଼ ନାରାୟଣୀ ଗ୍ରାମପଞ୍ଚାୟତର ଦେଓଗାଁ ଗ୍ରାମରେ। ଘଟଣାଟି ଗତ ରାତିରେ ଘଟିଥିବା ବେଳେ ପ୍ରାୟ ରାତି ୩ ଟା ସମୟରେ ତିରିଂ ପୁଲିସ ପହଞ୍ଚି ଶବ ଜବତ କରିଛି। ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଶବ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଯିବ ବୋଲି ସୂଚନା ମିଳିଛି।

ଦେଓଗାଁ ଗ୍ରାମର ମଟାଇ ବୋଇପାଇଙ୍କ ତୃତୀୟ ସ୍ତ୍ରୀ ସୁହାଗୀ ବୋଇପାଇ(୪୦) ଙ୍କ ଦେହରୁ ମୁଣ୍ଡ ଅଲଗା କରି ଅଜଣା ଦୁର୍ବୃତ୍ତ ଫେରାର ହୋଇଯାଇଛି।ମହିଳା ଜଣକ ଚୁଲି ଶାଳରେ ରୋଷେଇ କରୁଥିବା ବେଳେ ଏଭଳି ନିର୍ମମ ଭାବେ ହତ୍ୟା କରିଛି ଦୁର୍ବୃତ୍ତ । ତେବେ କେଉଁ କାରଣରୁ ହତ୍ୟା କରାଯାଇଛି ତାହା ଜଣା ପଡିନାହିଁ। ସୂଚନା ଯୋଗ୍ୟ ଯେ ଗ୍ରାମରେ ଫୁଟବଲ ପ୍ରତିଯୋଗିତା ହେଉଥିବାରୁ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ହତ୍ୟା କରିଛି।

ଗ୍ରାମର ମଟାଇ ବୋଇପାଇଙ୍କ ତୃତୀୟ ସ୍ତ୍ରୀ ସୁହାଗୀ ବୋଇପାଇ(୪୦) ଙ୍କ ଦେହରୁ ମୁଣ୍ଡ ଅଲଗା କରି ଅଜଣା ଦୁର୍ବୃତ୍ତ ଫେରାର ହୋଇଯାଇଛି।ମହିଳା ଜଣକ ଚୁଲି ଶାଳରେ ରୋଷେଇ କରୁଥିବା ବେଳେ ଏଭଳି ନିର୍ମମ ଭାବେ ହତ୍ୟା କରିଛି ଦୁର୍ବୃତ୍ତ । ତେବେ କେଉଁ କାରଣରୁ ହତ୍ୟା କରାଯାଇଛି ତାହା ଜଣା ପଡିନାହିଁ। ସୂଚନା ଯୋଗ୍ୟ ଯେ ଗ୍ରାମରେ ଫୁଟବଲ ପ୍ରତିଯୋଗିତା ହେଉଥିବାରୁ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ହତ୍ୟା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe