ଯାଜପୁର ରୋଡରେ ଚାଞ୍ଚଲ୍ୟ: ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା

Advertisment

ଯାଜପୁର ରୋଡ ଥାନା ସୋବରା ଅଞ୍ଚଳରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଷ୍ଟୁଡିଓ ଭିତରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ଓମ ଡିଜିଟାଲ ଫିଲ୍ମ ଷ୍ଟୁଡିଓର ମାଲିକ ଦୀପକ କୁମାର ସାହୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ଯାଜପୁର ରୋଡ ଥାନା ସୋବରା ଅଞ୍ଚଳରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଷ୍ଟୁଡିଓ ଭିତରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ଓମ ଡିଜିଟାଲ ଫିଲ୍ମ ଷ୍ଟୁଡିଓର ମାଲିକ ଦୀପକ କୁମାର ସାହୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

4365

346

ଯାଜପୁର: ଯାଜପୁର ରୋଡ ଥାନା ସୋବରା ଅଞ୍ଚଳରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଷ୍ଟୁଡିଓ ଭିତରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ଓମ ଡିଜିଟାଲ ଫିଲ୍ମ ଷ୍ଟୁଡିଓର ମାଲିକ ଦୀପକ କୁମାର ସାହୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। କୌଣସି ଦୁର୍ବୃତ୍ତଙ୍କ ଦ୍ବାରା ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣା ଘଟାଇବା ପରେ ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲା। 

ଷ୍ଟୁଡିଓ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ ଟିମ୍ ଓ ପୁଲିସ କୁକୁର ସହାୟତାରେ ପୁଲିସ ଦ୍ବାରା ଏହି ଘଟଣାର ତଦନ୍ତ ଜାରି ରହିଛି। ଷ୍ଟୁଡିଓର ଅନତି ଦୂରରେ ରହିଛି ଦୀପକଙ୍କ ଘର। ଦୀପକ ସବୁଦିନ ପରି ଗତକାଲି ରାତିରେ ଘରୁ ଖାଇବା ପିଇବା ସାରି ଦୋକାନକୁ ରାତି ଏଗାରଟାରେ ଶୋଇବାକୁ ଆସିଥିଲେ। ମାତ୍ର ପରିବାର ଲୋକଙ୍କ କହିବା ମୁତାବକ ରାତିରେ ଦୀପକଙ୍କର ମୋବାଇଲ ସୁଇଚ ଅଫ୍ ହୋଇ ରହିଥିଲା।ଆଜି ସକାଳେ ମାଆ ଯେତେବେଳେ ପୁଅ ପାଖକୁ ଚା ନେଇ ଷ୍ଟୁଡିଓକୁ ଆସିଥିଲେ, ସେତେବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅ ଦୀପକଙ୍କ ମୃତଦେହ ଭୂଇଁରେ ପଡିରହିଥିବା ଦେଖିବାକୁ ପାଇଥିଲେ। ଏପରିକି ଷ୍ଟୁଡିଓ ଭିତରେ ଥିବା କମ୍ପ୍ୟୁଟର, କ୍ୟାମେରା ଆଦି ସମସ୍ତ ସାଜ ସରଞ୍ଜାମ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ତେବେ ଏହା ଦେଖି ମା ନିଜର ଧୈର୍ଯ୍ୟ ହରାଇ ବସିଥିଲେ। ଖବର ପାଇ ଶହଶହ ଲୋକ ଘଟଣା ସ୍ଥଳରେ ପହଞ୍ଚି ଭିଡ଼ ଜମାଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରିରଖିଛି। 

ଷ୍ଟୁଡିଓ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ ଟିମ୍ ଓ ପୁଲିସ କୁକୁର ସହାୟତାରେ ପୁଲିସ ଦ୍ବାରା ଏହି ଘଟଣାର ତଦନ୍ତ ଜାରି ରହିଛି। ଷ୍ଟୁଡିଓର ଅନତି ଦୂରରେ ରହିଛି ଦୀପକଙ୍କ ଘର। ଦୀପକ ସବୁଦିନ ପରି ଗତକାଲି ରାତିରେ ଘରୁ ଖାଇବା ପିଇବା ସାରି ଦୋକାନକୁ ରାତି ଏଗାରଟାରେ ଶୋଇବାକୁ ଆସିଥିଲେ। ମାତ୍ର ପରିବାର ଲୋକଙ୍କ କହିବା ମୁତାବକ ରାତିରେ ଦୀପକଙ୍କର ମୋବାଇଲ ସୁଇଚ ଅଫ୍ ହୋଇ ରହିଥିଲା।

ଆଜି ସକାଳେ ମାଆ ଯେତେବେଳେ ପୁଅ ପାଖକୁ ଚା ନେଇ ଷ୍ଟୁଡିଓକୁ ଆସିଥିଲେ, ସେତେବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅ ଦୀପକଙ୍କ ମୃତଦେହ ଭୂଇଁରେ ପଡିରହିଥିବା ଦେଖିବାକୁ ପାଇଥିଲେ। ଏପରିକି ଷ୍ଟୁଡିଓ ଭିତରେ ଥିବା କମ୍ପ୍ୟୁଟର, କ୍ୟାମେରା ଆଦି ସମସ୍ତ ସାଜ ସରଞ୍ଜାମ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ତେବେ ଏହା ଦେଖି ମା ନିଜର ଧୈର୍ଯ୍ୟ ହରାଇ ବସିଥିଲେ। ଖବର ପାଇ ଶହଶହ ଲୋକ ଘଟଣା ସ୍ଥଳରେ ପହଞ୍ଚି ଭିଡ଼ ଜମାଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରିରଖିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe