Mukunda Gouda Photograph: (sambad.in)
ନବରଙ୍ଗପୁର: ଲୋକକଳା, ଲୋକବାଦ୍ୟ, ଲୋକନୃତ୍ୟ ଏବେ ହଜିବାକୁ ବସିଛି। ଅଳ୍ପ କିଛି କଳାକାର ଏହି ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟକୁ ବ˚ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ହେଲେ ତାଙ୍କୁ ପ୍ରଶାସନ ତରଫରୁ ସେଭଳି ପ୍ରୋତ୍ସାହନ କିମ୍ବା ଉତ୍ସହିତ କରାଯାଉନି। କଳାକାରଙ୍କୁ ସମସ୍ତ ପ୍ରକାର ସହାୟତା ଦିଆଯାଉଥିବା ଘୋଷଣା କେବଳ ମିଛ ସତ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଶାସନିକ ଅଧିକାରୀମାନେ ଭୁଆଁ ବୁଲାଉଛନ୍ତି। ଏପରିକି ବହୁ ବର୍ଷିୟାନ କଳାକାରଙ୍କୁ ଭତ୍ତା, ବୀମା, କଳାକାରଙ୍କ ପ୍ରୋତ୍ସାହନ ରାଶି ଭଳି ଯୋଜନାରେ ସାମିଲ କରାଯାଉନି। ଏହାର ସଦ୍ୟ ଉଦାହରଣ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ପାପାଡାହାଣ୍ଡି ବ୍ଲକର ତୁମ୍ବର୍ଲା ପଂଚାୟତର ରାଜାମାଟୁ ଗାଁର ୯୦ବର୍ଷିୟ ଗୀତ କୁଡ଼ିଆ ମୁକୁନ୍ଦ ଗୌଡ଼।
ମୁକୁନ୍ଦ ବାରମ୍ବାର ଆବେଦନ କରିବା ସହ ବ୍ଲକ, ପଂଚାୟତ, ବିଧାୟକ, ଜିଲ୍ଲାପାଳ ଆଦିଙ୍କ ନିକଟକୁ ଯାଇ ଥକି ପଡିଥିବା ତୁମ୍ବାରେ ସଂଗୀତ ଦେଇ ପାରମ୍ପରିକ ଗୀତ କୁଡିଆ ଭାବେ ଗୀତ ଗାଇ ନିଜ ଦୁଃଖ ବଖାଣିଛନ୍ତି ମୁକୁନ୍ଦ। ଗାଁକୁ ଗାଁ ନବରଙ୍ଗପୁର ଓକଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁରେ ଆଶୁ ଗୀତ ଗାଇବା ସହ ତୁମ୍ବା ବଜାଇ ଲୋକଙ୍କ ମନୋରଂଜନ କରି ଚଳୁଛନ୍ତି। ମୁଣ୍ଡ ଗୁଂଜିବାକୁ ଘର ନାହିଁ। ବାର୍ଦ୍ଧକ୍ୟ କିମ୍ବା କଳାକାର ଭତ୍ତା ବି ମିଳୁନି। ଭୋକ ଉପବାସରେ ଦିନ କାଟୁଛନ୍ତି ମୁକୁନ୍ଦ।
ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକ କଳା, ସଂସ୍କୃତି ଓପରମ୍ପରା ରହିଥିଲା ତାହାକୁ ବଂଚାଇ ରଖିବା ଦିଗରେ ସାମନ୍ୟ ତମ ପ୍ରୟାସ ବି ହେଉନଥିବା କହିଛନ୍ତି ମୁକୁନ୍ଦ। ତାଙ୍କ ପରେ ଡୁଙ୍ଗଡୁଙ୍ଗା ବଜାଇ ଗୀତ ଗାଇବା ଲୋକେ ଆଉ ନୂଆ ପିଡ଼ୀରେ କେହି ନାହାନ୍ତି ବୋଲି କହିଛନ୍ତି ମୁକୁନ୍ଦ।
ରାଜ୍ୟସରକାର ଲୋକକଳା ଓ ଲୋକନୃତ୍ୟ, ଲୋକବାଜାକୁ ବ˚ଚାଇବାକୁ ଭରପୁର ପ୍ରୟାସ କରୁଛୁ ବୋଲି କହୁଥିଲେ ହେଁ ବହୁ ଲୋକ କଳାକାର ଆଜି ବି ଅବହେଳିତ ଅବସ୍ଥାରେ ରହିଛନ୍ତି। ଆନେକ କଳାକାର ନିଜର କଳାକାର ଭତ୍ତା ବି ପାଉନାହାନ୍ତି। ଏହି ଗ୍ରାମାଂଚଳର କଳାକାର ମାନଙ୍କୁ ଉତ୍ତମ ମଂଚ ପ୍ରଦାନ ପାଇଁ ଯଦିଓ ଲୋକମହୋତ୍ସବ ଗୁଡିକ କରାଯାଉଥିଲେ ହେଁ କାଁଭାଁ ଜିଲ୍ଲାସ୍ତରରେ ଗ୍ରାମାଂଚଳର କଳାକାର ମାନଙ୍କୁ ମଂଚ ଦିଆଯାଉଛି।
ଅନ୍ୟପକ୍ଷରେ ଅନ୍ୟ ରାଜ୍ୟର କଳାକାରଙ୍କୁ ଅଧିକା ପଇସା ଦେଇ ଆଣି ଏଠାରେ ସେମାନଙ୍କର କଳା ପ୍ରଦର୍ଶନ କରାଯାଉଛି। ତେବେ ଜିଲ୍ଲାର କଳାକାର ମାନେ ନିଶାରେ ନିଜ କଳାରେ ପେଶି ହୋଇ ସେଭଳି ଦୟନୀୟ ଅବସ୍ଥାରେ ପଡି ରହୁଛନ୍ତି। ଧିରେ ଧିରେ ଲୋକ କଳା, ଲୋକ ନୃତ୍ୟ, ଲୋକ ବାଦ୍ୟ ଲୋପ ପାଇବାକୁ ବସିଥିବା ବେଳେ ଏହାକୁ କିଭଳି ପୁନଃରୁଦ୍ଦାର କରାଯିବ ସେ ନେଇ ପ୍ରଶାସନ , ସଂସ୍କୃତି ବିଭାଗ ଚିନ୍ତା କରିବା ଆବଶ୍ୟକ। ଧିରେ ଧିରେ ବହୁ ଲୋକ ବାଦ୍ୟ, ଲୋକ କଳା ଓ ଲୋକନୃତ୍ୟ ଲୋପ ପାଇବା ସହ ପରମ୍ପରାରେ ଧିରେ ପାଶ୍ଚତ୍ୟ ପ୍ରବେଶ କରିବାରେ ଲାଗିଛି। ବେଳ ଥାଉଣୁ ଅଂଚଳର ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଦିଗରେ ପ୍ରୟାସ କରିବା ଆବଶ୍ୟକ।
Nabarangpur
Follow Us