ବେଲପାହାଡ଼ ମ୍ୟୁନିସିପାଲଟିରେ ଦୁର୍ନୀତି ପ୍ରସଙ୍ଗ: ଆକାଉଣ୍ଟାଣ୍ଟକୁ ଗିରଫ

ଆର୍ଥିକ ବର୍ଷ ୨୦୨୪-୨୦୨୫ରେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ମ୍ୟୁନିସିପାଲଟିରେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ଆତ୍ମସାତ୍‌ ହୋଇଥିବା ନେଇ ଅଭିଯୋଗ ହେବା ପରେ ଗତକାଲି ଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଅଡିଟ୍‌ ଅଫିସର ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି।

New Project (15)

ଝାରସୁଗୁଡ଼ା: ଆର୍ଥିକ ବର୍ଷ ୨୦୨୪-୨୦୨୫ରେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ମ୍ୟୁନିସିପାଲଟିରେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ଆତ୍ମସାତ୍‌ ହୋଇଥିବା ନେଇ ଅଭିଯୋଗ ହେବା ପରେ ଗତକାଲି ଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଅଡିଟ୍‌ ଅଫିସର ମନୋରଞ୍ଜନ ବେହେରା, ଅରବିନ୍ଦ ସାମନ୍ତ ବେଲପାହାଡ଼ ମ୍ୟୁନିସିପାଲଟିରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। 

ଗତ ଆର୍ଥିକ ବର୍ଷରେ ହୋଇଥିବା ଦୁର୍ନୀତି ସମ୍ପର୍କୀତ ଫାଇଲ୍‌ର ଖୋଳତାଡ଼ ଜାରି ରହିଛି। ଏହାରି ଭିତରେ ମ୍ୟୁନିସିପାଲଟି ଅଧ୍ୟକ୍ଷ ନିମାଇଁ ପଣ୍ଡାଙ୍କ ଏତଲା କ୍ରମେ ବେଲପାହାଡ ଥାନା ପୁଲିସ ଗତକାଲିଠାରୁ ଆକାଉଣ୍ଟାଣ୍ଟ ବିଭୁତି ସାହୁକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି।

ତେବେ ଏହି ଦୁର୍ନୀତି ଅଭିଯୋଗ ଆସିଥିବା ମ୍ୟୁନିସିପାଲଟିର ଆଉ ଜଣେ କର୍ମଚାରୀଙ୍କ ମୋବାଇଲ ସୁଇଚ ଅଫ ଥିବା ବେଳେ ସେ ଫେରାର ରହିଥିବା ଜଣାପଡ଼ିଛି।

Jharsuguda

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe