Malkangiri murder Photograph: (sambad.in)
ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଚାଲାଣଗୁଡା ପଞ୍ଚାୟତର ରେଙ୍ଗାବନ୍ଧ ଗ୍ରାମ ଜଙ୍ଗଲ ନିକଟରେ ଏକ ସପ୍ତାହ ତଳେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ପଡି ରହିଥିବା ସ୍ଥାନୀୟ ଅଂଚଳର ଲୋକେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ତତ୍ୱାବଧାନରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣା ସ୍ଥଳରୁ କିଛି ପୋଷାକ, ଚପଲ ଜବତ ହୋଇଥିବା ବେଳେ ଶରୀରଟି ପଚି ନଷ୍ଟ ହୋଇଯାଇଥିବାରୁ ପରିଚୟ ଚିହ୍ନଟ ହୋଇପାରିନଥିଲା।
ଏନେଇ ପୁଲିସ ପକ୍ଷରୁ ୨୧/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ମାଲକାନଗିରି ପୁଲିସ ପକ୍ଷରୁ ଏହି ମୃତ୍ୟୁର ପର୍ଦାଫାସ କରିଛି। ମାଲକାନଗିରି ପୁଲିସ ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇ କୁହାଯାଇଛି ଯେ ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ସିନ୍ଧିଗଡ଼ ପୁଲିସ ଷ୍ଟେସନ ଅନ୍ତର୍ଗତ ପାଣ୍ଡୁମ ଗାଁର ଯୁବକ ଉମେଶ ନାଗ(୨୦) ମର୍ତ୍ତୃଣ୍ଡା ଗାଁର ଯୁବତୀ ମଙ୍ଗଳ ଦେଇ ନାଗ(୨୫)ଙ୍କ ସହ ଗତ ୧ ବର୍ଷ ହେଲା ପ୍ରେମ ସଂପର୍କ ରହିଆସିଥିଲା। ପ୍ରେମ ସମ୍ପର୍କ ଧୀରେଧୀରେ ଶାରିରୀକ ସମ୍ପର୍କରେ ପରିଣତ ହେବାରୁ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ।
ଉମେଶ ନାଗ(୨୦) ମର୍ତ୍ତୃଣ୍ଡା ଗାଁର ଯୁବତୀ ମଙ୍ଗଳ ଦେଇ ନାଗ(୨୫)ଙ୍କ ସହ ଗତ ୧ ବର୍ଷ ହେଲା ପ୍ରେମ ସଂପର୍କ ରହିଆସିଥିଲା। ପ୍ରେମ ସମ୍ପର୍କ ଧୀରେଧୀରେ ଶାରିରୀକ ସମ୍ପର୍କରେ ପରିଣତ ହେବାରୁ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ। ଏହା ଜାଣିବା ପରେ ଯୁବକ ଜଣକ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷା କରିବା ସହ ଗର୍ଭ ନଷ୍ଟ ପାଇଁ ଯୁବତୀଙ୍କୁ କହିଥିଲେ। ଏନେଇ ଡାକ୍ତରଙ୍କୁ ମଧ୍ୟ ଗର୍ଭନଷ୍ଟ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଡାକ୍ତର ଗର୍ଭପାତ କରିବା ପାଇଁ ସଂପୂର୍ଣ୍ଣ ମନା କରିଦେଇଥିଲେ।
ଏହା ଜାଣିବା ପରେ ଯୁବକ ଜଣକ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷା କରିବା ସହ ଗର୍ଭ ନଷ୍ଟ ପାଇଁ ଯୁବତୀଙ୍କୁ କହିଥିଲେ। ଏନେଇ ଡାକ୍ତରଙ୍କୁ ମଧ୍ୟ ଗର୍ଭନଷ୍ଟ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଡାକ୍ତର ଗର୍ଭପାତ କରିବା ପାଇଁ ସଂପୂର୍ଣ୍ଣ ମନା କରିଦେଇଥିଲେ। ଅନ୍ୟଦିଗରେ ଯୁବତୀ ଜଣଙ୍କ ଗର୍ଭନଷ୍ଟ ନକରି ବାହା ହେବାକୁ ଜିଦ ଧରିବା ପରେ ଯୁବକ ଜଣକ ଉକ୍ତ ଯୁବତୀଙ୍କୁ ମାଲକାନଗିରି ସୀମାନ୍ତ ଚାଲାଣଗୁଡା ଗାଁ ନିକଟରେ ପଥରରେ ଛେଚି ହତ୍ୟା କରିବା ସହ ରେଙ୍ଗାବନ୍ଧ ଜଙ୍ଗଲରେ ଫିଙ୍ଗି ଦେଇଥିଲା।
ଆଜି ମାଲକାନଗିରି ଏସପି ବିନୋଦ ପଟିଲ ଏଚ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାର ପର୍ଦାଫାସ କରି ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ମାଲକାନଗିରି ପୁଲିସ ତରଫରୁ ଅଭିଯୁକ୍ତ ଉମେଶ ନାଗଙ୍କୁ ଗିରଫ କରାଯାଇଥିବା କୁହାଯାଇଥିଲା। ଏହି କେଶଟିକୁ ଆଇଆଇସି ରିଗାନ କିଣ୍ଡୋ ସହ ଏସଆଇ କୃତିବାସ ବେହେରା ତଦନ୍ତ କରୁଥିଲେ।
Malkangiri
Follow Us