Murder in Rairakhol Photograph: (sambad.in )
ରେଢ଼ାଖୋଲ: ଘର ଭିତରେ ଶୋଇଥିବା ଜଣେ ଲୋକଙ୍କୁ ଟାଙ୍ଗିଆରେ ଆଣି ହତ୍ୟା କରାଯାଇଛି। ଜମିଜମା ବିବଦାରୁ ଏହି ହତ୍ୟାକାଣ୍ଡ ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ବୁର୍ଡା ପଞ୍ଚାୟତର ବଡ଼ମାଳ ଗାଁରେ। ମୃତ ବ୍ୟକ୍ତି ହେଲେ ପ୍ରଫୁଲ୍ଲ ନାୟକ (୫୯)। ଅଭିଯୁକ୍ତ ବିଭୂତି ପ୍ରଧାନକୁ ପୁଲିସ ଗିରଫ କରିଛି।
ସୂଚନା ଅନୁସାରେ ରେଢ଼ାଖୋଲ ଥାନା ବୁର୍ଡା ପଞ୍ଚାୟତର ବଡ଼ମାଳ ଗାଁର ପ୍ରଫୁଲ୍ଲ ନାୟକ ଆଜି ପୂର୍ବାହ୍ଣ ପ୍ରାୟ ୧୧ରେ ନିଜ ଘର ଭିତରେ ଶୋଇଥିଲେ। ଏହି ସମୟରେ ପ୍ରଫୁଲ୍ଲଙ୍କ ଘର ଭିତରକୁ ବିଭୂତି ପ୍ରବେଶ କରିଥିଲା। ପ୍ରଫୁଲ୍ଲଙ୍କୁ ସେ ଅତର୍କିତ ଭାବେ ଟାଙ୍ଗିଆରେ ଚୋଟ ମାରିଥିଲା। ଘଟଣାସ୍ଥଳରେ ହିଁ ପ୍ରଫୁଲ୍ଲଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ବିଭୂତି ଘଟଣାସ୍ଥଳରୁ ପଳାୟନ କରି ଗାଁରେ ନିର୍ଭୟରେ ବୁଲୁଥିଲା। ଗାଁ ଲୋକେ ଏନେଇ ପୁଲିସକୁ ସୂଚନା ଦେଇଥିଲେ।
ପ୍ରଫୁଲ୍ଲଙ୍କୁ ବିଭୂତି ଅତର୍କିତ ଭାବେ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ପ୍ରଫୁଲ୍ଲର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ବିଭୂତି ଘଟଣାସ୍ଥଳରୁ ପଳାୟନ କରି ଗାଁରେ ନିର୍ଭୟରେ ବୁଲୁଥିଲା। ଗାଁ ଲୋକେ ଏନେଇ ପୁଲିସକୁ ସୂଚନା ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଫୁଲ୍ଲଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପାଇଁ ପଠାଇଛି। ବିଭୂତି ମଧ୍ୟ ପୁଲିସ ଆଗରେ ହତ୍ୟାକାଣ୍ଡର ସ୍ବୀକାର କରିଛି। ଏହା ପରେ ଅଭିଯୁକ୍ତ ବିଭୂତିକୁ ଗିରଫ କରିଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି।
ପୁଲିସ କହିଛି ଜମିଜମା ବିବାଦକୁ ନେଇ ଉଭୟ ପ୍ରଫୁଲ୍ଲ ଓ ବିଭୂତିଙ୍କ ଦୀର୍ଘ ଦିନରୁ ଶତ୍ରୁତା ଥିଲା। ମଝିରେ ମଝିରେ ଉଭୟ ପରିବାର ମଧ୍ୟରେ କଳିଝଗଡ଼ା ଲାଗି ରହୁଥିଲା। ଆଜି କିନ୍ତୁ ବିଭୂତି ପ୍ରତିଶୋଧପରାୟଣ ହୋଇଥିଲା। ଯେଉଁ ସମୟରେ ଘର ଭିତରେ ପ୍ରଫୁଲ୍ଲ ଏକାକୀ ଶୋଇଥିଲେ, ଏହାକୁ ଭଲ ସୁଯୋଗ ମନେ କରି ବିଭୂତି ହାତରେ ଏକ ଟାଙ୍ଗିଆ ନେଇ ଅଗ୍ରସର ହୋଇଥିଲା। ଘର ଭିତରେ ପ୍ରଫୁଲ୍ଲ ଏକାକୀ ଶୋଇଥିବା ଦେଖି ଟାଙ୍ଗିଆରେ ଚୋଟ ପରେ ଚୋଟ ମାରିଥିଲା।
Sambalpur | Crime
Follow Us