ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ:  ଯୁବକ ମୃତ, ଜଣେ ଗୁରୁତର

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମେଣ୍ଡାମାଲ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି l ଏଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ହେଲେ  ବାଘମାରିଗାଁ ଭୁବନ ଖଣ୍ଡଗିରିଙ୍କ ପୁଅ ଅଜିତ୍ କୁମାର ଖଣ୍ଡଗିରି। 

New Project (6)

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମେଣ୍ଡାମାଲ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି l ଏଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ହେଲେ  ବାଘମାରିଗାଁ ଭୁବନ ଖଣ୍ଡଗିରିଙ୍କ ପୁଅ ଅଜିତ୍ କୁମାର ଖଣ୍ଡଗିରି। 

ମେଣ୍ଡlମାଲ ଗାଁରେ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ବାଘମାରିର ଅଜିତ୍ ଖଣ୍ଡଗିରି (୩୪) ଓ ଚମ୍ପାମାଳ ଗାଁର ସୂର୍ଯ୍ୟ (୩୪)ଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ସାମାନ୍ୟ ବଚସା ଉଗ୍ର ରୂପ ନେଇଥିଲା। ଅଜିତ ଓ ସୂର୍ଯ୍ୟଙ୍କୁ ଟାଙ୍ଗିଆ, ଶାବଳରେ ଆକ୍ରମଣ ହୋଇଥିଲା l ଘଟଣାସ୍ଥଳରେ ଅଜିତଙ୍କ ମୃତ୍ୟୁ ହୋଇଥିବା ବେଳେ ସୂର୍ଯ୍ୟଙ୍କୁ ଗୁରୁତର ଅବସ୍ଥାରେ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l

ମିଳିଥିବା ସୂଚନା ଅନୁସାରେ, ମେଣ୍ଡlମାଲ ଗାଁରେ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ବାଘମାରିର ଅଜିତ୍ ଖଣ୍ଡଗିରି (୩୪) ଓ ଚମ୍ପାମାଳ ଗାଁର ସୂର୍ଯ୍ୟ (୩୪)ଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ସାମାନ୍ୟ ବଚସା ଉଗ୍ର ରୂପ ନେଇଥିଲା। ଅଜିତ ଓ ସୂର୍ଯ୍ୟଙ୍କୁ ଟାଙ୍ଗିଆ, ଶାବଳରେ ଆକ୍ରମଣ ହୋଇଥିଲା l ଘଟଣାସ୍ଥଳରେ ଅଜିତଙ୍କ ମୃତ୍ୟୁ ହୋଇଥିବା ବେଳେ ସୂର୍ଯ୍ୟଙ୍କୁ ଗୁରୁତର ଅବସ୍ଥାରେ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l

ଏଣେ ଖବର ପାଇ ବୀରମହାରାଜପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଅଜିତଙ୍କ ଶବ ଜବତ କରିଥିଲା। ଖବର ପାଇ ଡାକ୍ତରଖାନାରେ ଶତାଧିକ ଲୋକ ଜମାହୋଇ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ମେଣ୍ଡାମାଳ ଗ୍ରାମରେ ଉପଖଣ୍ଡ ପୁଲିସ ଅଧିକାରୀ ହେମନ୍ତ କୁମାର ରାଓ, ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ଫୋର୍ସ ସହିତ ମେଣ୍ଡାମାଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe