ଦେଓଗାଁରେ ବୀଭତ୍ସ ହତ୍ୟାକାଣ୍ଡ: ରେଳ ଧାରଣାରୁ ମିଳିଲା ଶବ, ଅଭିଯୁକ୍ତ ଫେରାର

ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଧାନ କ୍ଷେତ ନିକଟରେ ହତ୍ୟା କରି ରେଳ ଧାରଣାରେ ଫିଙ୍ଗିଛନ୍ତି ଶବ।  ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ଦେଓଗାଁ ରେଳଷ୍ଟେସନ ନିକଟରେ।

xc

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଧାନ କ୍ଷେତ ନିକଟରେ ହତ୍ୟା କରି ରେଳ ଧାରଣାରେ ଫିଙ୍ଗିଛନ୍ତି ଶବ।  ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ଦେଓଗାଁ ରେଳଷ୍ଟେସନ ନିକଟରେ।
 

ମୃତକର ପରିଚୟ ମିଳିନଥିବା ବେଳେ କିଏ ଓ କାହିଁକି ହତ୍ୟା କରିଛି ସେନେଇ ଦେଓଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅନ୍ୟ ପକ୍ଷରେ ଦେଓଗାଁରେ ବେଧଡକ ଭାବରେ ନିଶା ବଟିକା ସହ କପ ସିରିପ ବିକ୍ରି ହେଉଥିବାରୁ ନିଶାରେ ଚୁର ହେଉଛନ୍ତି ଲୋକେ। ସ୍ଥାନୀୟ ପୁଲିସ ନିଶା ବିକ୍ରି ଉପରେ ରୋକ ଲଗାଇ ପାରୁନଥିବାରୁ ଥାନା ଅଞ୍ଚଳରେ ବେଆଇନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ବୋଲି ଅଭିଯୋଗ ହେଉଛି।

ଦେଓଗାଁ ରେଳ ଷ୍ଟେସନରୁ ୫୦ ମିଟର ଦୂରରେ ଏକ ଶବ ପଡ଼ିଛି। ଶବଟି ଜଣେ ପୁରୁଷଙ୍କର ହୋଇଥିବା ବେଳେ ଦେହରୁ ମୁଣ୍ଡ ଅଲଗା ହୋଇ ପଡ଼ିଛି। ଦେଓଗାଁ ଯୋଗୀ ସାଗର ଉପର ଥିବା ଏକ ବିଲର ଧାନ କ୍ଷେତର ଚାରିପଟରେ ରକ୍ତଲଗା ପଥର ପଡ଼ିଥିବାରୁ ସେହିଠାରେ ଦୁର୍ବୃତ୍ତମାନେ ହତ୍ୟା କରି ଶବକୁ ଘୋଷାଡି ଘୋଷାଡି ନେଇ ରେଳ ଲାଇନରେ ଫିଙ୍ଗିଦେଇଛି। 

ମୃତକର ପରିଚୟ ମିଳିନଥିବା ବେଳେ କିଏ ଓ କାହିଁକି ହତ୍ୟା କରିଛି ସେନେଇ ଦେଓଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅନ୍ୟ ପକ୍ଷରେ ଦେଓଗାଁରେ ବେଧଡକ ଭାବରେ ନିଶା ବଟିକା ସହ କପ ସିରିପ ବିକ୍ରି ହେଉଥିବାରୁ ନିଶାରେ ଚୁର ହେଉଛନ୍ତି ଲୋକେ। ସ୍ଥାନୀୟ ପୁଲିସ ନିଶା ବିକ୍ରି ଉପରେ ରୋକ ଲଗାଇ ପାରୁନଥିବାରୁ ଥାନା ଅଞ୍ଚଳରେ ବେଆଇନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe