ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁଠାରେ ବିଳମ୍ବିତ ରାତ୍ରିରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ l ଘର ଭିତରେ ତଣ୍ଟିକାଟି କରାଯାଇଛି ହତ୍ୟା l ମୃତକ ନୂଆଗାଁ ଗ୍ରାମର ରତନ ପ୍ରଧାନ (୫୦)। ହତ୍ୟାକାରୀ ସେହି ଗ୍ରାମର ପଞ୍ଚାନନ ସୁହୁଳା (୫୦) l ପଞ୍ଚାନନ ନିଜ ଘରେ ରତନକୁ ହତ୍ୟା କରିବା ପରେ ମୃତଦେହକୁ ଘର ଭିତରେ ତାଲା ପକାଇ ଥାନାରେ ଆତ୍ମସମର୍ପଣ କରିଛିl
ଘର ଭିତରେ ବଳି ଦେଇଥିବା ଅଭିଯୋଗ କରି ମୃତକ ପରିବାର ଥାନାରେ ଅଭିଯୋଗ କରିବା ସହ ସକାଳୁ ଉତ୍ତ୍ୟକ୍ତ ଗ୍ରାମବାସୀ ପୁଲିସ ଉପସ୍ଥିତିରେ ବନ୍ଦ ଘରକୁ ଭଙ୍ଗାରୁଜା କରିଥିଲେ l ଉତ୍ତ୍ୟକ୍ତ ଲୋକଙ୍କୁ ପୁଲିସର ବୁଝାସୁଝା କରି ସାଇଣ୍ଟିଫିକ ଟିମକୁ ଘଟଣାସ୍ଥଳରେ ଅପେକ୍ଷା କରିଥିବା ଜଣା ପଡ଼ିଛି l
ଅଭିଯୁକ୍ତ କହିଛି ଯେ ମୃତକ ହେଉଛି ତା ସ୍ତ୍ରୀର ପ୍ରେମିକ। ତାକୁ ହତ୍ୟା ପାଇଁ ରତନ ଆସିଥିବା ବେଳେ ରତନକୁ ସେ ପାଲଟା ହତ୍ୟା କରିଥିବା ନେଇ ପୁଲିସ ନିକଟରେ ବୟାନ ଦେଇଛି l ତେବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକାଣ୍ଡ ଉପରୁ ପ୍ରକୃତ ରହସ୍ୟ ପର୍ଦାଫାସ ହୋଇ ପାରିନଥିବା ଜଣା ପଡ଼ିଛି l
ଅନ୍ୟ ପକ୍ଷରେ ଅଭିଯୁକ୍ତ କହିଛି ଯେ ମୃତକ ହେଉଛି ତା ସ୍ତ୍ରୀର ପ୍ରେମିକ। ତାକୁ ହତ୍ୟା ପାଇଁ ରତନ ଆସିଥିବା ବେଳେ ରତନକୁ ସେ ପାଲଟା ହତ୍ୟା କରିଥିବା ନେଇ ପୁଲିସ ନିକଟରେ ବୟାନ ଦେଇଛି l ତେବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକାଣ୍ଡ ଉପରୁ ପ୍ରକୃତ ରହସ୍ୟ ପର୍ଦାଫାସ ହୋଇ ପାରିନଥିବା ଜଣା ପଡ଼ିଛି l
Follow Us