ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା: କ୍ଷେତରେ ଫିଙ୍ଗିଦେଲେ

Advertisment

ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ କ୍ଷେତରେ ଫିଙ୍ଗିଦେଲେ। ଘଟଣାଟି ଘଟିଛି ଲଇକେରା ଥାନା କୁଲେମୁରା ସାଲେଟିକ୍ରା ଗ୍ରାମରେ। ମୃତକ ହେଉଛନ୍ତି ସେହି ଗ୍ରାମର ରଜତ ରାଜହଂସ(୨୫)।

ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ କ୍ଷେତରେ ଫିଙ୍ଗିଦେଲେ। ଘଟଣାଟି ଘଟିଛି ଲଇକେରା ଥାନା କୁଲେମୁରା ସାଲେଟିକ୍ରା ଗ୍ରାମରେ। ମୃତକ ହେଉଛନ୍ତି ସେହି ଗ୍ରାମର ରଜତ ରାଜହଂସ(୨୫)।

xcv

ଝାରସୁଗୁଡ଼ା/ ଲଇକେରା: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ କ୍ଷେତରେ ଫିଙ୍ଗିଦେଲେ। ଘଟଣାଟି ଘଟିଛି ଲଇକେରା ଥାନା କୁଲେମୁରା ସାଲେଟିକ୍ରା ଗ୍ରାମରେ। ମୃତକ ହେଉଛନ୍ତି ସେହି ଗ୍ରାମର ରଜତ ରାଜହଂସ(୨୫)। ସୂଚନା ପାଇ ଲଇକେରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ଉଦ୍ଧାର କରି ମୁନ୍ଦ୍ରାଜୋର୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ରଜତଙ୍କ ଶରୀରରେ ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ରହିଛି।ସେପଟେ ଏହି ଘଟଣାକୁ କେନ୍ଦ୍ର କରି ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିବାରୁ ୧ ପ୍ଲାଟୁନ ପୁଲିସ ଫୋର୍ସ ମଧ୍ୟ ଡକା ଯାଇଥିବା ସୂଚନା ମିଳିଛି। ସକାଳୁ ସାଇଣ୍ଟିଫିକ୍ ଟିମ୍ ଓ ଡଗ ସ୍କୁଆଡ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷେ ୨ ଜଣ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି। 

 ଏହି ଘଟଣା ପରେ ଲଇକେରା ପୁଲିସ୍‌ କୁଲେମୁରା ଗ୍ରାମରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ସେପଟେ, ଏହି ଘଟଣାରେ ପୁରୁଣା ରାଜନୈତିକ ଶତ୍ରୁତା ମଧ୍ୟ ଅନ୍ୟତମ କାରଣ ବୋଲି ଗ୍ରାମରେ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ରଜତ ଗତକାଲି ସକାଳୁ ଘରୁ ବାହାରି ଛକକୁ ଯାଇଥିଲେ।  ଏହି ସମୟରେ କୌଣସି କାରଣକୁ ନେଇ ରଜତଙ୍କର ଜ‌ଣେ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ଜଣେ ବରିଷ୍ଠ ବ୍ୟକ୍ତିଙ୍କୁ  ଚାପୁଡ଼ା ମାରିଥିଲେ। ପରେ ଉକ୍ତ ବ୍ୟକ୍ତିଙ୍କ  ପୁଅ ଓ କିଛି ସାଙ୍ଗ ଆସି ରଜତଙ୍କୁ ଏକ ଫାର୍ମ ହାଉସ୍‌କୁ ଟେକି ନେଇ ମାର୍‌ପିଟ୍‌ କରିବା ପରେ ଗାଁ ବାହାରେ ଥିବା ଏକ କ୍ଷେତରେ ଫିଙ୍ଗି ଦେଇଥିଲେ।  ଏହି ଘଟଣା ପରେ ଲଇକେରା ପୁଲିସ୍‌ କୁଲେମୁରା ଗ୍ରାମରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ସେପଟେ, ଏହି ଘଟଣାରେ ପୁରୁଣା ରାଜନୈତିକ ଶତ୍ରୁତା ମଧ୍ୟ ଅନ୍ୟତମ କାରଣ ବୋଲି ଗ୍ରାମରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe