ରାଇଘରରେ ଚାଞ୍ଚଲ୍ୟ: ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବିଜୁ ପଟ୍ଟନାୟକ ମଡର୍ଣ୍ଣ ସ୍କୂଲ ସମ୍ମୁଖରେ ଥିବା ଏକ ଇଟାଭାଟି ନିକଟରୁ ଜଣେ ଯୁବକଙ୍କ ମୃତଦେହ ସ୍ଥାନୀୟ ପୁଲିସ ଉଦ୍ଧାର କରିଛି l ଯୁବକ ଜଣକ ଗଞ୍ଜାପାରା ପଂଚାୟତ ମାଡ଼ଗାଁର ପବିତ୍ର ହରିଜନ (୩୨) ବୋଲି ଜଣାପଡ଼ିଛି l

ଅଦ୍ୟତନ ହୋଇଛି
ଚୁ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବିଜୁ ପଟ୍ଟନାୟକ ମଡର୍ଣ୍ଣ ସ୍କୂଲ ସମ୍ମୁଖରେ ଥିବା ଏକ ଇଟାଭାଟି ନିକଟରୁ ଜଣେ ଯୁବକଙ୍କ ମୃତଦେହ ସ୍ଥାନୀୟ ପୁଲିସ ଉଦ୍ଧାର କରିଛି l ଯୁବକ ଜଣକ ଗଞ୍ଜାପାରା ପଂଚାୟତ ମାଡ଼ଗାଁର ପବିତ୍ର ହରିଜନ (୩୨) ବୋଲି ଜଣାପଡ଼ିଛି l ମୃତ ଯୁବକଙ୍କ ମୁହଁରେ ଲଙ୍କାଗୁଣ୍ଡ ବୋଳା ଯାଇଥିବା ବେଳେ ପାର୍ଶ୍ଵ ପରିସ୍ଥିତିକୁ ଅନୁଧ୍ୟାନ କରି ପୁଲିସ ଏହାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି l

ଆଜି ସକାଳ ପ୍ରାୟ ୬ଟା ସମୟରେ କୌଣସି ସୂତ୍ରରୁ ଖବର ପାଇ ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ ଘଟଣାସ୍ଥଳରେ ପହଞ୍ଚି ପବିତ୍ର ହରିଜନଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି l ଏଥିସହ ନବରଙ୍ଗପୁ ରୁ ସାଇଣ୍ଟିଫିକ ଟିମକୁ ମଧ୍ୟ  ଡକାଯାଇଛି l ମୃତ ବ୍ୟକ୍ତିଙ୍କ ନିକଟରେ ଏକ ମଦ ବୋତଲ ସହ ଲଙ୍କା ଗୁଣ୍ଡ ପ୍ୟାକେଟ ପଡ଼ିଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପରେ ବୋଲି ପୁଲିସ ଅନୁମାନ କରିଛି। 
 

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ସମୟରେ କୌଣସି ସୂତ୍ରରୁ ଖବର ପାଇ ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ ଘଟଣାସ୍ଥଳରେ ପହଞ୍ଚି ପବିତ୍ର ହରିଜନଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି l ଏଥିସହ ନବରଙ୍ଗପୁ ରୁ ସାଇଣ୍ଟିଫିକ ଟିମକୁ ମଧ୍ୟ  ଡକାଯାଇଛି l ମୃତ ବ୍ୟକ୍ତିଙ୍କ ନିକଟରେ ଏକ ମଦ ବୋତଲ ସହ ଲଙ୍କା ଗୁଣ୍ଡ ପ୍ୟାକେଟ ପଡ଼ିଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପରେ ବୋଲି ପୁଲିସ ଅନୁମାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe