ଅସୁରକ୍ଷିତ ବଲାଙ୍ଗୀର ସହର: ପୁଣି ଗଡ଼ିଲା ମୁଣ୍ଡ

Advertisment

ବଲାଙ୍ଗୀର ସହର ଅସୁରକ୍ଷିତ ହୋଇପଡ଼ିଛି। ଆଜି ପୁଣି ଏକ ମୁଣ୍ଡ ଗଡ଼ିଛି। ଶନିବାର ଚିମିନିଭାଟି ପଡ଼ାରେ ଜଣକୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିଲା। ପୁଲିସ ଉକ୍ତ ମାମଲାରେ ତନାଘନା କରୁଥିବାବେଳେ ରବିବାର ସନ୍ଧ୍ୟାରେ ଭୁଜାଲିରେ ଆକ୍ରମଣ କରି ଜଣେ ଦୋକାନୀଙ୍କୁ ହତ୍ୟା କରାଯାଇଛି।

murder22

ବଲାଙ୍ଗୀର: ବଲାଙ୍ଗୀର ସହର ଅସୁରକ୍ଷିତ ହୋଇପଡ଼ିଛି। ଆଜି ପୁଣି ଏକ ମୁଣ୍ଡ ଗଡ଼ିଛି। ଶନିବାର ଚିମିନିଭାଟି ପଡ଼ାରେ ଜଣକୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିଲା। ପୁଲିସ ଉକ୍ତ ମାମଲାରେ ତନାଘନା କରୁଥିବାବେଳେ ରବିବାର ସନ୍ଧ୍ୟାରେ ଭୁଜାଲିରେ ଆକ୍ରମଣ କରି ଜଣେ ଦୋକାନୀଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ବିଷ୍ଣୁମୁଣ୍ଡା ଅଞ୍ଚଳର ମନୋଜ ନାଏକ। ସେ ଘର ସମ୍ମୁଖରେ ପାନ ଦୋକାନ ଖୋଲିଥିଲେ। ଠିକ‌ା କାମ ମଧ୍ୟ କରୁଥିଲେ।

ଘର ପାଖ ମୁଖ୍ୟରାସ୍ତା ଉପରେ ଏକ କଲଭର୍ଟ ପାଖରେ ସେ ଏକୁଟିଆ ବସିଥିଲେ। ପାଖରେ ଥିବା ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନଥିଲା। ଏହାର ସୁଯୋଗ ନେଇ ତାଙ୍କୁ ପଛପଟୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଭୁଜାଲି ଏବଂ ଲୁହାଛଡ଼ରେ ତାଙ୍କୁ ଆକ୍ରମଣ ହୋଇଥିଲା। 

ଗୁରୁତର ଅବସ୍ଥାରେ ମନୋଜଙ୍କୁ ଭୀମ ଭୋଇ ମେଡିକାଲ୍‌ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲେ ହେଁ କିଛି ସଫଳତା ପାଇନାହିଁ। ତେବେ ସହରରେ ତିନି ଦିନରେ ୩ଟି ହତ୍ୟାକାଣ୍ଡ ଘଟିବା ପୁଲିସର ପାରିବାପଣିଆ ପଦାରେ ପକାଇ ଦେଇଛି।

Balangir 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe