ରାଜଧାନୀ ଉପକଣ୍ଠରେ ହତ୍ୟା: କଟୁରୀରେ ହାଣି ମା’ର ଜୀବନ ନେଲା ପୁଅ

ନିଜ ଜନ୍ମ କଲା ମା’କୁ କଟୁରୀରେ ହାଣି ହତ୍ୟା କରିଛି ପୁଅ। ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ପଞ୍ଚାୟତ ଖମଙ୍ଗ ଗାଁରେ। ପୁଅର କଟୁରୀ ଚୋଟରେ ମା’ଙ୍କର ମୃତ୍ୟୁ ଘଟିଛି।

sambad

ବାଲିଅନ୍ତା: ନିଜ ଜନ୍ମ କଲା ମା’କୁ କଟୁରୀରେ ହାଣି ହତ୍ୟା କରିଛି ପୁଅ। ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ପଞ୍ଚାୟତ ଖମଙ୍ଗ ଗାଁରେ। ପୁଅର କଟୁରୀ ଚୋଟରେ ମା’ଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ସଂଯୁକ୍ତା ସ୍ବାଇଁ। 

ପୁଲିସ କହିଛି ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଖମଙ୍ଗ ଗାଁରେ ବୃଦ୍ଧ ବାପା ରାକେନ୍ଦ୍ର ସ୍ୱାଇଁ ଓ ମା’ ସଂଯୁକ୍ତା ସ୍ୱାଇଁ ନାତିର ପୂଜାକୁ ନେଇ ଆଲୋଚନା କରୁଥିବା ବେଳେ ଏହି ସମୟରେ ସାନ ପୁଅ ବାଦଲ  ସ୍ୱାଇଁ କୌଣସି କଥାକୁ ନେଇ ଉତକ୍ଷିପ୍ତ ହୋଇଥିଲା। ପରିବାର ଲୋକଙ୍କୁ ଗାଳି ଗୁଲଜ କରିଥିଲା। ପରେ ମା’ ଆକଟ କରିବାରୁ ଗାଳିଗୁଲଜ କରୁଥିବା ସମୟରେ ବାପା ରାଜେନ୍ଦ୍ର ଅଟକାଇବାକୁ ଉଦ୍ୟମ କରିଥିଲେ।

ବାପାଙ୍କ ଆକଟ ଯୋଗୁଁ ବାଦଲ ହ୍ରିଂସ ପାଲଟିଥିଲା। ଘରେ ଥିବା ଏକ କଟୁରୀ ସାହାଯ୍ୟରେ ବାପାଙ୍କୁ ଆକ୍ରମଣ କରିବା ସମୟରେ ମା’ ଆଗକୁ ପଳାଇ ଆସିଥିଲେ।ବାପା ପ୍ରାଣ ବିକଳରେ ବାହାରକୁ ଦୌଡ଼ି ଥିଲେ। ପୁଅ ବାଦଲ ତାଙ୍କ ମା ସଂଯୁକ୍ତା ସ୍ୱାଇଁଙ୍କୁ କଟୁରୀ ଚୋଟ ପକାଇ ଥିଲା। ଏଥିରେ ତାଙ୍କ ବେକ, ହାତ, ଗୋଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ବାପାଙ୍କ ଅବସ୍ଥା ନେଇ ବଡ଼ ପୁଅ ଗାଁ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ମା’ଙ୍କୁ ବାଲିପାଟଣା ଅଠାନ୍ତର ମେଡ଼ିକାଲକୁ ନେଇଥିଲେ।

ସେଠାରେ ବାଲିପାଟଣା ପୁଲିସ ପହଞ୍ଚିବା ସହ ପରିବାର ଲୋକଙ୍କ ସହିତ କଥା ହୋଇ ଯୁବକକୁ ଧରିବା ପାଇଁ ଏକ ଟିମ୍ ପଠାଇଛନ୍ତି। ବାଲିଅନ୍ତା ଥାନା ଅଧିକାରୀ ମେଡ଼ିକାଲରେ ପହଞ୍ଚିବା ବେଳକୁ ସଂଯୁକ୍ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସର ଏକ ଟିମ କ୍ୟାପିଟାଲ ହସ୍ପିଟାଲକୁ ଯିବା ସହ ପରିବାର ଲୋକଙ୍କ ସହିତ କଥା ହୋଇ ଘଟଣା ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରୁଛି। ଅଭିଯୁକ୍ତ ବାଦଲକୁ ପୁଲିସ ଗିରଫ କରିଛି। 

Bhubaneswar | Police | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe