ଘର ବାହାରେ ଶୋଇଥିଲେ ବୟସ୍କ ବ୍ୟକ୍ତି; ହାଣିଲେ ଦୁର୍ବୃତ୍ତ, ପୁଲିସର ତନାଘନା ଜାରି

ମାଥିଲି ଥାନା ଅଂଚଳର କୁରମପାଲୀ ଗ୍ରାମରେ ଜଣେ ବ୍ୟକ୍ତିକୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଶୋଇଥିବା ବେଳେ ହତ୍ୟା କରିଛି। ତେବେ ଏହାକୁ ଗୁଣିଗାରେଡ଼ି ବୋଲି ସଂଦେହ କରାଯାଉଛି। ଖବର ପାଇ ମାଥିଲି ପୁଲିସ ତଦନ୍ତ ଆରମ୍ଭ କରିଛି।

New Project (28)retw

ମାଲକାନଗିରି: ମାଥିଲି ଥାନା ଅଂଚଳର କୁରମପାଲୀ ଗ୍ରାମରେ ଜଣେ ବ୍ୟକ୍ତିକୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଶୋଇଥିବା ବେଳେ ହତ୍ୟା କରିଛି। ତେବେ ଏହାକୁ ଗୁଣିଗାରେଡ଼ି ବୋଲି ସଂଦେହ କରାଯାଉଛି। ଖବର ପାଇ ମାଥିଲି ପୁଲିସ ତଦନ୍ତ ଆରମ୍ଭ କରିଛି।

ଘଟଣା ଅନୁଯାୟୀ କୁରମପାଲୀ ଗ୍ରାମର ନିରଞ୍ଜନ ଠାକୁର ଘର ବାହାରେ ଶୋଇଥିବା ବେଳେ ଘର ଭିତରେ ଝିଓ ଜ୍ବାଇଁ ଶୋଇଥିଲେ। କେହି ଦୁର୍ବୃତ୍ତ ରାତିର ଅନ୍ଧାରରେ ପ୍ରଥମେ ଘରର କବାଟକୁ ବନ୍ଦ କରିଦେବା ସହ ଧାରୁଆ ଅସ୍ତ୍ରରେ ବେକକୁ ହାଣି ପକାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ହିଁ ନିରଞ୍ଜନଙ୍କର ମୃତ୍ୟୁ ହୋଇଯାଇଛି।

ପ୍ରକାଶ ଥାଉକି ନିରଞ୍ଜନ ଡିସାରୀ କାମ କରନ୍ତି। ତେଣୁ ହୁଏତ ସେ କାହାକୁ ଗୁଣିଆ ମନେକରି ଏଭଳି ବୀଭତ୍ସ ହତ୍ୟାକଣ୍ଡ ଭିଆଇ ଦିଆଯାଇଥାଇପାରେ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। କିନ୍ତୁ ମାଥିଲି ଆଇଆଇସି ଦିପାଞ୍ଜଳୀ ପ୍ରଧାନଙ୍କୁ ପଚାରିବାରୁ ସେ ତଦନ୍ତ ଚାଲିଥିବା କହିବା ସହ ତଦନ୍ତ ପରେ ହିଁ ସଠିକ ହତ୍ୟାର କାରଣ କୁହାଯାଇପାରିବ ବୋଲି କହିଥିଲେ। ତେବେ କିଏ ଓ କାହିଁକି ନିରଞ୍ଜନକୁ ହତ୍ୟା କରିବ ତାହା ଏବେ ଅସ୍ପଷ୍ଟ ରହିଛି। ପରିବାର ଲୋକେ ମଧ୍ୟ କାହା ଉପରେ ସଂଦେହ କରିପାରୁ ନାହାନ୍ତି। ପୁଲିସ ହିଁ ଏହି ଘଟଣାର ପର୍ଦାଫାସ କରିପାରିବ ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା।

murder | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe