ପ୍ରେମ ବିବାହ ପାଇଁ ପ୍ରତିଶୋଧ: ଝିଅର ଶ୍ବଶୁରଙ୍କୁ ଟାଙ୍ଗିଆରେ ହାଣିଲା ବାପା

Advertisment

ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଗଞ୍ଜାବାହାଲ ଗ୍ରାମରେ ଆଜି ସ୍ପଷ୍ଟ ଦିବା ଲୋକରେ ରାସ୍ତା ଉପରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ସମୁଦୀର ଟାଙ୍ଗିଆ ଚୋଟରେ ସମୁଦୀର ଜୀବନ ଚାଲି ଯାଇଛି।

ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଗଞ୍ଜାବାହାଲ ଗ୍ରାମରେ ଆଜି ସ୍ପଷ୍ଟ ଦିବା ଲୋକରେ ରାସ୍ତା ଉପରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ସମୁଦୀର ଟାଙ୍ଗିଆ ଚୋଟରେ ସମୁଦୀର ଜୀବନ ଚାଲି ଯାଇଛି।

Murder in Naktidul

Murder in Naktidul Photograph: (sambad.in)

ନାକଟିଦେଉଳ: ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଗଞ୍ଜାବାହାଲ ଗ୍ରାମରେ ଆଜି ସ୍ପଷ୍ଟ ଦିବା ଲୋକରେ ରାସ୍ତା ଉପରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ସମୁଦୀର ଟାଙ୍ଗିଆ ଚୋଟରେ ସମୁଦୀର ଜୀବନ ଚାଲି ଯାଇଛି।

ସୂଚନା ଅନୁସାରେ ଗତ ପ୍ରାୟ ଚାରି ବର୍ଷ ତଳେ ଗଞ୍ଜାବାହାଲ ଗ୍ରାମର ମୁରଲୀଧର ଧଳଙ୍କ ପୁଅ କେଲୋ ଗ୍ରାମର ଗିରିଧାରୀ ସାହୁଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ଗିରିଧାରୀ ସେହି ସମୟରୁ ବିରୋଧ କରିଆସୁଥିଲା। ଏପରିକି ବିବାହ ପରେ ଗିରିଧାରୀ ସମୁଦୀ ମୁରଲୀଧରଙ୍କୁ ବିଭିନ୍ନ ସମୟରେ ଜୀବନରେ ମାରିଦେବାକୁ ଧମକ ଚମକ ଦେଇ ଆସୁଥିଲା।

ମୁରଲୀଧର ଧଳ ନିଜ ବାଇକରେ ଏକାକୀ କଞ୍ଚନପୁର ପଟରୁ ଘରକୁ ଫେରୁଥିବା ବେଳେ ନୂତନ ଗଞ୍ଜାବାହାଲ ପ୍ରାଥମିକ ସ୍କୁଲ ସମ୍ମୁଖରେ ପୂର୍ବରୁ ଛକି ରହିଥିବା ଗିରିଧାରୀ ଟାଙ୍ଗିଆରେ ମୁରଲୀଧର ଧଳଙ୍କ ଉପରେ ଚୋଟ ପରେ ଚୋଟ ପକାଇ ହତ୍ୟା କରିଥିଲେ।

ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ମୁରଲୀଧର ଧଳ ନିଜ ବାଇକରେ ଏକାକୀ କଞ୍ଚନପୁର ପଟରୁ ଘରକୁ ଫେରୁଥିବା ବେଳେ ନୂତନ ଗଞ୍ଜାବାହାଲ ପ୍ରାଥମିକ ସ୍କୁଲ ସମ୍ମୁଖରେ ପୂର୍ବରୁ ଛକି ରହିଥିବା ଗିରିଧାରୀ ଟାଙ୍ଗିଆରେ ମୁରଲୀଧର ଧଳଙ୍କ ଉପରେ ଚୋଟ ପରେ ଚୋଟ ପକାଇ ହତ୍ୟା କରିଥିଲେ। ମୁରଲୀଙ୍କ ଡାହାଣ ପାଖ ଛାତି, ବେକ ଏବଂ ଜଙ୍ଘରେ ଟାଙ୍ଗିଆ ଚୋଟ ପକାଇଥିଲେ। ଫଳରେ ମୁରଲୀଧରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ କିସିଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସହ ହତ୍ୟାକାରୀ ଗିରିଧାରୀ ସାହୁକୁ ତାଙ୍କ ଘରୁ ଆଣି ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛିl ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଏକ ମାମଲା ୠଜୁକରି ଶବକୁ ରେଢ଼ାଖୋଲକୁ ବ୍ୟବଛେଦ ପାଇଁ ପଠାଇଛିl

murder | Sambalpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe