ସଂଘବଦ୍ଧ ଆକ୍ରମଣ: ଡାକ୍ତରଖାନା ନେବା ବେଳେ ୱେଲ୍ଡିଂ ମିସ୍ତ୍ରୀଙ୍କ ମୃତ୍ୟୁ

କଟକ ଜିଲ୍ଲା ନରଣପୁର ନିକଟ ଏକ ଆପାର୍ଟମେଣ୍ଟରେ ୱେଲ୍ଡିଂ ମିସ୍ତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା। ମୃତକ ହେଲେ ତୋଫାନ ସାମଲ (୪୫) | ତାଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳରେ। ଗତ ରାତିରେ ଘଟିଥିବା ଘଟଣା ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ନେବା ବେଳେ ବାଟରେ ତୋଫାନଙ୍କ ମୁତ୍ୟୁ ହୋଇଛି |

cvghu

ବାରଙ୍ଗ: କଟକ ଜିଲ୍ଲା ନରଣପୁର ନିକଟ ଏକ ଆପାର୍ଟମେଣ୍ଟରେ ୱେଲ୍ଡିଂ ମିସ୍ତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା। ମୃତକ ହେଲେ ତୋଫାନ ସାମଲ (୪୫) | ତାଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳରେ। ଗତ ରାତିରେ ଘଟିଥିବା ଘଟଣା ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ନେବା ବେଳେ ବାଟରେ ତୋଫାନଙ୍କ ମୁତ୍ୟୁ ହୋଇଛି |ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।

କଟକ ଟ୍ରିଶୁଳିଆ ଅଞ୍ଚଳରେ ତୋଫାନ ସାମଲ ଏକ ଫ୍ଲାଟ୍ ରେ କାମ କରୁଥିଲେ। ଗତକାଲି ରାତିରେ କିଛି ଅଜଣା ଯୁବକ ଓ ମହିଳା ତାଙ୍କୁ ପଥରରେ ଆକ୍ରମଣ କରି ରକ୍ତାକ୍ତ କରିଥିଲେ। ଖବର ପାଇ ପରେ ପୁଲିସ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିବା ପରେ ମେଡିକାଲକୁ ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

କଟକ ଟ୍ରିଶୁଳିଆ ଅଞ୍ଚଳରେ ତୋଫାନ ସାମଲ ଏକ ଫ୍ଲାଟ୍ ରେ କାମ କରୁଥିଲେ। ଗତକାଲି ରାତିରେ କିଛି ଅଜଣା ଯୁବକ ଓ ମହିଳା ତାଙ୍କୁ ପଥରରେ ଆକ୍ରମଣ କରି ରକ୍ତାକ୍ତ କରିଥିଲେ। ଖବର ପାଇ ପରେ ପୁଲିସ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିବା ପରେ ମେଡିକାଲକୁ ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ମୃତ ତୋଫାନଙ୍କ ଭାଇ ଅମର ସାମଲ ବାରଙ୍ଗ ଥାନାରେ ଲିଖିତ ଭାବେ ଏନେଇ ଜଣାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ବେଳେ ସେଠାରେ ଉପସ୍ଥିତ ଥିବା ମୃତ ତୋଫାନଙ୍କ ଭାଇ ଅମର ଓ ପୁଅ ଓମ୍ ପ୍ରକାଶ  ପୁରା ଆକ୍ରମଣ ଘଟଣା କେମିତି ଥିଲା ତାହା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe