ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ଅଭିଯୁକ୍ତ ଥାନାରେ ଅଟକ

Advertisment

କାଲିମେଳା ଥାନା ଅନ୍ତର୍ଗତ ଗୁମକା ଗ୍ରାମରେ ଚାଞ୍ଚଲ୍ୟ | ଆଦିବାସୀ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ କରାଯାଇଛି | ଏହି ମାମଲାରେ ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି|

Updated On

କାଲିମେଳା ଥାନା ଅନ୍ତର୍ଗତ ଗୁମକା ଗ୍ରାମରେ ଚାଞ୍ଚଲ୍ୟ | ଆଦିବାସୀ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ କରାଯାଇଛି | ଏହି ମାମଲାରେ ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି|

ଅଦ୍ୟତନ ହୋଇଛି
zx

କାଲିମେଳା: କାଲିମେଳା ଥାନା ଅନ୍ତର୍ଗତ ଗୁମକା ଗ୍ରାମରେ ଚାଞ୍ଚଲ୍ୟ | ଆଦିବାସୀ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ କରାଯାଇଛି | ଏହି ମାମଲାରେ ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି|

ଗୁମକା ଗ୍ରାମର ମାଲା ମାଡକାମୀଙ୍କ ପତ୍ନୀ ସୀଙ୍ଗେ ମାଡକାମୀ (୩୦) ଘରେ ଏକୁଟିଆ ଥିବା ବେଳେ ପୁଲିମେଟଲା ଗ୍ରାମର ଜଣେ ଯୁବକ ଘରେ ପଶି ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବାର ସନ୍ଦେହ କରାଯାଉଛି | ମହିଳା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଏହି ଘଟଣା ଘଟିଥିବାର ଗ୍ରାମବାସୀ କହିଛନ୍ତି | ତେବେ ଅଭିଯୁକ୍ତ ଯୁବକକୁ ଗ୍ରାମବାସୀ କାବୁ କରିବା ସହିତ ଗଛରେ ବାନ୍ଧି ନିର୍ଧୁମ ଛେଚି ଥିବାର ଜଣା ପଡ଼ିଛି | ଏଣେ ଖବର ପାଇ କାଲିମେଳା ଥାନା ପୁଲିସ ଘଟଣାସ୍ଥଳରୁ ଯୁବକକୁ ଉଦ୍ଧାର କରି ଥାନାରେ ଅଟକ ରଖି ଅଧିକ ପଚରାଉଚରା କରିଛି|

ମିଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୪ଟା ସମୟରେ ଗୁମକା ଗ୍ରାମର ମାଲା ମାଡକାମୀଙ୍କ ପତ୍ନୀ ସୀଙ୍ଗେ ମାଡକାମୀ (୩୦) ଘରେ ଏକୁଟିଆ ଥିବା ବେଳେ ପୁଲିମେଟଲା ଗ୍ରାମର ଜଣେ ଯୁବକ ଘରେ ପଶି ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବାର ସନ୍ଦେହ କରାଯାଉଛି | ମହିଳା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଏହି ଘଟଣା ଘଟିଥିବାର ଗ୍ରାମବାସୀ କହିଛନ୍ତି | ତେବେ ଅଭିଯୁକ୍ତ ଯୁବକକୁ ଗ୍ରାମବାସୀ କାବୁ କରିବା ସହିତ ଗଛରେ ବାନ୍ଧି ନିର୍ଧୁମ ଛେଚି ଥିବାର ଜଣା ପଡ଼ିଛି |

ଏଣେ ଖବର ପାଇ କାଲିମେଳା ଥାନା ପୁଲିସ ଘଟଣାସ୍ଥଳରୁ ଯୁବକକୁ ଉଦ୍ଧାର କରି ଥାନାରେ ଅଟକ ରଖି ଅଧିକ ପଚରାଉଚରା କରିଛି | ଘର ଭିତରେ ମହିଳା ମୃତ ଶରୀର ଉଲଗ୍ନ ଅବସ୍ଥାରେ ପଡ଼ି ରହିଥିବାରୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବାର ଅନୁମାନ କରାଯାଉଛି | କୋରାପୁଟରୁ ସାଇଣ୍ଟିଫିକ ଟିମ୍ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe