କାଳିଆପାଣି: ମକର ସଂକ୍ରାନ୍ତିରେ ମନ୍ଦିର ଯିବେ ଓ ପର୍ବପାଳିବେ ବୋଲି ନବଦମ୍ପତି ପରସ୍ପରକୁ କଥା ଦେଇଥିଲେକର୍ମକ୍ଷେତ୍ରରୁ ସ୍ବାମୀ ଘରକୁ ଯାଉଥିଲେହେଲେ ଚଳନ୍ତା ଟ୍ରେନ୍ରେ ଜଗି ରହିଥିବା ଯମଜଣେ ଅଜଣା ଦୁର୍ବୃତ୍ତ ଠେଲି ଦେବାରୁ ଦ୍ରୁତଗାମୀ ଟ୍ରେନ୍ରୁ ଛିଟିକି ପଡ଼ି ଶୋଚନୀୟ ମୃତ୍ୟୁର ଶିକାର ହୋଇଛନ୍ତି ଜଣେ ଯୁବ ଇଞ୍ଜିନିୟରଘର କାନ୍ଥରେ ଶୁଭବିବାହର ଚିତ୍ର ଟିକେ ବି ମଳିନ ପଡ଼ିନିହେଲେ ପତ୍ନୀଙ୍କ ମଥାରୁ ସିନ୍ଦୂର ଲିଭିଯିବା ସହ ମାତ୍ର ୧୩ ମାସ ତଳେ ବିବାହ ହୋଇଥିବା ଏହି ଦମ୍ପତିଙ୍କ ମକର ମିଳନ ଅଧୁରା ରହିବାକୁ ନେଇ ସଂପୃକ୍ତ ପରିବାର, ପ୍ରିୟଜନ ଓ ସହକର୍ମୀ ସ୍ତବ୍ଧ ହୋଇଯାଇଛନ୍ତି

Advertisment

ଯାଜପୁରଜିଲ୍ଲା କାଳିଆପାଣି ଥାନା ଫେକର ଓସ୍ତପାଳ କ୍ରୋମାଇଟ୍ଖଣିର ଓଡ଼ିଶା ମୋଟର୍ସ(ଓଏମ୍ପିଏଲ୍‌) କମ୍ପାନିର ଇଲେକ୍ଟ୍ରିକାଲ୍ଇଞ୍ଜିନିୟର ଅବିନାଶ ଜେନା(୨୭)ଙ୍କୁ ଚଳନ୍ତା ଟ୍ରେନ୍‌(ଧଉଳି ଏକ୍ସପ୍ରେସ୍‌)ରୁ ଠେଲି ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ଜୟସ୍ମିତା ମହାନ୍ତି ପୁଲିସକୁ ଅଭିଯୋଗ କରିଛନ୍ତିମାର୍କୋଣା ପାଖରୁ ପତ୍ନୀଙ୍କୁ ସେ ଶେଷଥର ପାଇଁ କଲ୍କରିଥିଲେସ୍ବାମୀଙ୍କୁ ରିସିଭ କରିବା ପାଇଁ ପତ୍ନୀ ସ୍କୁଟି ଧରି ବାଲେଶ୍ବର ଷ୍ଟେସନରେ ଅପେକ୍ଷା କରି ରହିଥିଲେନିର୍ଦ୍ଧାରିତ ସମୟ ଠାରୁ ୬ ଘଣ୍ଟା ପର୍ଯ୍ୟନ୍ତ ସ୍ବାମୀଙ୍କ ପତ୍ତା ମିଳିନଥିଲାବିଚଳିତ ଓ ନିରାଶ ହୋଇ ପତ୍ନୀ ରେଳବାଇ ପୁଲିସ ପାଖରେ ସ୍ବାମୀଙ୍କ ନିଖୋଜ ସଂପର୍କରେ ଅଭିଯୋଗ କରିଥିଲେବିଳମ୍ବିତ ରାତି ସାଢ଼େ ଗୋଟାଏରେ ରେଳବାଇ ପୁଲିସ ପକ୍ଷରୁ ତାଙ୍କୁ କଲ୍ଆସିଥିଲାସୋର ଥାନା ସବିରା ଜଙ୍କସନ ପାଖରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା କୁହାଯାଇଥିଲାପତ୍ନୀ ଓ ବାପା ରବୀନ୍ଦ୍ରନାଥ ଜେନାଙ୍କ ମନକୁ ପାପ ଛୁଇଁଥିଲାଶ୍ବଶୁର, ବୋହୂ ଓ ସଂପର୍କୀୟମାନେ ଘଟଣାସ୍ଥଳକୁ ଯାଇ ମୃତଦେହ ଚିହ୍ନଟ କରିଥିଲେମୃତଦେହ ଚିହ୍ନଟ ସହଜ ହୋଇନଥିଲାଏ ସଂକ୍ରାନ୍ତରେ ରେଳବାଇ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି

ଆହୁରି ପଢ଼ନ୍ତୁ:Elephant Death ବୋମା ଖାଇ ଗୁରୁତର ହାତୀ ମୃତ, କପିଳାସ ସ୍ଥାନାନ୍ତର ବେଳେ ଗଲା ଜୀବନ

ଗତକାଲି ଖଣିରେ ମକର ଛୁଟି ଥିଲାକାଳିଆପାଣି ଟାଉନସିପ ବସଷ୍ଟାଣ୍ଡ୍ପାଖ ମେସ୍ରେ ରହୁଥିବା ଇଂ ଅବିନାଶ ବାଲେଶ୍ବର ପୁରୁଣାବଜାର ରଣସାହିସ୍ଥିତ ନିଜ ଘରକୁ ଯାଉଥିଲେଟାଉନସିପ ବସଷ୍ଟାଣ୍ଡ୍ରୁ ଏକ ଯାତ୍ରୀବାହୀ ବସ୍ ଯୋଗେ ଯାଜପୁରରୋଡ ‌‌ଷ୍ଟେସନରେ ପହଞ୍ଚିଥିଲେବସ୍ରୁ ଓହ୍ଲାଇବା କ୍ଷଣି ଧଉଳି ଟ୍ରେନ୍ପହଞ୍ଚିଥିଲାଟିକେଟ୍କାଟି ଭିଡ଼ ଭିତରେ ସେ ଜେନେରାଲ୍ବଗିରେ ଚଢ଼ିଥିଲେସିଟ୍ରେ ବସିବା କିମ୍ବା ଗୋଡ଼ରେ ଗୋଡ଼ ପଡ଼ିଯିବାକୁ ନେଇ ଅନ୍ୟ ଜଣେ ସହଯାତ୍ରୀ ସହ ତାଙ୍କର ବଚସା ହୋଇଥିଲାମାର୍କୋଣା ପାଖରେ ଫୋନ୍କରିବା ସମୟରେ ଏହି ପତ୍ନୀଙ୍କୁ କଳି ଝଗଡ଼ା ଶୁଣା ଯାଇଥିଲାଏହାପରେ ଭିଡ଼ ଭିତରେ ଆଉ ଫୋନ୍କରିବା ସମ୍ଭବ ହୋଇନଥିଲାଦୁର୍ଘଟଣା ପରେ ଫୋନ୍ସୁଇଚ୍ଅଫ୍ରହିଥିଲା

ଆହୁରି ପଢ଼ନ୍ତୁ: Dy Speaker Felicated Sumit Singh ସୁମିତଙ୍କ ଘରକୁ ଯାଇ ସମ୍ବର୍ଦ୍ଧିତକଲେ ଉପବାଚସ୍ପତି, ସରକାରୀ ସହାୟତା ପାଇଁ ପ୍ରତିଶ୍ରୁତି

୩୮ ଦିନ ତଳେ ‌ପ୍ରଥମ ବିବାହ ବାର୍ଷିକୀ ପାଳିଥିଲେ ଦମ୍ପତି 

ଗତ ୨୦୨୪ ମସିହା ଡିସେମ୍ବର ୬ ତାରିଖରେ ବଡ଼ ଧୁମ୍ଧାମ୍ରେ ଅବିନାଶ ଓ ଜୟସ୍ମିତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା୩୮ ଦିନ ତଳେ ଏହି ଦମ୍ପତି ପ୍ରଥମ ବିବାହ ବାର୍ଷିକୀ ପାଳିଥିଲେ