ରାଉରକେଲା: ଦ୍ବିତୀୟ ଥର ପାଇଁ ଗିନିଜ୍ ବୁକ୍ରେ ନାଁ କରିବାପରେ ଅଲଟ୍ରାରନର୍ ସୁମିତ ସିଂହଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଛି। ଏହି କ୍ରମରେ ଓଡ଼ିଶା ବିଧାନସଭା ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇ ବ୍ୟକ୍ତିଗତଭାବେ ସୁମିତଙ୍କ ଘରକୁ ଯାଇ ସମ୍ବର୍ଦ୍ଧିତ କରିଛନ୍ତି।
ସୁମିତଙ୍କ ଜୟଯାତ୍ରା ବିଷୟରେ ପଚାରି ବୁଝିଥିଲେ
ଗୁରୁବାର ସନ୍ଧ୍ୟାରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ବାସନ୍ତୀ କଲୋନିସ୍ଥ ସୁମିତଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଘଣ୍ଟାଏରୁ ଅଧିକ ସମୟ ଉପସ୍ଥିତ ରହି ସୁମିତଙ୍କ ଜୟଯାତ୍ରା ବିଷୟରେ ପଚାରି ବୁଝିଥିଲେ। ଏହାସହ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସୁମିତଙ୍କ ବାପା ସଞ୍ଜୟ ସିଂହ, ମା’ ମୀରା ଦେବୀ, ପତ୍ନୀ ଭାବନା ସିଂହ, ପୁଅ ରେୟାଂଶ, ଭାଇ ରୂପ କୁମାର, ମାମୁ ଅଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ: Naxal: ନକ୍ସଲ ସଫା ନେଇ କାଉଣ୍ଟଡାଉନ ଆରମ୍ଭ; ଯବାନଙ୍କ ଟାର୍ଗେଟରେ ମାଓ ନେତା ପାପା ରାଓ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/16/untitled-2026-01-16-08-32-09.png)