ବୌଦ୍ଧ ମୋଟରଯାନ ନିରୀକ୍ଷକ ଗୋଲାପ ଚନ୍ଦ୍ର ହାଁସଦା ଗିରଫ

ବୌଦ୍ଧରେ ଅବସ୍ଥାପିତ ‌ମୋଟରଯାନ ନିରୀକ୍ଷକ (ଏମ୍‌ଭିଆଇ) ଗୋଲାପ ଚନ୍ଦ୍ର ହାଁସଦାଙ୍କୁ ବାନ୍ଧିଛି ଭିଜିଲାନ୍ସ। ଗତକାଲି  ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଗୋଲାପ ଚନ୍ଦ୍ର ହାଁସଦା

fshhfhfshfsbxv

ବୌଦ୍ଧ/ବାରିପଦା: ବୌଦ୍ଧରେ ଅବସ୍ଥାପିତ ‌ମୋଟରଯାନ ନିରୀକ୍ଷକ (ଏମ୍‌ଭିଆଇ) ଗୋଲାପ ଚନ୍ଦ୍ର ହାଁସଦାଙ୍କୁ ବାନ୍ଧିଛି ଭିଜିଲାନ୍ସ। ଗତକାଲି  ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଗୋଲାପ ଚନ୍ଦ୍ର ହାଁସଦା। ଚା‌କିରି କାଳରେ ଅନୈତିକ ଉପାୟରେ ଅର୍ଜିଥିବା ତାଙ୍କର ବିପୁଳ କଳାଧନ ଦେଖି ଖୋଦ୍‌ ଭିଜିଲାନ୍ସ ବି ତଟସ୍ଥ ହୋଇଯାଇଛି। 

ରବିବାର ଶ୍ରୀ ହାଁସଦାଙ୍କ ବୌଦ୍ଧସ୍ଥିତ ଭଡ଼ାଘର, ଆର୍‌ଟିଓ କାର୍ଯ୍ୟାଳୟ, ମୟୂରଭଞ୍ଜଜିଲ୍ଲା ଖୁଣ୍ଟା ବ୍ଲକ୍‌ ଗୁଡ଼ିଡ଼ିହ ଗାଁରେ ଥିବା ପୈତୃକ ବାସଭବନ, ବାରିପଦା ଓ ଭୁବନେଶ୍ବର ପାଣ୍ଡରା ଅଞ୍ଚଳରେ ଝିଅ ରହୁଥିବା ଫ୍ଲାଟ୍‌ ଆଦି ମୋଟ୍‌ ୬ଟି ଠିକଣାରେ ଭିଜିଲାନ୍ସ ଚଢ଼ଉ କରିଥିଲା। ୧୯୯୧ ମସିହାରେ ଡିଆଇସି ସମ୍ବଲପୁର କାର୍ଯ୍ୟାଳୟରେ ଶିଳ୍ପ ପ୍ରୋତ୍ସାହନ ଅଧିକାରୀ (ଇଣ୍ଡଷ୍ଟ୍ରିଆଲ୍‌ ପ୍ରମୋସନ୍ ଅଫିସର) ଭାବେ ସରକାରୀ ଚାକିରିରେ ଯୋଗଦାନ କରିଥିବା ଶ୍ରୀ ହାଁସଦା ପରବର୍ତ୍ତୀ ସମୟରେ ୨୦୦୩ ମସିହାରେ କନିଷ୍ଠ ମୋଟରଯାନ ନିରୀକ୍ଷକ ଓ ୨୦୨୦ରେ ଏମ୍‌ଭିଆଇ ଭାବେ ପଦୋନ୍ନତି ପାଇଥିଲେ। ଏବେ ତାଙ୍କର ମାସିକ ଦରମା ୧ ଲକ୍ଷ ୮ ହଜାର ଟଙ୍କା। ତେବେ ଧରପଗଡ଼ ସମୟରେ ସେ ବିପୁଳ ପରିମାଣର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅର୍ଜନ କରିଥିବା ଜଣାପଡ଼ିଥିଲା। ସେଥିମଧ୍ୟରେ ବାରିପଦା ଓ ବାଲେଶ୍ବର ସହରରେ ଭୂସମ୍ପତ୍ତି, ୧ କୋଟିଏରୁ ଅଧିକ ଟଙ୍କାର ଜମାରାଶି, ଅଧକେଜି ସୁନା ଏବଂ ଅଢ଼େଇ କେଜି ରୁପା ରହିଛି। ସବୁଠୁ ଚକିତ କଲା ଭଳି କଥା ହେଉଛି, ଯାଞ୍ଚ ସମୟରେ ଭିଜିଲାନ୍ସ ଟିମ୍ ତାଙ୍କ ଘରୁ ଏକ ଡାଏରି ଜବତ କରିଛି; ଯେଉଁଥିରେ ଶ୍ରୀ ହାଁସଦା ବିଭିନ୍ନ ସୂତ୍ରରୁ ଆୟ କରିଥିବା ବେନାମୀ ଆର୍ଥିକ କାରବାରର ତଥ୍ୟ ରହିଛି। ଯାହାକୁ ନେଇ ଅଧିକ ଖୋଳତାଡ଼ ଜାରି ରହିଛି। 

ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସର ୪ ଜଣ ଡିଏସ୍‌ପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ। ମିଳିଥିବା ସୂଚନା ଅନୁସାରେ ଶ୍ରୀ ହାଁସଦାଙ୍କ ବାରିପଦା ସହର ପ୍ରଫୁଲ୍ଲନଗରଠାରେ ଏକ ଦୁଇମହଲା କୋଠା ସହ ବାରିପଦା ଓ ବାଲେଶ୍ବର ସହରରେ ମୋଟ ୪୪ଟି ପ୍ଲଟ୍‌ ଠାବ ହୋଇଛି। ଏଥିସହ ତାଙ୍କର ବ୍ୟାଙ୍କ, ପୋଷ୍ଟାଲ୍‌ ଓ ବୀମା ରାଶି ଜମା ବାବଦରେ ୧ କୋଟି ୧୦ ଲକ୍ଷ ଟଙ୍କା, ଦୁଇଟି ସୁନା ବିସ୍କୁଟ୍‌ ସହିତ ୫୦୦ ଗ୍ରାମ୍‌ର ସୁନା ଅଳଙ୍କାର, ଅଢ଼େଇ କେଜି ରୁପା ଜବତ ହୋଇଛି। ଝିଅର ଡାକ୍ତରୀ ପାଠପଢ଼ାରେ ଶ୍ରୀ ହାଁସଦା ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ତାଙ୍କର ଗୋଟିଏ କାର୍‌ ଓ ୩ଟି ବାଇକ୍ ରହିଛି। ଚଢ଼ଉ ଜାରି ରହିଥିବାରୁ ସମ୍ପତ୍ତି ପରିମାଣ ବୃଦ୍ଧି ପାଇପାରେ ବୋଲି ଭିଜିଲାନ୍ସ ସୂତ୍ରରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe