ନବରଙ୍ଗପୁର ଜିଲ୍ଲା ସ୍କାଉଟ ଏବଂ ଗାଇଡ଼ ରାଜ୍ୟସ୍ତରରେ ପ୍ରଥମ ସ୍ଥାନରେ ପୁରସ୍କୃତ

ଭୁବନେଶ୍ୱରସ୍ଥିତ ରାଜଭବନ ଠାରେ ଭାରତ ସ୍କାଉଟ୍ସ ଏବଂ ଗାଇଡ଼ସ୍, ଓଡ଼ିଶା ତରଫରୁ ଆୟୋଜିତ ରାଜ୍ୟ ପୁରସ୍କାର ବିତରଣୀ ଉତ୍ସବ ନବରଙ୍ଗପୁର ଜିଲ୍ଲାଶିକ୍ଷା ବିଭାଗ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। 

Scout & Guide

Scout & Guide Photograph: (sambad.in)

ନବରଙ୍ଗପୁର: ଭୁବନେଶ୍ୱରସ୍ଥିତ ରାଜଭବନ ଠାରେ ଭାରତ ସ୍କାଉଟ୍ସ ଏବଂ ଗାଇଡ଼ସ୍, ଓଡ଼ିଶା ତରଫରୁ ଆୟୋଜିତ ରାଜ୍ୟ ପୁରସ୍କାର ବିତରଣୀ ଉତ୍ସବ ନବରଙ୍ଗପୁର ଜିଲ୍ଲାଶିକ୍ଷା ବିଭାଗ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। 

ନବରଙ୍ଗପୁର ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆଇପିଇ ପ୍ରଭାତ ପଟ୍ଟନାୟକ, ସ୍କାଉଟ କମିସନର ପବିତ୍ର ହାଳଦର, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଝରୀଗାଁର ପ୍ରଧାନ ଶିକ୍ଷୟତ୍ରୀ ରୋହିଣୀ ତପସ୍ୱିନୀ ହଜ଼ାରି ଏବଂ ବାପୁଜୀ ଉଚ୍ଚ ବିଦ୍ୟାଳୟ ତେନ୍ତୁଳୀଖୁଣ୍ଟିର ଗାଇଡ଼ କ୍ୟାପଟ୍ ଜ୍ଞାନଜତି ମହାନ୍ତି ଏହି ପୁରସ୍କାର ଗ୍ରହଣ କରିଥିଲେ। 

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭ ମପତି, ସମ୍ମାନିତ ଅତିଥି ଭାବେ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଯୋଗ ଦେଇ ପୁରସ୍କୃତ କରିଥିଲେ। ଏହି ସଫଳତା  ପାଇଥିବାରୁ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ  ଶୁଭେଚ୍ଛା ଜ୍ଞାପନ କରିବା ସହ ଏହି ଧାରା ଆଗାମୀ ଦିନରେ ଜାରୀ ରଖିବାକୁ ପରାମର୍ଶ ଦେଇଥିଲେ।  

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe