ଭୁବନେଶ୍ବର ଯିବା ବାଟରେ ରାସ୍ତାକଡ଼ରୁ ଶାଗ କିଣିଲେ ନବରଂଗପୁର ସାଂସଦ

ନବରଂଗପୁର ସାଂସଦ ହେଲେ କଣ ହେଲା, ପ୍ରଥମେ ସେ ଦେଶର ଜଣେ ସାଧାରଣ ନାଗରିକ। ଜଣେ ବରିଷ୍ଠ ଆଦିବାସୀ ନେତା। ମହିଳା ଜଣକ ଶାଗ ବିକ୍ରି କରୁଥିବା ଲୋକଙ୍କୁ ଚିହ୍ନି ନଥିଲେ ମଧ୍ୟ ତାଂକୁ ଶାଗର ଦର କହିଥିଲେ।

Balabhadra Majhi

Balabhadra Majhi Photograph: (sambad.in)

ମାଲକାନଗିରି: ନବରଂଗପୁର ସାଂସଦଙ୍କ ଶାଗ କିଣା ଏବେ ବେଶ ଚର୍ଚ୍ଚା ସାଉଁଟୁଛି। ଭୁବନେଶ୍ବର ଯିବା ବାଟରେ ସାଂସଦ ବଳଭଦ୍ର ମାଝୀ ରାସ୍ତାର ଅଟକି ଜଣେ ଆଦିବାସୀ ମହିଳାଙ୍କ ଠାରୁ ଶାଗ କିଣୁଥିବା ଭିଡିଓ ଏବେ ବେଶ ଭାଇରାଲ ହେବାକୁ ଲାଗିଛି। ଲୋକଙ୍କ ସହ ଜଡ଼ିତ ହେବା ପାଇଁ ଲୋକଙ୍କ ସୁଖ ଦୁଃଖରେ ସବୁବେଳେ ଠିଆ ହେଉଥିବା ନେତା ହେଉଛନ୍ତି ଶ୍ରୀ ମାଝୀ। ଗତ ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବା ଏହାର ବଳିଷ୍ଠ ଉଦାହରଣ।

ସାଂସଦ ବଳଭଦ୍ର ମାଝୀ ଭୁବନେଶ୍ବର ଯିବା ବାଟରେ ରାୟଗଡ଼ା ବ୍ଲକ ରାପ୍‌କଣା ଛକ ନିକଟରେ ଜାତୀୟ ରାଜପଥକଡ଼ରୁ ଶାଗ କିଣିଥିଲେ।   

ସେ ସାଂସଦ ହେଲେ କଣ ହେଲା, ପ୍ରଥମେ ସେ ଦେଶର ଜଣେ ସାଧାରଣ ନାଗରିକ। ଜଣେ ବରିଷ୍ଠ ଆଦିବାସୀ ନେତା। ମହିଳା ଜଣକ ଶାଗ ବିକ୍ରି କରୁଥିବା ଲୋକଙ୍କୁ ଚିହ୍ନି ନଥିଲେ ମଧ୍ୟ ତାଂକୁ ଶାଗର ଦର କହିଥିଲେ। ତାଂକୁ ଶାଗ ବିକ୍ରି କରି ଟଙ୍କା ରଖିଥିଲେ। କିଛି ଲୋକ ସାଂସଦ ଶାଗ କିଣୁଥିବା ଦେଖି ତାଂକ ନିକଟକୁ ଯାଇ ତାଂକୁ ପ୍ରଣାମ କରିଥିଲେ। ଏଥିସହ ମହିଳାଙ୍କୁ ତାଂକ ସଂପର୍କରେ କହିଥିଲେ। ସମସ୍ତ ପ୍ରଟୋକଲକୁ ପଛରେ ପକାଇ ଲୋକଙ୍କ ସହ ଯୋଡ଼ି ହେବାରେ ଶ୍ରୀ ମାଝୀ ଅନ୍ୟତମ। ତେଣୁ ଲୋକେ ତାଂକୁ ବେଶ ପସନ୍ଦ କରନ୍ତି। ନବରଂଗପୁର ଏବଂ ମାଲକାନଗିରି ଜିଲ୍ଲାରେ ଶ୍ରୀ ମାଝୀଙ୍କ ଲୋକପ୍ରିୟତା ବେଶ ଅଧିକା ରହିଛି।   

Balabhadra Majhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe