ମୁହାଁମୁହିଁ ବାଇକ୍‌ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ, ୩ ଜଣ ଗୁରୁତର

Advertisment

ଭାଟିଗାଁ ଛକ ନିକଟରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ପୋଡାଲଗୁଡା ଗ୍ରାମର ଧନିଆ ମାଝୀ ଓ ରଘୁ ବୈରାଗୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଥିଲେ।

Updated On

ଭାଟିଗାଁ ଛକ ନିକଟରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ପୋଡାଲଗୁଡା ଗ୍ରାମର ଧନିଆ ମାଝୀ ଓ ରଘୁ ବୈରାଗୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଥିଲେ।

ଅଦ୍ୟତନ ହୋଇଛି
Nabarangpur SP

Nabarangpur SP Photograph: (sambad.in)

ନବରଙ୍ଗପୁର /କୋଷାଗୁମୁଡ଼ା: ନବରଂଗପୁର ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା ଶୁକ୍ରବାର ମାନବିକତାର ଏକ ବଡ଼ ପରିଚୟ ଦେଖାଇଛନ୍ତି। ଦୁର୍ଘଟଣାର ଶିକାର ହୋଇ ଚିକିତ୍ସା ପାଇଁ ଛଟପଟ ହେଉଥିବା ଯୁବକମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇଛନ୍ତି। ଆହତମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ‌ଡାକ୍ତରୀ ଟିମ୍‌ଙ୍କୁ ସେ ଅନୁରୋଧ କରିଛନ୍ତି। 

ଏହି ଖବର ପଢ଼ନ୍ତୁ: ରାଷ୍ଟ୍ରପତି ଭବନରେ ହେବ ବିବାହ ଉତ୍ସବ

ସୂଚନା ଅନୁଯାୟୀ ଆଜି ମଧ୍ୟାହ୍‌ଣ ପ୍ରାୟ ୧୨ଟାରେ ନବରଙ୍ଗପୁର ସହର ଉପକଣ୍ଠ ପୋଡାଲଗୁଡ଼ା ଗ୍ରାମର ଧନିଆ ମାଝୀ(୫୦), ରଘୁ ବୈରାଗୀ(୪୦) ଓ ସଦା ଭତ୍ରା ଏକ ବାଇକ୍‌ରେ ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋଷାଗୁମୁଡ଼ା ବ୍ଲକର କୁସୁମପାଲ୍ଲି ଗ୍ରାମକୁ ଯାଉଥିଲେ। ବିପରୀତ ଦିଗରୁ ଚିରମା ଗାଁର ଅମ୍ବେଦ କୁମାର ତାରା(୧୮) ଓ ଜଗତ ରାଜ ଖୁରା(୨୬) ନବରଙ୍ଗପୁରକୁ ଆସୁଥିଲେ। ଭାଟିଗାଁ ଛକ ନିକଟରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ପୋଡାଲଗୁଡା ଗ୍ରାମର ଧନିଆ ମାଝୀ ଓ ରଘୁ ବୈରାଗୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। 

ଏହି ଖବର ପଢ଼ନ୍ତୁ: ୱାସିଂଟନରେ ଯାତ୍ରୀବାହୀ ବିମାନ-ସେନା ହେଲିକପ୍ଟର ଧକ୍କା: ୬୭ ମୃତ

ଦୁର୍ଘଟଣାର ଶିକାର ହେଲା ପରେ ଆହତମାନେ ଚିକିତ୍ସା ପାଇଁ ଛଟପଟ ହେଉଥିଲେ। ଏହି ସମୟରେ ସ୍ଥାନୀୟ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା ନବରଙ୍ଗପୁରରୁ କୋଷାଗୁମୁଡ଼ା ଅଭିମୁଖେ ଯାଉଥିଲେ। ସେ ଏହି ଦୁର୍ଘଟଣା ଦେଖି ଅଟିକି ଥିଲେ। ଗୁରୁତର ଭାବେ ଆହତ ହୋଇଥିବା ଅମ୍ବେଦ କୁମାର ତାରା ଓ ସଦା ଭତ୍ରାଙ୍କୁ ରାସ୍ତାରୁ ଉଦ୍ଧାର କରି ନିଜ ଗାଡ଼ିରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଗୁରୁତରଙ୍କୁ ନିଜ ଗାଡିରେ ଉଦ୍ଧାର କରି ମାନବିକତାର ପରିଚୟ ଦେଇଥିଲେ। 

ଏହି ଖବର ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଦିବସ ସଫଳତାର ସହିତ ଆୟୋଜନ ହୋଇଛି

ଗୁରୁତରଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇବା ଆମ୍ଭ ପ୍ରଥମ କର୍ତ୍ତବ୍ୟ ଥିଲା। ସେଥି ପାଇଁ ଗୁରୁତରଙ୍କୁ ଗାଡ଼ିରେ ଆଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କୋଡିଗାଁ ଥାନା ଆଇଆଇସି ଯୁଗଳ ଶବର ଘଟଣାସ୍ଥଳରେ ପହଞ୍ଚି ମୃତକମାନଙ୍କୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି। ଏ ନେଇ କୋଡିଗାଁ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଛି।

-ମିହିର କୁମାର ପଣ୍ଡା, ଆରକ୍ଷୀ ଅଧୀକ୍ଷକ, ନବରଗଂପୁର

ସୂଚନାଯୋଗ୍ୟ, ରାସ୍ତାରେ ଯାଉଥିବା ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରଶାସନ ପକ୍ଷରୁ ସଡକ ସୁରକ୍ଷା ମାସ ପାଳନ କରାଯାଉଛି। କିନ୍ତୁ ଲୋକେ ବିଶୃଙ୍ଖଳିତ ହୋଇ ଯାତାୟତ କରୁଥିବାରୁ ଦୁର୍ଘଟଣାର ଶିକାର ହେଉଛନ୍ତି। ସଡ଼କ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସମସ୍ତଙ୍କୁ ସତର୍କତାର ହେବାର ଆବଶ୍ୟକତା ରହିଛି।  

ଏହି ଖବର ପଢ଼ନ୍ତୁ: ଦେଶ ଉପରେ ୭୧୧ ବିଲିୟନ ଡଲାରର ବୈଦେଶିକ ଋଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe