ମା’ ପାଟେନଙ୍କ ପୀଠରେ ଲାଗି ହେଲା ନବାନ୍ନ

ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧୀନ ପାନାବେଡ଼ା ଅଞ୍ଚଲର ଅଧିଷ୍ଠାତ୍ରୀ ଦେବୀ ମାକ୍ଷ ପାଟେନଙ୍କ ପୀଠରେ ବୁଧବାର ଦିନ ନବାନ୍ନ ଲାଗି ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ ପୀଠରେ ଆଜି ନବାନ୍ନ ଲାଗି ହେବା ପରେ ମନ୍ଦିର ପୂଜାରୀ ନବାନ୍ନ ଭକ୍ଷଣ କରିଛନ୍ତି।

ଅଦ୍ୟତନ ହୋଇଛି
NGP

ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧୀନ ପାନାବେଡ଼ା ଅଞ୍ଚଲର ଅଧିଷ୍ଠାତ୍ରୀ ଦେବୀ ମାକ୍ଷ ପାଟେନଙ୍କ ପୀଠରେ ବୁଧବାର ଦିନ ନବାନ୍ନ ଲାଗି ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ ପୀଠରେ ଆଜି ନବାନ୍ନ ଲାଗି ହେବା ପରେ ମନ୍ଦିର ପୂଜାରୀ ନବାନ୍ନ ଭକ୍ଷଣ କରିଛନ୍ତି। ଆସନ୍ତା ୨୮ ତାରିଖ ଦିନ ପାନାବେଡ଼ା ଅଞ୍ଚଳବାସୀ ନବାନ୍ନ ଭକ୍ଷଣ ସହ ନୂଆଖାଇ ପର୍ବ ପାଳନ କରିବେ। ଏନେଇ ଲଗ୍ନସ୍ଥିର ହୋଇଥିବା ବୈଦପଡ଼ାର ସୁବାଷ ଚନ୍ଦ୍ର ପୂଜାରୀ ଓ ପାଟଖଲିଆର ଉଗ୍ରେସନ ପୂଜାରୀ ପ୍ରକାଶ କରିଛନ୍ତି।

ଏହି ଅବସରରେ ବାଇଦପଡ଼ା ଏବଂ ଏହାର ଆଖପାଖ ପାଟଖଲିଆ, ରାଜକୋଟ, ଧୁରୁଆପଡା, ବନ୍ଧକନା, ଗୋରଝରିଆ, ଜାମପାଣି, ଚିଲିଗା ସମେତ ବହୁ ଗ୍ରାମବାସୀ ଓ ମାନସିକଧାରୀ ମା’ଙ୍କ ପୀଠରେ ପୂଜାର୍ଚ୍ଚନା କରିଥିଲେ।

ମା’ଙ୍କ ପୀଠରେ ପୂଜାରୀ ସଂଘ ସଭାପତି ହର ପୂଜାରୀ, ସମ୍ପାଦକ ଦୁଲ୍ଲଭ ପୂଜାରୀ, ମଣିରାମ ମାଝୀ, ହରି ସିଙ୍ଗ ପୂଜାରୀ, ତ୍ରିନାଥ ଦାଶ, ପ୍ରଦୀପ ଦାଶ, ପ୍ରେମନାଥ ବେମାଲ, ଶ୍ୟାମ ସୁନ୍ଦର ନେତାମ, କରୁଣା ପୂଜାରୀ, ଜଳେଶ୍ୱର ପୂଜାରୀ, ପର୍ଶୁରାମ ବାଘ, ପ୍ରେମଲାଲ ପୂଜାରୀ, ଅନ୍ତ ପତ୍ର, ଯୁଗେ ସ୍ୱର ପୋଡ଼, ଯଦୁ ନାଗେଶ, ଭଦ୍ର ମାଝୀ, ମଙ୍ଗୁଲୁ ନାୟକ, ଧନସିଂ ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ।

Nabarangpur | Nuakhai

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe