ବାର୍ଦ୍ଧକ୍ୟ ଭତ୍ତା ପାଇଁ ତିନି ବର୍ଷ ହେଲା ଦୌଡୁଛନ୍ତି ନବ୍ର ପ୍ରଧାନ

ଗରିବ ଅସହାୟ ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାର ଭତ୍ତା ପ୍ରଦାନ ବ୍ୟବସ୍ଥା କରିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାରେ ପ୍ରଶାସନିକ ଅଧିକାରୀ ପଛଘୁଞ୍ଚା ଦେଉଛି।

Old woman

Old woman Photograph: (sambad.in)

ଘୁ.ଉଦୟଗିରି: ଗରିବ ଅସହାୟ ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାର ଭତ୍ତା ପ୍ରଦାନ ବ୍ୟବସ୍ଥା କରିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାରେ ପ୍ରଶାସନିକ ଅଧିକାରୀ ପଛଘୁଞ୍ଚା ଦେବା ସହ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡୁ ଥିବା ଦେଖିବାକୁ ମିଳୁଛି। ଏହିଭଳି ଅନେକ ଘଟଣା ଦେଖିବାକୁ ମିଳିଛି କ ନୂଆଗାଁ ବ୍ଲକରେ।

ବହୁ ହିତାଧିକାରୀ ଏହି ବୟସ ସୀମା ଟପି ଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ଭତ୍ତା ମିଳିପାରି ନାହିଁ। କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ଡଲାବାଲି ଗ୍ରାମର ନବ୍ର ପ୍ରଧାନ ଦୀର୍ଘ ତିନି ବର୍ଷ  ହେବ ଭତ୍ତା ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ଅଦ୍ୟାବଧି ତାଙ୍କୁ ହିତାଧିକାରୀ ସୂଚୀରେ ସାମିଲ ହୋଇନାହାନ୍ତି। ଭତ୍ତା ଟଙ୍କା ପାଇବା ସକାଶେ ସେ ବାରମ୍ବାର ବ୍ଲକ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ଏଥିରେ ତାଙ୍କୁ ଅଦ୍ୟାବଧି ସଫଳତା ମିଳିପାରି ନାହିଁ।

କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ଡଲାବାଲି ଗ୍ରାମର ନବ୍ର ପ୍ରଧାନ ଦୀର୍ଘ ତିନି ବର୍ଷ  ହେବ ଭତ୍ତା ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ଅଦ୍ୟାବଧି ତାଙ୍କୁ ହିତାଧିକାରୀ ସୂଚୀରେ ସାମିଲ ହୋଇନାହାନ୍ତି।

ତିନି ବର୍ଷ ତଳୁ ହିତାଧିକାରୀ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ କେଉଁ କାରଣ ପାଇଁ ନବ୍ର ପ୍ରଧାନଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତାରୁ ବ୍ଲକ ପ୍ରଶାସନ ବଞ୍ଚିତ ରଖିଛନ୍ତି ତାହା ବୁଝା ପଡ଼ୁନାହିଁ। ପଞ୍ଚାୟତ ତଥା ପଞ୍ଚାୟତ ସମିତିରେ ବହୁ ବାର ଦରଖାସ୍ତ କରିଥିଲେ ମଧ୍ୟ ସେ ନିରାଶ ହୋଇ ପଡ଼ିଛନ୍ତି। ଗତ ସରକାର ଅମଳରେ ସେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ପଞ୍ଚାୟତ ସମିତି ସ୍ତରରେ ଦରଖାସ୍ତ କରିଥିଲେ ତାଙ୍କୁ କେଉଁ କାରଣରୁ ଭତ୍ତା ଦିଆଯାଉ ନଥିବା ନିଜେ ନବ୍ର ପ୍ରଧାନ ଅଭିଯୋଗ କରିଛନ୍ତି।

ତୁରନ୍ତ ଏଦିଗରେ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ନବ୍ର ପ୍ରଧାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବା ସକାଶେ ସ୍ତାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe