ଦୁର୍ବଳ ହେଉଛି ନାଖରା ସେତୁ: ଧସିଯାଇପାରେ ପୋଲ

ବୁଢାବଳଙ୍ଗ ନଦୀଶଯ୍ୟାରେ ବର୍ଷାଜଳ ଧୀରେଧୀରେ ବୃଦ୍ଧି ପାଉଛି। ପୂର୍ତ୍ତ ବିଭାଗ ଅଧୀନ ବୈଶିଙ୍ଗା-ମାଣତ୍ରୀ ଏମଡିଆର-୭୦ ରାସ୍ତାର ନାଖରାସ୍ଥିତ ବୁଢାବଳଙ୍ଗ ସେତୁକୁ ଲାଗି କୂଳର ଅତଡ଼ା ଖସି ଧୀରେଧୀରେ ନଦୀ ଗର୍ଭରେ ମିଶି ଯାଉଥିବା ଦେଖାଯାଇଛିl

132ff2e1-d9fd-425f-a8cf-0a44efa32afd

ବୈଶିଙ୍ଗା: ଶିମିଳିପାଳର ପାଦଦେଶରେ ଲଗାଣ ବର୍ଷା କାରଣରୁ ବୁଢାବଳଙ୍ଗ ନଦୀଶଯ୍ୟାରେ ବର୍ଷାଜଳ ଧୀରେଧୀରେ ବୃଦ୍ଧି ପାଉଛି। ପୂର୍ତ୍ତ ବିଭାଗ ଅଧୀନ ବୈଶିଙ୍ଗା-ମାଣତ୍ରୀ ଏମଡିଆର-୭୦ ରାସ୍ତାର ନାଖରାସ୍ଥିତ ବୁଢାବଳଙ୍ଗ ସେତୁକୁ ଲାଗି କୂଳର ଅତଡ଼ା ଖସି ଧୀରେଧୀରେ ନଦୀ ଗର୍ଭରେ ମିଶି ଯାଉଥିବା ଦେଖାଯାଇଛିl ଗତକାଲି ଠାରୁ ଅତଡ଼ା ଖସିବା ଆରମ୍ଭ ହୋଇଥିଲେ ବି ଆଜି ସନ୍ଧ୍ୟାରେ ପରିସ୍ଥିତି ଅଣାୟତ ହେବା ପରେ ସ୍ଥାନୀୟ ଲୋକ ଅସନ୍ତୋଷ ଝାଡ଼ିବାରୁ ଶୁକ୍ରବାର ସନ୍ଧ୍ୟାରେ ପ୍ରଶାସନ ତତ୍ପରତା ଦେଖାଇଛିl

ପୂର୍ତ୍ତ ବିଭାଗର ଯନ୍ତ୍ରୀ ଓ ସ୍ଥାନୀୟ ଠିକାଦାର ମିଶି ବିଳମ୍ବିତ ସନ୍ଧ୍ୟାରେ ପୋଲ ମୂଳରେ ବାଲି ବସ୍ତା ପକେଇ ଜଳସ୍ରୋତ ରୋକିବାକୁ ଚେଷ୍ଟା କରୁଥିବାର ଦେଖାଯାଇଛିl ତେବେ ଧର୍ମକୁ ଆଖି ଠାର ଭଳିଆ ପ୍ରଶାସନ ଖାଲି ବାଲିବସ୍ତା ପକାଇ ଥାଉମାର କରିବାରେ ବ୍ୟସ୍ତl କେଉଁ ମୁହୂର୍ତ୍ତରେ ପୋଲ ମୂଳ ଭୁଶୁଡ଼ି ବୈଶିଙ୍ଗା-ମାଣତ୍ରୀ ଭଳିଆ ବ୍ୟସ୍ତ ବହୁଳ ରାସ୍ତାରେ ଯାତାୟତ ଠପ ହେବା ସହିତ ଧନଜୀବନ ନଷ୍ଟ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେl

୯୦ଦଶକରେ ନିର୍ମିତ ଏହି ପୋଲ କ୍ରମଶଃ ଦୁର୍ବକ ହୋଇ ଯାଇଥିବବେଳେ ସ୍ଥାନୀୟ ଲୋକ ଏହାର ସ୍ଥାୟୀତ୍ୱ ନେଇ ବାରମ୍ବାର ପ୍ରଶ୍ନ ଉଠାଉ ଥିଲେ ବି ନା ପ୍ରଶାସନ ନା ଜନପ୍ରତିନିଧି କେବେ ବି ଏଥି ପ୍ରତି ଧ୍ୟାନ ଦେଇ ନାହାନ୍ତିl ପ୍ରତି ବର୍ଷ ବନ୍ୟା ଜଳ ଏହି ପୋଲ ଉପରେ ଚାଲୁଥିବାରୁ ଏହା ଦିନକୁ ଦିନ ଦୁର୍ବଳ ହେବାରେ ଲାଗୁଛିl ଏମିତି କି ସମୟ ସମୟରେ ପୋଲ ପାର୍ଶ୍ୱ ସୁରକ୍ଷା ବାଡ଼ ଭାଙ୍ଗିଯାଉ ଥିବା ବେଳେ ବାଉଁଶ ବତା ବାନ୍ଧି ଲୋକଙ୍କ ଜୀବନ ସହିତ ଖେଳିଛି ପ୍ରଶାସନl ନୂଆ ପୋଲ ପାଇଁ ସ୍ଥାନୀୟ ଲୋକ ବାରମ୍ବାର ଅନୁରୋଧ କରି ଆସୁଥିବାବେଳେ ପ୍ରଶାସନ କହୁଛି ପ୍ରସ୍ତାବ ପଠାଯାଇଛିl

c228f4de-557f-45f8-8666-30e0020874ab

ଏନେଇ ବେତନଟୀ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି ଘଟଣା ସ୍ଥଳରେ ଉପସ୍ଥିତ ରହିଥିବାବେଳେ କହିଛନ୍ତି କି ଆଜି ଆମେ ବାଲି ବସ୍ତା ପକେଇ କିଛି ରକମର ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରୁଛୁ ଓ ପରେ ଏହାର ସ୍ଥାୟୀ ପ୍ରତିକାର ପାଇଁ ଚେଷ୍ଟା କରିବୁl ଅନ୍ୟପଟେ ଉପସ୍ଥିତ ସ୍ଥାନୀୟ ବାସିନ୍ଦା ନିଜର ଅସନ୍ତୋଷ ଝାଡ଼ିବା ସହିତ କହିଛନ୍ତି କି ବାଲି ବସ୍ତା ପକେଇବା ପ୍ରଶାସନର କେବଳ ଠିକାଦାର ପୋଷଣ ନିତିl କେବଳ ଯଦି ପଥର ପ୍ୟାଚିଂ କରାଯିବ ତାହେଲେ ମାଟି ଅତଡ଼ା ଖସିବାକୁ ରୋକିବା ସହିତ ପୋଲକୁ ମଧ୍ୟ ସୁରକ୍ଷା ଦିଆଯାଇ ପାରିବ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe