ବର୍ଷକରେ ୨୫.୩୭ କୋଟି ରାଜସ୍ବ ଆଦାୟ କଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

Advertisment

ନନ୍ଦନକାନନକୁ ଚଳିତ ବର୍ଷ ବହୁ ପରିମାଣରେ ଦର୍ଶକଙ୍କ ଆଗମନ‌ ହୋଇଛି। ଆର୍ଥିକ ବର୍ଷ ୨୦୨୪-୨୦୨୫ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରେକର୍ଡ ସଂଖ୍ୟାରେ ପର୍ଯ୍ୟଟକ ବୁଲିଛନ୍ତି। ଏହି କାରଣରୁ ପ୍ରାଣୀ ଉଦ୍ୟାନର ଭଲ ରୋଜଗାର ହୋଇଛି।

ନନ୍ଦନକାନନକୁ ଚଳିତ ବର୍ଷ ବହୁ ପରିମାଣରେ ଦର୍ଶକଙ୍କ ଆଗମନ‌ ହୋଇଛି। ଆର୍ଥିକ ବର୍ଷ ୨୦୨୪-୨୦୨୫ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରେକର୍ଡ ସଂଖ୍ୟାରେ ପର୍ଯ୍ୟଟକ ବୁଲିଛନ୍ତି। ଏହି କାରଣରୁ ପ୍ରାଣୀ ଉଦ୍ୟାନର ଭଲ ରୋଜଗାର ହୋଇଛି।

୨୧ରୁ  ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଆସନ୍ତାକାଲିଠୁ ଜୟଦେବ ବାଟିକା

ବାରଙ୍ଗ: ଆର୍ଥିକ ବର୍ଷ ୨୦୨୪-୨୦୨୫ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରେକର୍ଡ ସଂଖ୍ୟାରେ ପର୍ଯ୍ୟଟକ ବୁଲିଛନ୍ତି। ଏହି କାରଣରୁ ପ୍ରାଣୀ ଉଦ୍ୟାନର ଭଲ ରୋଜଗାର ହୋଇଛି। ନନ୍ଦନକାନନର ରେକର୍ଡ ପରିମାଣର ରାଜସ୍ୱ ଆଦାୟ ହୋଇଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହି ବର୍ଷରେ ଆସିଥିବା ମୋଟ ୩୯,୫୨,୦୯୭ ପର୍ଯଟକଙ୍କ ଠାରୁ ସମସ୍ତ ଉତ୍ସରୁ ୨୫.୩୭ କୋଟି ଟଙ୍କା ନନ୍ଦନକାନନ ଇତିହାସରେ ସର୍ବାଧିକ। 

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩୭,୭୧,୯୮୦ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୧,୮୦,୧୧୭ ପର୍ଯ୍ୟଟକ ପରିଦର୍ଶନ କରିଛନ୍ତି। ପରିଦର୍ଶକମାନଙ୍କ ମଧ୍ୟରେ ବୟସ୍କ ୩୨,୩୨,୧୨୬, ଶିଶୁଙ୍କ ସଂଖ୍ୟା ୭,୧୯,୧୭୮ ଓ ୭୯୩ ଜଣ ବିଦେଶୀ ପର୍ଯ୍ୟଟକ ଥିଲେ। 

ପରିଦର୍ଶକ ପ୍ରବେଶ ଶୁଳ୍କ, କ୍ୟାମେରା ଓ ପାକିଂଙ୍କ ଅନ୍ୟାନ୍ୟ ବାବଦରୁ ୧୬.୩୫ ଓ ଆଉଟସୋର୍ସିଂ ସୁବିଧା ଠାରୁ ୫.୮୭ କୋଟି ଟଙ୍କା ଆଦାୟ ହୋଇଥିବା ସୂଚନା ଦିଆଯାଇଛି। ଜୀବଜନ୍ତୁ ପୋଷ୍ୟ ବାବଦକୁ ୩.୧୫ କୋଟି ରେକର୍ଡ ପରିମାଣର ଅର୍ଥ ଆଦାୟ ହୋଇଛି।

 Nandankanan zoo

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe