Narada Jayanti at Rairangpur. Photograph: (sambad.in)
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ପ୍ରାଙ୍ଗଣରେ ଉପଖଣ୍ଡସ୍ତରୀୟ ନାରଦ ଜୟନ୍ତୀ ସମାରୋହ ବିଶ୍ବ ସମ୍ବାଦ କେନ୍ଦ୍ର ଆନୁକୂଲ୍ଯରେ ସଭାପତି ଲଳିତ ମହାନ୍ତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ଯଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ରାଇରଙ୍ଗପୁର ନଗର ସଂଘଚାଳକ ଗିରିଜା ଶଙ୍କର ମହାନ୍ତ, ମୁଖ୍ଯବକ୍ତା ଭାବେ ରାଷ୍ଟ୍ରଦୀପ ପତ୍ରିକାର ସମ୍ପାଦକ ଚିତରଂଜନ ମହାପାତ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର ପଟ୍ଟନାୟକ, ସୌରଭ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ସଭା ପ୍ରାରମ୍ଭରେ ଅତିଥିମାନେ ଭାରତମାତା ଓ ଦେବର୍ଷି ନାରଦ ମୁନିଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ଅତିଥିଗଣ ନାରଦମୁନିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ। ପରେ ବରିଷ୍ଠ ସାମ୍ବାଦିକ ଭାବେ ସୌରଭ ପଟ୍ଟନାୟକ, ରବିନ୍ଦ୍ର ପଟ୍ଟନାୟକ ଓ ଶରତ ଦାସ ସମ୍ବର୍ଦ୍ଧିତ କରାଯାଇଥିଲା।
ସମ୍ମାନୀତ ଅତିଥି ତଥା ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିମାନେ ସମସ୍ୟା ଭିତ୍ତିକ ବିଭିନ୍ନ ଖବର ତାଙ୍କ ଆଖି ସାମ୍ନାରେ ହେଉଥିଲେ ମଧ୍ୟ ଖବର ପ୍ରକାଶିତ କରୁନଥିବାରୁ କ୍ଷଭ ପ୍ରକାଶ କରିଥିଲେ। ନାରଦ ଜୟନ୍ତୀ ସମାରୋହରେ ଶ୍ରେଷ୍ଠ ନାରଦ ସାମ୍ୱାଦିକ ସମ୍ମାନରେ ମୁଦ୍ରିତ ଗଣମାଧ୍ୟମର ତୁଷାର କାନ୍ତ ମହାନ୍ତ (‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି), ରାଜେଶ ଶର୍ମା, ବୈଦୁତିକ ଗଣମାଧ୍ୟମର ସାମ୍ବାଦିକ ପ୍ରଦୀପ ମହାନ୍ତ ଓ ସୋସିଆଲ ମିଡିଆରେ ମେଘନାଦ ସାହାଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ବନ୍ଦେ ମାତରଂ ଗାନ କରାଯାଇ ସଭକାର୍ଯ୍ଯ ଶେଷ ହୋଇଥିଲା।
ସଭାପତି ଲଳିତ ମହାନ୍ତ ସଭାପତିତ୍ବ ସହିତ ମଞ୍ଚ ପରିଚାଳନା କରିଥିଲେ। ନାରଦ ଜୟନ୍ତୀ ସମାରୋହକୁ ବଳରାମ ବାରିକ, ରାଜୀବ ଲୋଚନ ସିଂହ, ଅଙ୍କିତ ପାଢ଼ିଆ ପ୍ରମୁଖ ପରିଚାଳନା କରିଥିବା ବେଳେ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରର ଗୁରୁଜୀଗୁରୁମା ପରିଚାଳନାରେ ସହଯୋଗ କରିଥିଲେ।
Mayurbhanj
Follow Us