ରାଉରକେଲା: ଜାତୀୟ ଫୁଟବଲ୍ ତାରକା ବୀରେନ୍ଦ୍ର ସିଂହଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତ ୨୭ ତାରିଖ ଜାମସେଦପୁରସ୍ଥ ବାସଭବନରେ ତାଙ୍କର ବିୟୋଗ ଘଟିଥିଲା। ସେ ସନ୍ତୋଷ ଟ୍ରଫିରେ ଏକାଧିକବାର ଓଡ଼ିଶାଦଳର ନେତୃତ୍ବ ନେବା ସହ ଡୁରାଣ୍ଡ୍‌ କପ୍‌ରେ ମଧ୍ୟ ନିଜର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରଥିଲେ।

Advertisment

ସନ୍ତୋଷ ଟ୍ରଫିରେ ଓଡ଼ିଶା ଦଳର ନେତୃତ୍ବ ନେଇଥିଲେ

ଉଲ୍ଲେଖଯୋଗ୍ୟ, ଶ୍ରୀ ସିଂହ ୧୯୬୮ ମସିହାରେ ରାଉରକେଲା ଇସ୍ପାତ କାରଖାନାରେ ଯୋଗ ଦେଇଥିବାବେଳେ ୨୦୦୨ରେ ଅବସର ନେଇଥିଲେ। ଏହି ଅବଧିରେ ସେ ସନ୍ତୋଷ ଟ୍ରଫିରେ ଓଡ଼ିଶା ଦଳର ନେତୃତ୍ବ ନେବାସହ ବହୁବାର ଜିଲ୍ଲାସ୍ତରୀୟ, ଅନ୍ତଃଜିଲ୍ଲା ଫୁଟବଲ୍ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିଥିଲେ। ତାଙ୍କ ନେତୃତ୍ବରେ ରାଉରକେଲା ଇସ୍ପାତ କାରଖାନା ସର୍ବଭାରତୀୟ ସେଲ୍ ଫୁଟ୍‌ବଲ୍ ପ୍ରତିଯୋଗିତାରେ ବିଜୟୀ ହୋଇଥିଲା।

ଆହୁରି ପଢ଼ନ୍ତୁ: International Sand Art: ଅନ୍ତର୍ଜାତୀୟ ବାଲୁକା କଳା, ନୃତ୍ୟ ଉତ୍ସବକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

 ସେ ଏସିଆର ସର୍ବପୁରାତନ ତଥା ବିଶ୍ବର ତୃତୀୟ ପୁରାତନ ଫୁଟ୍‌ବଲ୍‌ ପ୍ରତିଯୋଗିତା ଭାବେ ବିବେଚିତ ‘ଡୁରାଣ୍ଡ କପ୍’ରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ। ୧୯୮୫ରେ ଓଡ଼ିଶା ଫୁଟ୍‌ବଲ୍‌ ଆସୋସିଏସନ୍ ପକ୍ଷରୁ ରେଫରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ଅନେକ ଫୁଟ୍‌ବଲ୍‌ ପ୍ରତିଯୋଗିତା ପରିଚାଳନା କରିଥିଲେ।

ଆହୁରି ପଢ଼ନ୍ତୁ: Farmers: ନବରଂଗପୁରରେ ବର୍ଷକରେ ବଢ଼ିଲେ ୮୧୦୯ଚାଷୀ, ୫୨୧୭ ଭାଗଚାଷୀ ଚିହ୍ନଟ

ତାଙ୍କ ବିୟୋଗରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଚନ୍ଦ୍ର‌ଶେଖର କ୍ରୀଡ଼ା ଅନୁଷ୍ଠାନର ସାଧାରଣ ସମ୍ପାଦକ ଦେବଦତ୍ତ ଜେନା, ଭାରତୀ ମିଶ୍ର, ବୈଦ୍ୟନାଥ ମିଶ୍ର, ଡା. ସୁଶାନ୍ତ ଦତ୍ତରାୟ, ବରିଷ୍ଠ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ, ଜାତୀୟ ଫୁଟ୍‌ବଲ୍‌ ରେଫରି ଭାସ୍କର ନନ୍ଦ, ଜାତୀୟ ଖେଳାଳି ଜୟନ୍ତ ମହାରଣା, ବାସିଲ ତିର୍କି, ଶିଶିର କୁଜୁର, ସୁଶାନ୍ତ ମହାନ୍ତି, ବିଭୂତି ଭୂଷଣ ମହାନ୍ତି, ସଞ୍ଜୟ ଡାବୁଦା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।