ଗୋ ମାଫିଆ ଆକ୍ରମଣରେ ଯୁବକ ମୃତ: ଶବ ରଖି ଜାତୀୟ ରାଜପଥ ଅବରୋଧ

Advertisment

ତିହିଡି ବ୍ଲକର କଷଟି ଗ୍ରାମର ଗୋ ମାଫିଆଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ଯୁ ନେଇ ଆଜି ଅପରାହ୍ନ ୫ ଟାରେ ସ୍ଥାନୀୟ ଲୋକେ ଶବ ରଖି ୧୬ ନମ୍ବର ଜାତୀୟ ରାଜପଥର ନେହେରୁ ଷ୍ଟାଡିୟମ୍ ଛକରେ ରାସ୍ତାରୋକ କରିଥିଲେ।

ତିହିଡି ବ୍ଲକର କଷଟି ଗ୍ରାମର ଗୋ ମାଫିଆଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ଯୁ ନେଇ ଆଜି ଅପରାହ୍ନ ୫ ଟାରେ ସ୍ଥାନୀୟ ଲୋକେ ଶବ ରଖି ୧୬ ନମ୍ବର ଜାତୀୟ ରାଜପଥର ନେହେରୁ ଷ୍ଟାଡିୟମ୍ ଛକରେ ରାସ୍ତାରୋକ କରିଥିଲେ।

ଭଦ୍ରକ: ତିହିଡି ବ୍ଲକର କଷଟି ଗ୍ରାମର ଗୋ ମାଫିଆଙ୍କ ଆକ୍ରମଣରେ ସନ୍ତୋଷ ପରିଡ଼ା (୪୭)ଙ୍କର ଗତକାଲି ମୃତ୍ଯୁ ଘଟିବା ପରେ ଆଜି ଭୁବନେଶ୍ଵରର ତାଙ୍କର ଶବ ଭଦ୍ରକ ଆସୁଥିଲା। ଅପରାହ୍ନ ୫ ଟାରେ ଶବ ଭଦ୍ରକରେ ପହଞ୍ଚିବା ପରେ ତାଙ୍କର ଶବ ୧୬ ନମ୍ବର ଜାତୀୟ ରାଜପଥର ନେହେରୁ ଷ୍ଟାଡିୟମ୍ ଛକରେ ରଖି ହଜାର ହଜାର ଲୋକ ରାସ୍ତାରୋକ କରିଥିଲେ। ମୃତ ସନ୍ତୋଷର ପରିବାରକୁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିବା ସହ ତାଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବାପାଇଁ ଘୋଷଣା କରିଥିଲେ। ମାତ୍ର ଆଜି ପରିବାର ଲୋକ ଓ ଗ୍ରାମବାସୀମାନେ ତାଙ୍କର ମୃତ୍ଯୁରେ ୫୦ ଲକ୍ଷ ଟଙ୍କାର କ୍ଷତିପୁରାଣ ଦାବି କରି ଜାତୀୟ ରାଜପଥକୁ ୩ ଘଣ୍ଟା ଧରି ଅବରୋଧ କରିଥିଲେ। 

publive-image

ହଜାର ହଜାର ଲୋକ ରାସ୍ତାରେ ଟାୟାର କାଲି ପ୍ରତିବାଦ କରିବା ସହ ରାସ୍ତା ଅବରୋଧ କରିଥିଲେ। ଏହି ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ ଗତକାଲି ଠାରୁ ଭଦ୍ରକ ସହରରେ ଓ ତିହିଡି। ଧାମନଗର ୩୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଭଦ୍ରକରେ ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ଶୀତାଂଶ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ବାଲେଶ୍ଵର ଡିଆଇଜି, ଭଦ୍ରକ ଏସପି ମନୋଜ ରାଉତ ପ୍ରମୁଖ ପହଞ୍ଚି ବୁଝାସୁଝା କରୁଥିଲେ। ପରେ ରାସ୍ତାରୋକରୁ ଲୋକେ ଓହରି ଯାଇଥିବା ବେଳେ ସନ୍ତୋଷର ଶବକୁ ଏକ ଶୋଭାଯାତ୍ରାରେ ତାଙ୍କ ଗାଁ କଷଟିକୁ ନିଆଯାଇ ସେଠାରେ ତାଙ୍କର ଶବ ସତ୍କାର କରାଯିବ। 

publive-image

ଏହି ଆକ୍ରମଣ ଘଟଣାରେ ୧୨ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ଆହୁରି ଅନେକ ଲୋକଙ୍କ ସଂପୃକ୍ତି ରହିଥିବା ନେଇ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସେମାନଙ୍କୁ ଗିରଫ ପାଇଁ ଦାବି କରାଯାଇଛି। ବେଆଇନ ଗୋ ଚାଲାଣ ଘଟଣାକୁ ବିରୋଧ କରିବାରୁ ତାଙ୍କୁ ଏଭଳି ଆକ୍ରମଣ କରାଯାଇ ଥିଲା।

ଏହି ଘଟଣାକୁ ନେଇ ଭଦ୍ରକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ଆଜି ସକାଳ ୬ଟାରୁ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିବା ବେକେ ସହରରେ ୨୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜରୁ ୫୦ ଜଣ ଦକ୍ଷ ଅଫିସରଙ୍କୁ ମୁତୟନ କରାଯାଇଛି। ଡିଆଇଜି ସତ୍ୟଜିତ ଭଦ୍ରକରେ ଡେରା ପକାଇଥିବା ବେଳେ ସକାଳୁ କଚେରି ମାର୍କେଟ ବନ୍ଦ କରାଯାଇଛି। ଜନଗହଳି ସ୍ଥାନଗୁଡ଼ିକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଭଦ୍ରକ ଜିଲ୍ଲାର ପରିସ୍ଥିତି ଉତେଜନା ପ୍ରବଣ ରହିଥିବାରୁ ପୁଲିସ ଓ ପ୍ରଶାସନ ପକ୍ଷରୁ ଘଟଣା ଉପରେ ତୀକ୍ଷ୍ମ ନଜର ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe