ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଜ୍ଞାନ ପ୍ରଣାଳୀ ଉପରେ ଆଲୋଚନା

Advertisment

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ 'ଭାରତୀୟ ଜ୍ଞାନ ବ୍ୟବସ୍ଥା: ଆଦିବାସୀ ସମାଜର ଅବଦାନ' ଶୀର୍ଷକ ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନର ଏକ ସ୍ବତନ୍ତ୍ର ଆଲୋଚନାଚକ୍ର ବୁଧବାର ଦିନ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ 'ଭାରତୀୟ ଜ୍ଞାନ ବ୍ୟବସ୍ଥା: ଆଦିବାସୀ ସମାଜର ଅବଦାନ' ଶୀର୍ଷକ ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନର ଏକ ସ୍ବତନ୍ତ୍ର ଆଲୋଚନାଚକ୍ର ବୁଧବାର ଦିନ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

kpt

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ 'ଭାରତୀୟ ଜ୍ଞାନ ବ୍ୟବସ୍ଥା: ଆଦିବାସୀ ସମାଜର ଅବଦାନ' ଶୀର୍ଷକ ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନର ଏକ ସ୍ବତନ୍ତ୍ର ଆଲୋଚନାଚକ୍ର ବୁଧବାର ଦିନ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବନବାସୀ କଲ୍ୟାଣ ଆଶ୍ରମ ସହ ଜଡ଼ିତ ବିଶିଷ୍ଠ ଆଦିବାସୀ ଓ ଜଙ୍ଗଲ ଅଧିକାର କର୍ମୀ ଶ୍ରୀ ଗିରିଶ କୁବେର ମୁଖ୍ୟ ବକ୍ତା ଭାବେ ଏକ ସରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ।

ଏକ ଭାରତ ଶ୍ରେଷ୍ଠ ଭାରତର ନୋଡାଲ ଅଫିସର ଡ. ସୌରଭ ଗୁପ୍ତା ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭିକ ବକ୍ତବ୍ୟରେ ଶିକ୍ଷା ବିଭାଗର ମୁଖ୍ୟ ତଥା ଏନଇପି ସଂଯୋଜକ ଡ. ଭରତ କୁମାର ପଣ୍ଡା ଭାରତୀୟ ଜ୍ଞାନ ପରମ୍ପରାକୁ "ଭାରତୀୟ ଜ୍ଞାନ ପ୍ରଣାଳୀ" ଶବ୍ଦ ବ୍ୟତୀତ ବୁଝିବା ଉପରେ ଗୁରୁତ୍ୱାରୋପ କରି ଭାରତୀୟତାତ୍ୱର ସାର ଓ ଆଦିବାସୀ ଜୀବନଶୈଳୀ ଉପରେ ଆଲୋକପାତ କରିଥିଲେ ।

ମୁଖ୍ୟବକ୍ତା ଭାବେ ଗିରିଶ କୁବେର ଆଦିବାସୀ ଜୀବନର ବିଭିନ୍ନ ସାମାଜିକ ଅର୍ଥନୈତିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଜୀବିକା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ସେ ମଧ୍ୟପ୍ରଦେଶର ଆଗରିଆ ଜନଜାତିର ଉଦାହରଣ ଦେଇଥିଲେ ଯେଉଁମାନେ ଲୁହା ସାମଗ୍ରୀ ପ୍ରସ୍ତୁତ କରନ୍ତି ଏବଂ ଲୋହାସୁରଙ୍କୁ ପୂଜା କରନ୍ତି। ସାମୂହିକ ଜୀବନ ଦର୍ଶନ-ସମୁହିକତା, ସହ-ଅସ୍ତିତ୍ବ ଓ ସହଜ ଜୀବନ, ପ୍ରକୃତି, ଜୈବ ବିବିଧତା, ଜ୍ଞାନ ଏବଂ ଭାରତୀୟ ଜ୍ଞାନ ସମ୍ପଦର ସାରସ୍ୱରୂପ ମଧ୍ୟରେ କିପରି ସମନ୍ଵୟ ଆଣିଥାଏ ସେ ବିଷୟରେ ଶ୍ରୀ କୁବେର ଗୁରୁତ୍ୱାରୋପ କରିଥିଲେ। ଆଦିବାସୀ ଗବେଷଣା ଦିଗରେ ବିଶ୍ୱବିଦ୍ୟାଳୟକୁ ନେତୃତ୍ୱ ଦେଇଥିବାରୁ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ହେଉଛି ବିଶ୍ୱବିଦ୍ୟାଳୟରେ ସ୍ଥାନୀୟ ଛାତ୍ର ନାମଲେଖା ହାର ବୃଦ୍ଧି କରିବା ଏବଂ କୋରାପୁଟ ଅଞ୍ଚଳରେ ଆଦିବାସୀ ମହିଳାଙ୍କ ସାକ୍ଷରତା ହାର ୨% ରୁ କମ୍ ଥିବା ସାମ୍ପ୍ରତିକ ପରିସ୍ଥିତିରେ ପରିବର୍ତ୍ତନକୁ ପ୍ରଭାବିତ କରିବା।

କୁଳପତି ପ୍ରଫେସର ତ୍ରିପାଠୀ ତାଙ୍କ ସଭାପତିତ୍ବ ଅଭିଭାଷଣରେ କହିଥିଲେ ଯେ ଯଦିଓ ଭାରତର ଜାତୀୟତା ଭାଙ୍ଗିବା ପାଇଁ ସକ୍ରିୟ ଶକ୍ତି ରହିଛି ଏବଂ ପାଶ୍ଚାତ୍ୟ ଶିକ୍ଷା ଆମ ଦେଶର ବୁଦ୍ଧି ଓ ଶିକ୍ଷାକ୍ଷେତ୍ରରେ ଗଭୀର ଆଘାତ ସୃଷ୍ଟି କରିଛି, ତଥାପି ଆଦିବାସୀ ସମାଜ ଏହାର ବିଶାଳ ସ୍ୱଦେଶୀ ଜ୍ଞାନର ଭଣ୍ଡାର ସହିତ ଭାରତର ମେରୁଦଣ୍ଡ ହୋଇ ଛିଡା ହୋଇଛି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ହେଉଛି ବିଶ୍ୱବିଦ୍ୟାଳୟରେ ସ୍ଥାନୀୟ ଛାତ୍ର ନାମଲେଖା ହାର ବୃଦ୍ଧି କରିବା ଏବଂ କୋରାପୁଟ ଅଞ୍ଚଳରେ ଆଦିବାସୀ ମହିଳାଙ୍କ ସାକ୍ଷରତା ହାର ୨% ରୁ କମ୍ ଥିବା ସାମ୍ପ୍ରତିକ ପରିସ୍ଥିତିରେ ପରିବର୍ତ୍ତନକୁ ପ୍ରଭାବିତ କରିବା। ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ କୋରାପୁଟ ର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଆଦିବାସୀ ସଂସ୍କୃତି ସହ ପରିଚିତ ହେବା ଉଚିତ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆଦିବାସୀ ସାମ୍ବାଦିକତା, ଆଦିବାସୀ ଅର୍ଥନୀତି ଆଦି ଆଦିବାସୀ ଅଧ୍ୟୟନ ଉପରେ ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁରୁତ୍ୱ ଦେବା ଦରକାର। ସେ ଆହୁରି ମଧ୍ୟ କହିଠିଏଲ ଯେ ବିଶ୍ୱବିଦ୍ୟାଳୟ ବିଶେଷଜ୍ଞଙ୍କ ସହାୟତାରେ ଆଦିବାସୀ ଅଧ୍ୟୟନ ଶୃଙ୍ଖଳା ଗଠନ ଦିଗରେ ଚିନ୍ତା କରୁଛି।

ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ନୃତତ୍ତ୍ୱ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଜୟନ୍ତ କୁମାର ନାୟକ। ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିସି ବାରିକ, ରେଜିଷ୍ଟ୍ରାର ତଥା ଭାଷା ସମୂହର ଡିନ୍ ପ୍ରଫେସର ଏନ୍ ସି ପଣ୍ଡା, ବିଜନେସ୍ ମ୍ୟାନେଜମେଣ୍ଟର ଏଚ୍ଓଡି ଡ. ପିସି ମିଶ୍ର, ଅର୍ଥନୀତି ର ଏଚ୍ଓଡି ଡ. ମିନତି ସାହୁ, ବନ ବିଭାଗର ଏଚ୍ଓଡି ଡ. କାକୋଲି ବାନାର୍ଜୀ, ଡ. ଶମ୍ଭୁ ଦୟାଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଗବେଷକ ମାନେ ଉପସ୍ଥିତ ଥିଲେ ବୋଲି ବିଶ୍ଵବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗ, ସମାଜବିଜ୍ଞାନ ବିଭାଗ, ଅର୍ଥନୀତି ବିଭାଗ ଓ ଓଡ଼ିଆ ବିଭାଗ ସହଯୋଗ କରିଥିଲେ। ସମାଜବିଜ୍ଞାନର ସହକାରୀ ପ୍ରଫେସର ଡ. ନୂପୁର ପଟ୍ଟନାୟକ ଓ ସଂସ୍କୃତ ବିଭାଗର ସହକାରୀ ପ୍ରଫେସର ଡ. ଦେବାଶିଷ କର୍ମାକର ମଞ୍ଚ ଓ ସ୍ଥାନ ପରିଚାଳନା ଦାୟିତ୍ବ ନିର୍ବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe