କନ୍ଧମାଳ ଜିଲ୍ଲାରେ ପ୍ରକୃତି ହସୁଛି, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି

କନ୍ଧମାଳ ଜିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଛି। ପ୍ରକୃତି ଏଠି ଖୁନ୍ଦି ଦେଇଛି ପ୍ରାକୃତିକ ସୌନ୍ଦର୍ଯ୍ୟ, ଯାହାକୁ ଉପଭୋଗ କରିବା ପାଇଁ ବାହାର ରାଜ୍ୟ ଏବଂ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ।

ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଛି। ପ୍ରକୃତି ଏଠି ଖୁନ୍ଦି ଦେଇଛି ପ୍ରାକୃତିକ ସୌନ୍ଦର୍ଯ୍ୟ, ଯାହାକୁ ଉପଭୋଗ କରିବା ପାଇଁ ବାହାର ରାଜ୍ୟ ଏବଂ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ବର୍ଷା ଛାଡ଼ିବା ପରେ ସାରା ପ୍ରବେଶ ସବୁଜ ରଙ୍ଗରେ ରଙ୍ଗେଇ ହୋଇଯାଇଛି। ନବବଧୁ ବେଶରେ ସଜେଇ ହେବା ଭଳି ଦୃଶ୍ୟମାନ ହେଉଛି ଜିଲ୍ଲାର ପ୍ରାକୃତିକ ପରିବେଶ।

ପ୍ରତ୍ୟକ ବର୍ଷ ଅକ୍ଟୋବର ମାସ ଆରମ୍ଭରୁ ଶୀତ ଆରମ୍ଭ ହେଉଥିବା ବେଳେ ଚଳିତ ସାମାନ୍ୟ ବିଳମ୍ବ ହୋଇଛି। ନଭେମ୍ବର ମାସର ପ୍ରଥମ ସପ୍ତାହ ପରେ ହାଲକା ଶୀତ ଅନୁଭବ ହେଉଛି। ରାତିରେ ପ୍ରବଳ କୁହୁଡ଼ି ଆରମ୍ଭ ହୋଇ ସକାଳ ପର୍ଯ୍ୟନ୍ତ କୁହୁଡି ଲାଗିରହୁଛି। ସେଇଭଳି ପାହାନ୍ତିଆ ଶୀତ ଅନୁଭୂତ ହେଉଥିବା ବେଳେ ପରିବେଶ ଅତ୍ୟନ୍ତ ଆନନ୍ଦମୟ ରହୁଥିବା ସାଧାରଣ ଲୋକ ଅନୁଭବ କରୁଛନ୍ତି।

publive-image

ବର୍ଷା ଛାଡିବା ଆକାଶ ମେଘ ମୁକ୍ତ ହୋଇ ନୀଳ ଆକାଶରେ ପରିଣତ ହେବା ସହ ଆକାଶରେ ମଝିରେମଝିରେ ମେଘ ଖଣ୍ଡ ସବୁଜ ପରିବେଶ କୁ ଆହୁରି ଆକର୍ଷିତ କରୁଛି। ରାସ୍ତାକଡ଼ ଝରଣାର ଦୃଶ୍ୟ ସବୁଜିମା ବୃକ୍ଷରାଜି ବିରାଟ ପାହାଡ଼ ପର୍ବତ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ବେଶ ଆନନ୍ଦ ଦେଉଥିବା ଦେଖୁବାକୁ ମିଳିଛି। ରାସ୍ତାରେ ଯାତାୟାତ କଲାବେକେ ଲୋଭନୀୟ ମନୋରମ ଦୃଶ୍ୟ ଦେଖୁ ଯାତ୍ରୀମାନେ କିଛି ସମୟ ଅଟକି ଯାଇ ପ୍ରକୃତିର ମଜା ଉଠେଇବା ସହ ନିଜ ନିଜ ମୋବାଇଲରେ କିଛି ଫୋଟ ଉତ୍ତୋଳନ କରି ବେଶ ଆନନ୍ଦିତ ହେଉଛନ୍ତି। 

ବର୍ତମାନ ବର୍ଷା ଛାଡିବା ପରେ ପର୍ଯ୍ୟଟନର ଋତୁ ଆରମ୍ଭ ହେବାକୁ ଯାଉଛି। କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ବାହାର ଜିଲ୍ଲା ଏବଂ ବାହାର ରାଜ୍ୟର ପର୍ଯ୍ୟଟକ ମାନଙ୍କୁ ସ୍ୱାଗତ କରିବା ପାଇଁ ପୁରା ପ୍ରସୂତ ହୋଇ ରହିଛି। ପ୍ରକୃତିର ବରଦାନ କନ୍ଧମାଳ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ। କନ୍ଧମାଳ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି ସେଇ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଚଳିତ ବର୍ଷ ବର୍ଷା ପରେ ବେଶ ଆକର୍ଷିତ ହୋଇ ପର୍ଯ୍ୟଟକଙ୍କ ଆଗମାନକୁ ଅପେକ୍ଷା କରି ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟ।କୁହୁଡି ସାଙ୍ଗକୁ ଶୀତ ଜଙ୍ଗଲ ପାହାଡ଼ ଭିତରେ ଜଳ ପ୍ରପାତ, ସୁଉଚ୍ଚ ପାହାଡ଼ ପାଦଦେଶରୁ ପ୍ରକୃତିକୁ ଦେଖି ଅନୁଭବ କରିବାର ସୁଯୋଗ ଏବଂ ମଜା ଉଠେଇବାର ମଜା ନେବେ ପର୍ଯ୍ୟଟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe