ମଣ୍ଡପରେ ଜଗତ୍‌ଜନନୀଙ୍କ ପୂଜାର୍ଚ୍ଚନା

ଶାରଦୀୟ ନବରାତ୍ରୀର ପାଇଁ ଜଗତ୍ଜନନୀ ମା’ ଦୁର୍ଗା ଧରାପୃଷ୍ଠକୁ ଅବତରଣ କରିଛନ୍ତି। ଚାରିଆଡ଼େ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି। ପୀଠରେ ଆଜି ମା’ ଦୁର୍ଗାଙ୍କ ସପ୍ତମୀ ପୂଜା ଚାଲିଥିବା ବେଳେ ବିଭିନ୍ନ ପୂଜାମଣ୍ଡପରେ ମାଙ୍କ ଷଷ୍ଠୀ ପୂଜା ଜାରି ରହିଛି। ଓଡ଼ିଶାର ପ୍ରସିଦ୍ଧ ଦେବୀ ପୀଠ ଓ ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ମା’ଙ୍କ ମନ୍ଦିରରେ ସ୍ବତନ୍ତ୍ର ରୀତିନୀତିରେ ପୂଜା ହେଉଛି। ପୂଜା ମଣ୍ଡପଗୁଡ଼ିକରେ ମଧ୍ୟ ସ୍ବତନ୍ତ୍ର ପୂଜାର ଆୟୋଜନ ହୋଇଛି। ଭୁବନେଶ୍ବରର ବିଭିନ୍ନ ସହରର ପୂଜାମଣ୍ଡପରେ ବି ମାଙ୍କର ପୂଜାର୍ଚ୍ଚନା ଚାଲିଛି। ରାଜଧାନୀରେ ଅଘୋଷିତ ପ୍ରତିଯୋଗିତାମୂଳକ ମେଢ଼ ନିର୍ମାଣ ହୋଇଛି। ତେବେ ପୂଜା ମଣ୍ଡପରେ ମା’ଙ୍କ ପୂଜା ସହିତ ଚିତ୍ତବିନୋଦନ କାର୍ଯ୍ୟକ୍ରମ ମଧ୍ୟ ରହିଛି। ମୀନାବଜାର, ଖାଦ୍ୟ ଷ୍ଟଲ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ମୁଖ୍ୟ ରାସ୍ତାକଡ଼ରେ ଆୟୋଜନ ହୋଥିବା ଦୁର୍ଗାପୂଜାର ମେଢ଼ ଦେଖି ଲୋକେ ଅଟକି ଯାଉଛନ୍ତି।

ଅଦ୍ୟତନ ହୋଇଛି
decoration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe