ବିଏସ୍‌ଏଫ୍‌କୁ ମିଳିଲା ବଡ଼ ସଫଳତା: ସ୍ବାଭିମାନ ଅଂଚଳରେ ମାଓ ଡମ୍ପ୍‌ ଉଦ୍ଧାର

ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଂଚଳର ଯୋଡ଼ାମ୍ବ ଥାନା ଅଂଚଳର ଏହି ଘଟଣା ବୋଲି କୁହାଯାଇଛି। ଉଦ୍ଧାର ହୋଇଥିବା ବୋମାକୁ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ନିଷ୍କ୍ରିୟ କରିଥିଲେ।

ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରେ ଥିବା ଗୋରାସେତୁ ଓ ଯୋଡାମ୍ବ ବିଏସ୍‌ଏଫ୍‌ ଟିମ୍‌କୁ ବଡ଼ ସଫଳତା ମିଳିଛି। ସ୍ବାଭିମାନ ଅଂଚଳର ପଣସପୁଟ ପଂଚାୟତର କେନ୍ଦୁଗୁଡ଼ା ଏବଂ ସଲଗାଓଁପୁଟ ଜଙ୍ଗଲରେ ନକ୍ସଲ କରିଥିବା ମାଓ ଡ଼ମ୍ପ ବିଏସ୍‌ଏଫ୍‌ ତରଫରୁ ଉଦ୍ଧାର କରାଯାଇଛି।

ବିଶେଷ ସୂତ୍ରରୁ ଖବର ପାଇ ସ୍ବାଭିମାନ ଅଂଚଳର ଗୋରସେତୁ ଏବଂ ଯୋଡମ୍ବ ଠାରେ ରହିଥିବା ୧୭୭ ବିଏସ୍‌ଏଫ୍‌ ବାଟାଲିୟନ ତରଫରୁ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ଅପରେସନ୍‌ ବେଳେ ଯବାନ୍‌ ଜଙ୍ଗଲରୁ ମାଓ ଡ଼ମ୍ପ ଉଦ୍ଧାର କରିଥିଲେ। ଏହି ଡ଼ମ୍ପରୁ ୨ଟି ଟିଫିନ ବୋମା, ବିଦ୍ୟୁତ ତାର, ପ୍ଲାଷ୍ଟିକ ଡ୍ରମ୍‌, ଅକ୍ସିଜେନ ସିଲିଣ୍ଡର ଇତ୍ୟାଦି ଉଦ୍ଧାର କରିଥିଲେ।

ସ୍ବାଭିମାନ ଅଂଚଳର ଯୋଡ଼ାମ୍ବ ଥାନା ଅଂଚଳର ଏହି ଘଟଣା ବୋଲି କୁହାଯାଇଛି। ଉଦ୍ଧାର ହୋଇଥିବା ବୋମାକୁ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ନିଷ୍କ୍ରିୟ କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଜଙ୍ଗଲରେ ଏଭଳି ଡ଼ମ୍ପ କରି ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଲୁଚାଇ ରଖିଥିବା କୁହାଯାଇଛି। ତେବେ ଲଗାତାର ବିଏସ୍‌ଏଫ୍‌ ଯବାନଙ୍କ କମ୍ବିଂ ଯୋଗୁଁ ନକ୍ସଲ ବେକଫୁଟକୁ ଚାଲିଯାଇଥିବା ବେଳେ ଗତିବିଧି ବି କମିଛି। ସମଗ୍ର ଜିଲ୍ଲାକୁ ବିଏସ୍‌ଏଫ୍‌ ଯବାନ ଘେରି ରହିଥିବାରୁ ନକ୍ସଲ ଗୋଟିଏ ବି ହିଂସା ଘଟାଇବାରେ ସଫଳ ହୋଇପାରୁନାହାନ୍ତି। ଏହି ସଫଳତା ପରେ ବିଏସ୍‌ଏଫ୍‌ ଯବାନ୍‌ଙ୍କ ମନୋବଳ ବଢ଼ିଥିବା ଦେଖିବାକୁ ମିଳିଛି।

 Naxal | BSF | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe