ନକ୍ସଲଙ୍କ ମାରିଲେ ବ୍ୟାନର: ଗିରଫ ମାଓ ନେତ୍ରୀଙ୍କୁ କୋର୍ଟରେ ହାଜର କର

ମାଲକାନଗିରି ଜିଲ୍ଲାର ଛତିଶଗଡ଼ର କାଂକେର ଜିଲ୍ଲାରେ ଦୀର୍ଘ ଦିନ ପରେ ନକ୍ସଲଙ୍କର ବ୍ୟାନର ଦେଖିବାକୁ ମିଳିଛି। ପୁଲିସର କଡ଼ା ସୁରକ୍ଷା ଭିତରେ ନକ୍ସଲ ବ୍ୟାନର ଓ ପୋଷ୍ଟର ମାରିବା ପାଇଁ ଶକ୍ତି ଯୋଗାଡ଼ କରିପାରୁନଥିଲେ।

naxal banner

naxal banner Photograph: (Sambad )

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଛତିଶଗଡ଼ର କାଂକେର ଜିଲ୍ଲାରେ ଦୀର୍ଘ ଦିନ ପରେ ନକ୍ସଲଙ୍କର ବ୍ୟାନର ଦେଖିବାକୁ ମିଳିଛି। ପୁଲିସର କଡ଼ା ସୁରକ୍ଷା ଭିତରେ ନକ୍ସଲ ବ୍ୟାନର ଓ ପୋଷ୍ଟର ମାରିବା ପାଇଁ ଶକ୍ତି ଯୋଗାଡ଼ କରିପାରୁନଥିଲେ। କିନ୍ତୁ ଗତକାଲି ରାତିରେ ନକ୍ସଲ ଜିଲ୍ଲାର କୋୟଲାବେଡ଼ା ଥାନା ଅଂଚଳରେ ପୁଣି ନକ୍ସଲ ମାରି ନିଜର ଉପସ୍ଥିତି ଜାହିର କରିଛନ୍ତି।

ଥାନା ଠାରୁ ମାତ୍ର ୮ କିଲୋମିଟର ଦୁରରେ ଏହି ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ବ୍ୟାନରରେ ରାଜଘାଟ ଏରିଆ କମିଟି ବୋଲି ଉଲ୍ଲେଖ ରହିଛି। ମାଓ ସଂଗଠନର ଆଗଧାଡିର ତଥା କମିଟି ମେମ୍ବର ରହିଥିବା ସମିତା ଉସେଣ୍ଡି ଦୀର୍ଘ ଦିନ ଧରି ଟୁଟ୍ଟା ନାମକ ଗାଁରେ ରହି ମେଡିକାଲରେ ଚିକିତ୍ସିତ ହେଉଥିଲେ।

ତେବେ ଚିକିତ୍ସା ପରେ ସଂଗଠନରେ ପୁଣି ଦାୟିତ୍ବ ନେବାକୁ ଜଂଗଲକୁ ଫେରୁଥିବା ବଳେ ପୁଲିସ ଦ୍ବାରା ଗତ ୭ ତାରିଖ ଦିନ ଗିରଫ ହୋଇଥିଲେ। ପୁଲିସ ସମିତାକୁ ଗିରଫ କରି ୪୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୋର୍ଟରେ ହାଜର କରାଇ ନାହାନ୍ତି। ପୁଲିସ ନିଶ୍ଚିତ ଭାବେ ସମିତାଙ୍କୁ ନିର୍ଯାତନା ଦେଉଥିବେ। ତୁରନ୍ତ ସମିତାଙ୍କୁ କୋର୍ଟରେ ହାଜର କରାଇବା ପାଇଁ ମାଓ ସଂଗଠନ ଦାବି କରିଛି। ସ୍ଥାନୀୟ ପୁଲିସକୁ ବ୍ୟାନର ସଂପର୍କରେ ଖବର ମିଳିବା ପରେ ତୁରନ୍ତ ବ୍ୟାନରକୁ ହଟାଇଛନ୍ତି। ଏଥିସହ ଏହି ଅଂଚଳରେ ଜୋରଦାର ଅପରେସନ କରାଯାଉଥିବା କୁହାଯାଇଛି। ତେବେ ପୁଲିସ ସମିତାକୁ ଗିରଫ କରିଥିବା ନେଇ କୌଣସି ମୁହଁ ଖୋଲୁନଥିବା ଜଣାପଡ଼ିଛି।

Naxal | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe