୫ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଲାଲବାହିନୀ ଆଉ ପୂର୍ବଭଳି ଉପଦ୍ରବ ସୃଷ୍ଟି କରିପାରୁ ନାହାନ୍ତି। ବରଂ ମାଓବାଦୀମାନେ ସରକାରଙ୍କ ବିକାଶମୂଳକ ଯୋଜାନାରେ ପ୍ରଭାବିତ ହୋଇ ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି। ଏହି କ୍ରମରେ ଆଜି ନକ୍ସଲ ଦଂପତି ଆତ୍ମସମର୍ପଣ କରିଛନ୍ତି।

ଅଦ୍ୟତନ ହୋଇଛି
Malkangiri

Photo: Premendra Parichha

ମାଲକାନଗିରି: ସୀମାନ୍ତ ଛତିଶଗଡର ଧମତରୀ ପୁଲିସକୁ ମିଳିଛି ପୁଣି ଏକ ସଫଲତା। ଦୁଇ ଜଣ ହାର୍ଡକୋର ମାଓବାଦୀ ଶୁକ୍ରବାର ଦିନ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଆଜି ପୁଣି ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ପୁରସ୍କାର ଘୋଷିତ ମାଓ ଦମ୍ପତି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଞ୍ଜନେୟ ବୈଷ୍ଣବଙ୍କ ସମ୍ମୁଖରେ ଏହି ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ମାଓ ସଂଗଠନର ଆଗଧାଡିର ନେତା ଟିକେଶ ଓରଫ ଟିକେଶ୍ବର ବଟ୍ଟି ଏବଂ ତାଂକ ପତ୍ନୀ ପ୍ରମିଳା ଓରଫ ଗଣେଶୀ।

Malkangiri

ଟିକେସ ଗତ ୨୦୦୯ ମସିହାରେ ମାଓ ସଂଗଠନରେ ଜଡିତ ହୋଇଥିଲା। ଟିକେ ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ସେହିପରି ପ୍ରମିଳା ମଧ୍ୟ ୨୦୦୯ରେ ମାଓ ସଂଗଠନରେ ସାମିଲ ହୋଇ ଆଗଧାଡିର ନେତ୍ରୀ ବନିଥିଲା। ତାଂକ ନାମରେ ମଧ୍ୟ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏହି ଦମ୍ପତି ବିଭିନ୍ନ ମାଓ ଡିଭିଜନରେ ସାମିଲ ହୋଇ କାମ କରୁଥିଲେ।

ଏହି ଖବର ପଢ଼ନ୍ତୁ: ୨ ପୁରସ୍କାର ଘୋଷିତ ନକ୍ସଲଙ୍କ ଆତ୍ମସମର୍ପଣ

ପୁଲିସ ରିପୋର୍ଟ ଅନୁଯାୟୀ ଏମାନେ ବହୁ ମାଓ ହିଂସାରେ ଜଡିତ ଥିଲେ। ପୁଲିସ ଉପରେ ଆକ୍ରମଣ, ଲ୍ୟାଣ୍ଡମାଇ ବିସ୍ଫୋରଣ କରିବା, ନିରୀହ ଲୋକଙ୍କୁ ପୁଲିସ ଇନଫର୍ମର, ସଂଦେହରେ ହତ୍ୟା କରିବା ଭଳି କାମରେ ଏମାନେ ନିୟୋଜିତ ଥିଲେ। ସଂଗଠନରେ ବିବାହ କରିବାକୁ ମନା ଥିବାରୁ ଏମାନେ ଲୁଚି ଛପି ବିବାହ କରିଥିଲେ ମଧ୍ୟ ଦୁହେଁ ଏକତ୍ର ରହିପାରୁନଥିଲେ। ସଂଗଠନର କ୍ୟାଡର ନକ୍ସଲମାନେ ସବୁବେଳେ ଭେଦଭାବ ଦେଖାଇବା, ନିର୍ଯାତନା ଦେବା ଭଳି କାର୍ଯ୍ୟ କରୁଥିବାରୁ ଏମାନେ ମାଓ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବାକୁ ମନସ୍ଥ କରି ଆତ୍ମସମର୍ପଣ କରିଥିବା କହିଛନ୍ତି। ଏମାନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି।

ଏହି ଖବର ପଢ଼ନ୍ତୁ: ପୁରସ୍କାର ଘୋଷିତ ମାଓବାଦୀର ଆତ୍ମସମର୍ପଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe