୩୧ ମାଓବାଦୀ ନିପାତ: ୧ କୋଟି ପୁରସ୍କାର ଘୋଷିତ ୨୮ ନକ୍ସଲ ହେଲେ ଚିହ୍ନଟ

ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଜାତୀୟ ଉଦ୍ୟାନରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩୧ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ନକ୍ସଲଙ୍କର ଚିହ୍ନଟ ପ୍ରକ୍ରିୟା ଜାରି ରହିଥିଲା।

naxal encounter

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଜାତୀୟ ଉଦ୍ୟାନରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩୧ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ନକ୍ସଲଙ୍କର ଚିହ୍ନଟ ପ୍ରକ୍ରିୟା ଜାରି ରହିଥିଲା। ପ୍ରଥମେ ୧୬ ନକ୍ସଲଙ୍କର ଚିହ୍ନଟ ହୋଇପାରିଥିବା ବେଳେ ଆଜି ୨୮ ନକ୍ସଲଙ୍କର ଚିହ୍ନଟ ସରିଛି। ଅନ୍ୟ ୩ ଜଣ ନକ୍ସଲଙ୍କର ଚିହ୍ନଟ ଚାଲିଥିବା ପୁଲିସ କହିଛି।

ମୃତ୍ୟୁବରଣ କରିଥିବା ନକ୍ସଲ ମଧ୍ୟରୁ ୮ ଲକ୍ଷ ପୁରସ୍କାର ଘୋଷିତ ଡିଭିସିଏମ ସଦସ୍ୟ ହୁଙ୍ଗା କର୍ମା (୪୨), ୫ ଲକ୍ଷ ପୁରସ୍କାର ଘୋଷିତ ଏସିଏମ ସୁବାଷ ଅୟାମ (୪୦), ୫ ଲକ୍ଷ ଘୋଷିତ ଏସିଏମ ସନ୍ନୁ ଉଇକା (୩୧), ୫ ଲକ୍ଷ ଘୋଷିତ ଏସିଏମ ମନିରାମ କୋହରାମୀ (୨୧), ୫ ଲକ୍ଷ ଘୋଷିତ ଏସିଏମ ଅମର ମାଣ୍ଡବୀ (୨୬), ୫ ଲକ୍ଷ ଘୋଷିତ ଏସିଏମ ଭରତ ଠାକୁର (୨୪), ୫ ଲକ୍ଷ ଘୋଷିତ ଏସିଏମ ସରୋଜ ଅବଲମ (୨୦), ୫ ଲକ୍ଷ ଘୋଷିତ ଏସିଏମ ଆୟତେ ମାଡବୀ(୨୫), ୫ ଲକ୍ଷ ଘୋଷିତ ପିପିସିଏମ ମଙ୍ଗୁ ହେମଲା (୨୯) ଚିହ୍ନଟ ହୋଇଛନ୍ତି।

ସେହିପରି ୫ ଲକ୍ଷ ଘୋଷିତ ପିପିସିଏମ (ରାଜୁ ମଜ୍ଜି(୨୧), ୫ ଲକ୍ଷ ଘୋଷିତ ପିପିସିଏମ ସଂଜୟ କୁମାର କୁମ୍ମା (୨୦), ୫ ଲକ୍ଷ ଘୋଷିତ ପିପିସିଏମ ସୁଖମତି ପୋୟାମ (୨୦), ୫ ଲକ୍ଷ ଘୋଷିତ ପିପିସିଏମ ମୈନି ପୁନମ(୨୦), ୫ ଲକ୍ଷ ଘୋଷିତ ପିପିସିଏମ ମୀନା କୁଞ୍ଜାମ(୨୬), ୫ ଲକ୍ଷ ଘୋଷିତ ପିପିସିଏମ ମୈନୀ ପଡିଆମି(୨୦), ୨ ଲକ୍ଷ ଘୋଷିତ ପାର୍ଟି ସଦସ୍ୟ ବେଡଜା ପେଣ୍ଟେରାମ(୩୦), ୨ ଲକ୍ଷ ଘୋଷିତ ପାର୍ଟି ସଦସ୍ୟ ମେଟ୍ଟ ହନମେୟା(୩୩), ୨ ଲକ୍ଷ ଘୋଷିତ ପାର୍ଟି ସଦସ୍ୟ ସନ୍ନୁ ମଜ୍ଜି(୨୦), ୨ ଲକ୍ଷ ଘୋଷିତ ପାର୍ଟି ସଦସ୍ୟ ରମେଶ କୁଡିୟାମ(୨୫), ୨ ଲକ୍ଷ ଘୋଷିତ ପାର୍ଟି ସଦସ୍ୟ ସୋନୁ ମାଡବୀ(୨୧), ୨ ଲକ୍ଷ ଘୋଷିତ ପାର୍ଟି ସଦସ୍ୟ ଶାନ୍ତି ପୋଡିୟାମି(୨୧), ୨ ଲକ୍ଷ ଘୋଷିତ  ପାର୍ଟି ସଦସ୍ୟ ଶଶିକଲା କୁଡିୟାମ(୨୦), ୨ ଲକ୍ଷ ଘୋଷିତ ପାର୍ଟି ସଦସ୍ୟ ସଞ୍ଜତି ମଡକମ(୨୬), ୨ ଲକ୍ଷ ଘୋଷିତ ପାର୍ଟି ସଦସ୍ୟ ମଲ୍ଲି କଡତି(୨୦),୫ ଲକ୍ଷ ଘୋଷିତ ଏସିଏମ ସୋନୁ ହପକା(୩୫), ୫ ଲକ୍ଷ ଘୋଷିତ ଏସିଏମ ମୋଟୁ ପୋଟାମ(୨୫), ୨ ଲକ୍ଷ ଘୋଷିତ ପାର୍ଟି ସଦସ୍ୟ ହିଡମା ମାଡବୀ(୩୦), ୨ ଲକ୍ଷ ଘୋଷିତ ପାର୍ଟି ସଦସ୍ୟ ଜ୍ୟୋତି ହେମଲା(୨୧)।

ଚିହ୍ନଟ ହୋଇଥିବା ୨୮ ଜଣଙ୍କ ମଧ୍ୟରୁ ହୁଙ୍ଗା କର୍ମା ଜଣେ ଦୁର୍ଦାନ୍ତ ମାଓନେତା ଥିଲା। ତାର ନାମରେ ଛତିଶଗଡର ବିଭିନ୍ନ ସ୍ଥାନରେ ହିଂସା ଘଟାଇଥିବା ନେଇ କେଶ ରହିଛି। ଚିହ୍ନଟ ହୋଇଥିବା ନକ୍ସଲମାନଙ୍କ ନାମରେ ପ୍ରାୟ ଦେଢ କୋଟି ଟଂକାର ପୁରସ୍କାର ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe