ଶିକ୍ଷାଦୂତଙ୍କୁ ହତ୍ୟା କଲେ ମାଓବାଦୀ

ପଡ଼ୋଶୀ ଛତିଶଗଡ଼ରେ ଏବେ ମାଓବାଦୀ ହିଂସାତ୍ମକ ହୋଇପଡ଼ିଛନ୍ତି। ଲୋକଙ୍କୁ ଭୟଭୀତ କରିବା ଏବଂ ପୁଲିସକୁ ହଇରାଣରେ ପକାଇବାକୁ ମାଓବାଦୀ ଏବଂ ଲୋକଙ୍କୁ ଧରି ହତ୍ୟା କରିବା ପରେ ପୁଲିସ ଇନଫର୍ମର କହୁଛନ୍ତି।

teacher

ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ରେ ଏବେ ମାଓବାଦୀ ହିଂସାତ୍ମକ ହୋଇପଡ଼ିଛନ୍ତି। ଲୋକଙ୍କୁ ଭୟଭୀତ କରିବା ଏବଂ ପୁଲିସକୁ ହଇରାଣରେ ପକାଇବାକୁ ମାଓବାଦୀ ଏବଂ ଲୋକଙ୍କୁ ଧରି ହତ୍ୟା କରିବା ପରେ ପୁଲିସ ଇନଫର୍ମର କହୁଛନ୍ତି। ଏହି କ୍ରମରେ ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମୃତ ଶିକ୍ଷାଦୂତ ହେଉଛନ୍ତି ଦୁଧି ଅର୍ଜୁନ। ଦୁଧି ଅର୍ଜନଙ୍କ ଘର ଜାଗରକୋଣ୍ଡା ଥାନା ଅନ୍ତର୍ଗତ ଗୋନ୍ଦାପାଲି ଗାଁରେ ବୋଲି ଜଣାପଡିଛି।

ମାଓ ପ୍ରବଣ ଅଞ୍ଚଳରେ ବନ୍ଦ ପଡ଼ିଥିବା ସ୍କୁଲ ଗୁଡ଼ିକ ଚାଲୁ କରିବା ଓ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରି ସ୍କୁଲ ଆଣିବା ପାଇଁ ସରକାର ସ୍ଥାନୀୟ ଶିକ୍ଷିତ ପିଲାଙ୍କୁ ନିୟୋଜିତ କରିଥିଲେ, ଯାହାକୁ ବିରୋଧ କରିଆସୁଥିଲେ ମାଓବାଦୀ। ପ୍ରଜାକୋର୍ଟରେ ଶିକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରି ମାଓବାଦୀମାନେ ଶିକ୍ଷାଦୂତଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଭୟରେ ଦୀର୍ଘବର୍ଷ ଧରି ବନ୍ଦ ରହିଥିବା ବିଦ୍ୟାଳୟ ଗୁଡିକ ପୁଣି ଥରେ ପ୍ରଶାସନ ଖୋଲିଥିଲେ।

ଏହି ପରିପ୍ରେକ୍ଷୀରେ ଶିକ୍ଷା ଅଧିକାରୀ ଦୁଧି ଅର୍ଜୁନଙ୍କୁ ମଧ୍ୟ ପ୍ରଶାସନ ସ୍କୁଲ ଖୋଲିବା ନେଇ ନିର୍ଦେଶ ଦେଇଥିଲେ। ତେବେ ଏଥିପୂର୍ବରୁ ମାଓବାଦୀମାନେ ତାଙ୍କୁ ସ୍କୁଲ ନଖୋଲିବା ପାଇଁ ଧମକ ମଧ୍ୟ ଦେଇଥିଲେ କୁହାଯାଉଛି। ଘଟଣାଟିକୁ ସ୍ବୀକାର କରିଛନ୍ତି ସୁକୁମା ଏସପି କିରଣ ଚୌହାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe