ନକ୍ସଲଙ୍କ ୧୪ ଫୁଟିଆ ସହିଦସ୍ତମ୍ଭକୁ ଧ୍ବଂସ କଲେ ଯବାନ୍‌

ଭୁଶୁଡ଼ି ଯିବ କି ମାଓ ଗଡ଼? ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲାରେ ମୃତ ନକ୍ସଲ କମାଣ୍ଡରଙ୍କ ସ୍ମୃତି ଉଦେଶ୍ୟରେ ନିର୍ମାଣ ହୋଇଥିବା ୧୪ ଫୁଟିଆ ସହିଦସ୍ତମ୍ଭକୁ ବିଏସଏଫ ଯବାନ ଧ୍ବଂସ କରିଛନ୍ତି।

naxal

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲାରେ ମୃତ ନକ୍ସଲ କମାଣ୍ଡରଙ୍କ ସ୍ମୃତି ଉଦେଶ୍ୟରେ ନିର୍ମାଣ ହୋଇଥିବା ୧୪ ଫୁଟିଆ ସହିଦସ୍ତମ୍ଭକୁ ବିଏସଏଫ ଯବାନ ଧ୍ବଂସ କରିଛନ୍ତି। ଲଗାତାର ଅପରେସନ ଜାରି ରହିଥିବା ବେଳେ ଜଂଗଲରେ ନକ୍ସଲଙ୍କର ଡମ୍ପ ଉଦ୍ଧାର କରିବା ସହ ସେମାନଙ୍କ ଦ୍ବାରା ନିର୍ମାଣ ହୋଇଥିବା ସମସ୍ତ ସହିଦସ୍ତମ୍ଭକୁ ଧ୍ବଂସ କରି ଚାଲିଛନ୍ତି।

କାଂକେର ଜିଲ୍ଲାର ପରତାପୁର ଥାନା ଅନ୍ତର୍ଗତ ଵାଟ୍ଟାକାଲ ଜଂଗଲରେ ବିଏସଏଫ ଯବାନ ସର୍ଚ୍ଚ ଅପରେସନ କରୁଥିଲେ। ତେବେ ଜଂଗଲରେ ମାଓ କମାଣ୍ଡର ନାଗେଶର ୧୪ ଫୁଟିଆ ସହିଦସ୍ତମ୍ଭ ଦେଖିଥିଲେ। ତୁରନ୍ତ ଯବାନ ଏହାକୁ ନଷ୍ଟ କରିଦେଇଥିଲେ। ଉତ୍ତର ବସ୍ତରରେ ନକ୍ସଲଙ୍କର ପାଦୁର୍ଭାବ ଧିରେ ଧିରେ କମିବାରେ ଲାଗିଛି।

ନକ୍ସଲ ନିଜର ଉପସ୍ଥିତି ଜାହିର କରିବା ପାଇଁ ଏଭଳି ଗାଁଗୁଡିକରେ ସହିଦ କମ୍ରେଡମାନଙ୍କର ସହିଦସ୍ତମ୍ଭ ନିର୍ମାଣ କରି ଭୟଭିତ କରାଇଥାନ୍ତି। କିନ୍ତୁ ଲଗାତାର ଯବାନ ଏନକାଉଣ୍ଟରରେ ନକ୍ସଲଙ୍କୁ ମାରି ଚାଲିଛନ୍ତି। ଯାହାଫଳରେ ସଂଗଠନ ଏବେ ଦୁର୍ବଳ ହେବାରେ ଲାଗିଛି। ଏହି ପରତାପୁର ଥାନା ଅଂଚଳରେ ଦୁଇ ତିନି ଦିନ ତଳେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଯେଉଁଥିରେ ୮ ଲକ୍ଷ ପୁରସ୍କାର ଘୋଷିତ ମାଓ ନେତା ମାସାର ମୃତ୍ୟୁ ହୋଇଥିଲା। ତେବେ ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲଙ୍କୁ ମୂଳପୋଛ କରିବା ନେଇ ଯେଉଁ ଟାର୍ଗେଟ ରହିଛି ତାହା ଧିରେ ଧିରେ ସଫଳ ହେବାକୁ ଲାଗିଛି ବୋଲି ପୁଲିସ କହିଛି।

maoists | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe