ପୁଣି ଶାନ୍ତିବାର୍ତ୍ତା ପାଇଁ ଅପିଲ କଲେ ନକ୍ସଲ

ସୀମାନ୍ତ ଛତିଶଗଡରେ ଲଗାତାର ପୁଲିସର ଚଢାଉରେ ନକ୍ସଲ କମ୍ରେଡମାନଙ୍କର ମୃତ୍ୟୁ ହେବା ଏବଂ ନକ୍ସଲ ଏକ ପ୍ରକାର ଭୟଭୀତ ହେବା ଯୋଗୁଁ ବାରମ୍ବାର ସରକାରଙ୍କ ନିକଟରେ ଶାନ୍ତିବାର୍ତ୍ତା ପାଇଁ ଅନୁରୋଧ କରି ଚାଲିଛନ୍ତି।

naxal

ମାଲକାନଗିରି: ସୀମାନ୍ତ ଛତିଶଗଡରେ ଲଗାତାର ପୁଲିସର ଚଢାଉରେ ନକ୍ସଲ କମ୍ରେଡମାନଙ୍କର ମୃତ୍ୟୁ ହେବା ଏବଂ ନକ୍ସଲ ଏକ ପ୍ରକାର ଭୟଭୀତ ହେବା ଯୋଗୁଁ ବାରମ୍ବାର ସରକାରଙ୍କ ନିକଟରେ ଶାନ୍ତିବାର୍ତ୍ତା ପାଇଁ ଅନୁରୋଧ କରି ଚାଲିଛନ୍ତି। ଗତ ୮ ତାରିଖରେ ନକ୍ସଲ ସଂଗଠନର ପ୍ରଭାବୀ ରୂପେଶ ସରକାରଙ୍କୁ ଦେଇଥିବା ଶାନ୍ତିବାର୍ତ୍ତାର ଜବାବ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ତୁରନ୍ତ ଦେଇଥିଲେ। ଶ୍ରୀ ଶର୍ମା କହିଥିଲେ ଯେ ଶାନ୍ତି ବାର୍ତ୍ତା ସେତେବେଳେ ସମ୍ଭବ ଯେତେବେଳେ ତୁମେ ଆତ୍ମସମର୍ପଣ କରିବ।

ବିଜୟ ଶର୍ମାଙ୍କର ଉତ୍ତର ପାଇ ନକ୍ସଲ ପ୍ରଭାରୀ ରୁପେଶ ତାଂକୁ ଧନ୍ୟବାଦ ଦେବା ସହ ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଯୁଦ୍ଧବିରାମ କରିବା ପାଇଁ ଅନୁରୋଧ କରିଛନ୍ତି। ଆମ ତରଫରୁ ଏକ ପ୍ରତିନିଧି ଦଳକୁ ଚୁଡାନ୍ତ କରିବା ପାଇଁହେଲେ ଆମକୁ କେନ୍ଦ୍ରୀୟ କମିଟି ଏବଂ ସ୍ବତନ୍ତ୍ର ଜୋନାଲ କମିଟି ସହ ସାକ୍ଷାତ କରି ଆଲୋଚନା କରିବାକୁ ପଡିବ। ତେଣୁ ଆମକୁ ସୁରକ୍ଷା ପ୍ରଦାନ କରାଯାଉ। କୌଣସି ଆକ୍ରମଣ ଏହି ଏକ ମାସ ମଧ୍ୟରେ କରାନଯାଉ। ଆମ ସଂଗଠନର ସମସ୍ତ କମ୍ରେଡ ଭାଇମାନଙ୍କୁ ଆଣେ ଲିଖିତ ଭାବେ ଏନେଇ ଅବଗତ କରାଇ ସାରିଛୁ। 

କୌଣସି ନେତା କିମ୍ବା କର୍ମୀ ପୁଲିସ କିମ୍ବା ସରକାରୀ କଳ ଉପରେ ଆକ୍ରମଣ କରିବେ ନାହିଁ। ମୁଁ ଗତ ୮ ତାରିଖରେ ସରକାରଙ୍କୁ ଦେଇଥିବା ପତ୍ରରେ ସରକାର ଆଲୋଚନା ନେଇ ନିଜର ସମର୍ଥନ ଦେଇଥିଲେ ମଧ୍ୟ ଗତ ୧୨ ତାରିଖରେ ବିଜାପୁର ଜିଲ୍ଲାର ଇନ୍ଦ୍ରାବତୀ ନଦୀ ତଟରେ ଆମର କମ୍ରେଡ ପୁନମ ସହ ୩ ଜଣଙ୍କୁ ହତ୍ୟା କରାଯାଇଛି। ଏଥିସହ କୋଣ୍ଡାଗାଓଁ ଜିଲ୍ଲାରେ ଡିଭିସିଏମ ସଦସ୍ୟ ହଳଧର ଓ ଏସିଏଣ ରାମୁକୁ ହତ୍ୟା କରାଯାଇଛି। ଏଭଳି ହତ୍ୟାକାଣ୍ଡ ଜାରି ରହିଲେ କିଭଳି ଶାନ୍ତିବାର୍ତ୍ତା ନେଇ ଆଲୋଚନା କରାଯାଇପାରିବ ବୋଲି ମାଓ ନେତା ରୂପେଶ କହିଛନ୍ତି। ମୁଁ ପ୍ରଥମ ଚିଠିରେ ଶାନ୍ତିବାର୍ତ୍ତା ନେଇ ଅପିଲ କରିଥିବାରୁ ବିଜେପି ଓ କଂଗ୍ରେସର ବହୁ ଲୋକ ନକ୍ସଲ ସଂଗଠନ ବିରୋଧରେ ସ୍ଲୋଗାନ ଦେଇଥିଲେ।

ଏନେଇ ମୁଁ ଏବେ କିଛି କହିବାକୁ ଚାହେଁ ନାହିଁ। କେବଳ ସରକାରଙ୍କୁ ଅନୁରୋଧ ଏକ ମାସ ଧରି ଯୁଦ୍ଧ ବିରାମ ରହିଲେ ଶାନ୍ତିବାର୍ତ୍ତା ଆଗେଇ ପାରିବ। ଏହା କୌଣସି ସର୍ତ୍ତ ନୁହେଁ। କିନ୍ତୁ କୌଣସି ଆଲୋଚନା ପାଇଁ ଦୁଇ ପକ୍ଷରୁ ଆକ୍ରମଣ ବନ୍ଦ ହେବା ଦରକାର ବୋଲି ମୁଁ ଭାବୁଛି ବୋଲି ରୂପେଶ ପ୍ରକାଶ କରିଛି। ଏନେଇ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରି ନାହିଁ। ଏନେଇ ସରକାର କି ଉତ୍ତର ରଖୁଛନ୍ତି ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe