୧୭ଜଣ ସାଥୀଙ୍କ ବଳିଦାନ ବୃଥା ଯିବାକୁ ଦେବୁ ନାହିଁ: ମାଓବାଦୀ

ମାର୍ଚ୍ଚ ୨୯ରେ ଛତିଶଗଡ଼ର ସୁକମା ଜିଲ୍ଲାର କେରଲାପାଲ ଅଞ୍ଚଳର ଉପାମ, ନେଡୁମ ଏବଂ ନୀଲମ ଗ୍ରାମ ମଧ୍ୟରେ ଘଟିଥିବା ଏନକାଉଣ୍ଟରରେ ୧୭ ଜଣ ସାଥୀଙ୍କୁ ଦରଭା ଡିଭିଜନାଲ କମିଟି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

Naxal in Chhattisgarh

Naxal in Chhattisgarh Photograph: (sambad.in)

ମାଲକାନଗିରି: ମାର୍ଚ୍ଚ ୨୯ରେ ଛତିଶଗଡ଼ର ସୁକମା ଜିଲ୍ଲାର କେରଲାପାଲ ଅଞ୍ଚଳର ଉପାମ, ନେଡୁମ ଏବଂ ନୀଲମ ଗ୍ରାମ ମଧ୍ୟରେ ଘଟିଥିବା ଏନକାଉଣ୍ଟରରେ ୧୭ ଜଣ ସାଥୀଙ୍କୁ ଦରଭା ଡିଭିଜନାଲ କମିଟି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏହି ସମସ୍ତ ସାଥୀଙ୍କ ବଳିଦାନ ବୃଥା ଯିବାକୁ ଦେବୁ ନାହିଁ। ସେମାନଙ୍କର ଅସମ୍ପୂର୍ଣ୍ଣ ଇଚ୍ଛା ପୂରଣ କରି ଆନ୍ଦୋଳନକୁ ତୀବ୍ରତର କରିବୁ ବୋଲି ଆଜି ପ୍ରେସ ବିଜ୍ଞପ୍ତିରେ ଦରଭା ଡିଭିଜନର ପ୍ରବକ୍ତା ସାଇନାଥ ପ୍ରକାଶ କରିଛି। ପୁଣି ଛତିଶଗଡରେ ଫାସିଷ୍ଟ ବିଷ୍ଣୁ ଦେବ ସାଏଙ୍କ ସରକାର ଛତିଶଗଡରେ ଆଦିବାସୀ ତଥା ବିପ୍ଳବୀଙ୍କୁ ଘୃଣ୍ୟ ଉପାୟରେ ହତ୍ୟା କରୁଛନ୍ତି। କାରଣ ଫାସିଷ୍ଟ ବିଜେପି କେନ୍ଦ୍ର ସରକାରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା 'କଗାର ଯୁଦ୍ଧ' ଯୋଗୁଁ ଜାନୁଆରି ୨୦୨୪ ପରଠାରୁ ଶହଶହ ବିପ୍ଲବୀଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି।

କମ୍ରେଡ ଜଗଦୀଶ, କମ୍ରେଡ ରୋଶନ,କମ୍ରେଡ ସାରବମ ଯୋଗୀ ଭଳି ବହୁ ନେତା ଓ କର୍ମୀ ଦରଭା ଡିଭିଜନରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ। ସେମାନେ ଭୁମୀ ଆନ୍ଦୋଳନ,କେନ୍ଦୁପତ୍ର ଆନ୍ଦୋଳନ,ବିସ୍ଥାପନ ବିରୋଧୀ ଆନ୍ଦୋଳନ, ଅର୍ଥନୈତିକ ସମସ୍ୟାର ମୁକାବିଲା ତଥା ଅନେକ ସମସ୍ୟାର ସମାଧାନ ପାଇଁ ଲଢେଇ କରିଆସୁଥିଲେ। ଏମାନେ ଦରଭା ଅଂଚଳରେ ଲୋକଙ୍କ ପାଖେ ସ୍ମରଣୀୟ ରହିବେ ବୋଲି କୁହାଯାଇଛି। ଏମାନେ ଦୀର୍ଘ ବର୍ଷ ଧରି ସଂଗଠନ ସହ ଜଡିତ ହୋଇ କାମ କରି ଆଜି ସହିଦ ହୋଇଥିବା କୁହାଯାଇଛି।

ଦରଭା ଅଂଚଳରେ ମହିଳା ସଂଗଠନକୁ ଆଗକୁ ନୋବାରେ ସଲବମ ଯୋଗୀଙ୍କ ପ୍ରମୁଖ ଭୁମିକା ରହିଥିଲା। ଏମାନେଙ୍କ ଶେଷ ଇଛାକୁ ପୂରଣ କରାଯିବ ବୋଲି ସଂଗଠନ କହିଛି। ସରକାରଙ୍କର ଆଦିବାସୀ ଦଳିତଙ୍କ ଉପରେ ନର୍ଯାତନା ବଢି ଚାଲିଛି। ଏହି ଅଂଚଳର ଖଣିଜକୁ ଲୁଟ କରିବା ପାଇଁ ସମସ୍ତ ବ୍ୟବସ୍ଥା ସରକାର କରୁଥିବା କୁହାଯାଇଛି। ଏହି ହତ୍ୟାକାଣ୍ଡକୁ ସମସ୍ତେ ବିରୋଧ କରିବାକୁ ଆହ୍ବାନ କରାଯାଇଛି। ଆସନ୍ତା ୭ ତାରିଖ ଦିନ ବସ୍ତର ଜିଲ୍ଲା ସମେତ ସୁକମା,ଦନ୍ତେଵାଡା ଜିଲ୍ଲା ବନ୍ଦ ଡାକରା ଦେଇଛି ମାଓ ସଂଗଠନ।

Naxal | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe