ଜଂଗଲରେ ପାଦପାଦକେ ବୋମା ଖଞ୍ଜାଯାଇଛି: ନକ୍ସଲ

ତେଲେଙ୍ଗାନାରେ କଂଗ୍ରେସ ଦଳ କ୍ଷମତାକୁ ଆସିବାର ଏକ ବର୍ଷ ବିତିଲାଣି। ସରକାର କ୍ଷମତାକୁ ଆସିବା ପରେ ଏହା କହିଛି ଯେ ଗଣତନ୍ତ୍ର ଶାସନକୁ ପୁନଃ ସ୍ଥାପନ କରିବ। ଲୋକଙ୍କର ଗୋଟିଏ ବି ସମସ୍ୟାର ସମାଧାନ କରିପାରିଲେ ନାହିଁ।

Naxals warning in Telangana

Naxals warning in Telangana Photograph: (sambad.in)

ମାଲକାନଗିରି: ତେଲେଙ୍ଗାନାର ଭାଜେଡୁ କ୍ଷେତ୍ର କମିଟି ତରଫରୁ ଆଜି ପ୍ରେସ ବିବୃତ୍ତି ଜାରି କରି ଲୋକଙ୍କୁ ଶିକାର ନାମରେ କାଡ୍ରେଗାଟା ନ ଆସିବାକୁ ଅନୁରୋଧ କରାଯାଇଛି। ତେଲେଙ୍ଗାନାରେ କଂଗ୍ରେସ ଦଳ କ୍ଷମତାକୁ ଆସିବାର ଏକ ବର୍ଷ ବିତିଲାଣି। ସରକାର କ୍ଷମତାକୁ ଆସିବା ପରେ ଏହା କହିଛି ଯେ ଗଣତନ୍ତ୍ର ଶାସନକୁ ପୁନଃ ସ୍ଥାପନ କରିବ। ଲୋକଙ୍କର ଗୋଟିଏ ବି ସମସ୍ୟାର ସମାଧାନ ସରକାର କରିପାରିଲେ ନାହିଁ। ବିଭିନ୍ନ ବର୍ଗର ଲୋକେ ସ୍ବତନ୍ତ୍ର ତେଲେଙ୍ଗାନା ପ୍ରଦେ କରିବା ପାଇଁ ନିଜର ବଳିଦାନ ଦେଇଛନ୍ତି।

ସାମ୍ରାଜ୍ୟବାଦି ଦଲାଲ କୃଷକମାନଙ୍କ ଜମିକୁ ହାତେଇବା ପାଇଁ ସମସ୍ତ ଯୋଜନା କରୁଛନ୍ତି। ଲୋକେ ସେହି ଜମିକୁ ରକ୍ଷା କରିବା ପାଇଁ ଲଢୁଥିଲେ ସେମାନଙ୍କୁ ଗିରଫ କରି ନିର୍ଯାତନା ଦିଆଯାଉଛି ବୋଲି ସଂଗଠନ କହିଛି। କାଗର ଅପରେସନ୍ ନାମରେ କରାଯାଇଥିବା ଆକ୍ରମଣରେ ଆମ ଦଳର ନେତୃତ୍ୱ ଠାରୁ ଆରମ୍ଭ କରି ପିଏଲଜିଏ ସଦସ୍ୟ ପର୍ଯ୍ୟନ୍ତ ତଥା ଅନେକ ଆଦିବାସୀଙ୍କ ସମେତ ସାଧାରଣ ଲୋକ ନକଲି ଏନକାଉଣ୍ଟରରେ ସହିଦ ହୋଇଛନ୍ତି।

ଲୋକେ କାଡ୍ରେଗାଟା ଜଂଗଲକୁ ଯାନ୍ତୁ ନାହିଁ। ଆମେ ସେଠାରେ ବୋମା ଖଞ୍ଜିଛୁ। ପୁଲିସର ପ୍ରଲୋଭନରେ ପଡନ୍ତୁ ନାହିଁ। ନଚେତ ଆପଣମାନେ ଅକାରଣରେ ମୃତ୍ୟୁକୁ ବରଣ କରିବେ।

-ସଚିବ ଶାନ୍ତା, ନକ୍ସଲ

ଏହି କାଗର ଆକ୍ରମଣରୁ ସୁରକ୍ଷା ପାଇବା ପାଇଁ ଆମେ କାଡ୍ରେଗାଟା ଉପରେ ବୋମା ଲଗାଇଛୁ, ଏହି ବିଷୟରେ ଲୋକଙ୍କୁ ବିଭିନ୍ନ ଉପାୟରେ ଅବଗତ କରାଯାଇଛି, କିନ୍ତୁ ଅଳ୍ପ କିଛି ଆଦିବାସୀ ଓ ଅଣ-ଆଦିବାସୀଙ୍କୁ ପୁଲିସ ଦ୍ୱାରା ପ୍ରତାରଣା କରାଯାଇଛି। ସେମାନଙ୍କୁ ଟଙ୍କା ଦିଆଯାଉଛି, ଆଶ୍ୱାସନା ଦିଆଯାଉଛି ଏବଂ ଶିକାର ନାମରେ କାଡ୍ରେଗାଟ ଜଂଗଲକୁ ପଠାଯାଇଛି। ସେମାନେ ଆମ ସୁରକ୍ଷା ପାଇଁ ଲଗାଯାଇଥିବା ବୋମା ଭିତରେ ପଡ଼ି ମୃତ୍ୟୁ ବରଣ କରୁଛନ୍ତି। କେତେକ ଆହତ ହୋଇଛନ୍ତି।

ସଚିବ ଶାନ୍ତା ଅନୁରୋଧ କରିଛନ୍ତି ଯେ ଲୋକେ କାଡ୍ରେଗାଟା ଜଂଗଲକୁ ଯାନ୍ତୁ ନାହିଁ। ଆମେ ସେଠାରେ ବୋମା ଖଞ୍ଜିଛୁ। ପୁଲିସର ପ୍ରଲୋଭନରେ ପଡନ୍ତୁ ନାହିଁ। ନଚେତ ଆପଣମାନେ ଅକାରଣରେ ମୃତ୍ୟୁକୁ ବରଣ କରିବେ।

Naxal | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe