ସରଣ୍ଡାରେ ରଣନୀତି ବଦଳାଉଛି ନକ୍ସଲ ସଂଗଠନ

Advertisment

ମାର୍ଚ୍ଚ ୨୦୨୫ ସୁଦ୍ଧା ସରଣ୍ଡା ଜଙ୍ଗଲ ସମେତ ସମ୍ପୂର୍ଣ୍ଣ ଝାଡ଼ଖଣ୍ଡକୁ ନକ୍ସଲମୁକ୍ତ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଥିବାବେଳେ ନକ୍ସଲମାନେ ମଧ୍ୟ ତାଙ୍କର ରଣନୀତିରେ ପରିବର୍ତ୍ତନ ଆଣିବାରେ ଲାଗିଛନ୍ତି। ମାଓବାଦୀମାନେ ବର୍ତ୍ତମାନ ବଦଳେଇ ଦେଇଛନ୍ତି ତାଙ୍କ ରଣନୀତି।

ମାର୍ଚ୍ଚ ୨୦୨୫ ସୁଦ୍ଧା ସରଣ୍ଡା ଜଙ୍ଗଲ ସମେତ ସମ୍ପୂର୍ଣ୍ଣ ଝାଡ଼ଖଣ୍ଡକୁ ନକ୍ସଲମୁକ୍ତ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଥିବାବେଳେ ନକ୍ସଲମାନେ ମଧ୍ୟ ତାଙ୍କର ରଣନୀତିରେ ପରିବର୍ତ୍ତନ ଆଣିବାରେ ଲାଗିଛନ୍ତି। ମାଓବାଦୀମାନେ ବର୍ତ୍ତମାନ ବଦଳେଇ ଦେଇଛନ୍ତି ତାଙ୍କ ରଣନୀତି।

Naxal PLGA

ବିଶ୍ରା: ମାର୍ଚ୍ଚ ୨୦୨୫ ସୁଦ୍ଧା ସରଣ୍ଡା ଜଙ୍ଗଲ ସମେତ ସମ୍ପୂର୍ଣ୍ଣ ଝାଡ଼ଖଣ୍ଡକୁ ନକ୍ସଲମୁକ୍ତ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଥିବାବେଳେ ନକ୍ସଲମାନେ ମଧ୍ୟ ତାଙ୍କର ରଣନୀତିରେ ପରିବର୍ତ୍ତନ ଆଣିବାରେ ଲାଗିଛନ୍ତି। ମାଓବାଦୀମାନେ ବର୍ତ୍ତମାନ ବଦଳେଇ ଦେଇଛନ୍ତି ତାଙ୍କ ରଣନୀତି। ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ପ୍ରାଦୁର୍ଭାବ ବଢ଼ିବା ପରଠାରୁ ସେମାନେ ସାଧାରଣତଃ ପୁଲିସ ଯବାନଙ୍କୁ ଟାର୍ଗେଟ୍‌ କରିବା ପାଇଁ ଲ୍ୟାଣ୍ଡମାଇନ୍‌ ବ୍ୟବହାର କରିଆସୁଥିଲେ। ମାତ୍ର ଏବେ ସେମାମାନେ ଲ୍ୟାଣ୍ଡମାଇନ୍‌ ପରିବର୍ତ୍ତେ ‘ପର୍ସନାଲ ଆଇଇଡି’ ବ୍ୟବହାର କରୁଛନ୍ତି। ଏହି ବୋମାକୁ ମାଓବାଦୀମାନେ ଅତି ସହଜରେ ବହୁଦୂରରେ ଲୁଚିରହି ରିମୋଟ ମାଧ୍ୟମରେ ନିୟନ୍ତ୍ରଣ କରିପାରୁଛନ୍ତି। ସରଣ୍ଡା ଜଙ୍ଗଲରେ ମାଓବିରୋଧୀ ଅଭିଯାନରେ ସାମିଲ ପୁଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କ ପାଇଁ ଏହି ନୂଆ ଟେକ୍ନୋଲୋଜି ଚିନ୍ତାର ବିଷୟ ପାଲିଟିଛି।

cvb
ଉଲ୍ଲେଖଯୋଗ୍ୟ ଯେ, ନକ୍ସଲଙ୍କ ଚରାଭୂଇଁ ପାଲଟିଥିବା ଏସିଆ ମହାଦେଶର ସର୍ବବୃହତ୍ ସରଣ୍ଡା ଜଙ୍ଗଲ ଗତ ୧୫ ବର୍ଷ ଧରି ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜି ଆସିଛି। ଯଦିଓ ପଶ୍ଚିମବଙ୍ଗ ଓ ଓଡ଼ିଶା ରାଜ୍ୟରେ ମାଓବାଦୀଙ୍କ ପ୍ରଭାବ କମିଯାଇଛି, କିନ୍ତୁ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର ସରଣ୍ଡା ଜଙ୍ଗଲରେ ଏବେ ମଧ୍ୟ ମାଓବାଦୀଙ୍କ ଉପସ୍ଥିତି ରହିଛି। ବର୍ତ୍ତମାନ ସରଣ୍ଡା ଜଙ୍ଗଲରେ ଶତାଧିକ ମାଓବାଦୀ ଲୁଚି ରହିଥିବା ଝାଡ଼ଖଣ୍ଡ ପୁଲିସ ଅନୁମାନ କରୁଛି। ଏହାର ନେତୃତ୍ୱ ନେଉଛନ୍ତି ମାଓବାଦୀ କେନ୍ଦ୍ରୀୟ ସଙ୍ଗଠନର ସଦସ୍ୟ ଅନଲଦା’।

ଅନଲଦା’ ମୁଣ୍ଡ ଉପରେ ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଏହାଛଡ଼ା ଏହି ସଙ୍ଗଠନରେ ରହିଛନ୍ତି ୫୦ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମିଶିର ବେସରା, ୨୫ ଲକ୍ଷ ଟଙ୍କାର ଇନାମୀ ନକ୍ସଲ ଅନମୋଲ, ଅଜୟ ମାହାତୋ ଓ ଚମନ। ମାତ୍ର ଝାଡ଼ଖଣ୍ଡ ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷାବାହିନୀ ଏବେ ସରଣ୍ଡା ଜଙ୍ଗଲରେ ଲୁଚି ରହିଥିବା ଏହି ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ଭାବରେ ଦମନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଅନଲଦା’ ମୁଣ୍ଡ ଉପରେ ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଏହାଛଡ଼ା ଏହି ସଙ୍ଗଠନରେ ରହିଛନ୍ତି ୫୦ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମିଶିର ବେସରା, ୨୫ ଲକ୍ଷ ଟଙ୍କାର ଇନାମୀ ନକ୍ସଲ ଅନମୋଲ, ଅଜୟ ମାହାତୋ ଓ ଚମନ। ମାତ୍ର ଝାଡ଼ଖଣ୍ଡ ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷାବାହିନୀ ଏବେ ସରଣ୍ଡା ଜଙ୍ଗଲରେ ଲୁଚି ରହିଥିବା ଏହି ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ଭାବରେ ଦମନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଭଳି ସ୍ଥିତିରେ ଆଗାମୀଦିନରେ ମାଓବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ନିର୍ଣ୍ଣାୟକ ମୁକାବିଲା ହେବାର ସମ୍ଭାବନା ରହିଛି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe