ଏନ୍‌ସିସି କ୍ୟାଡେଟ୍‌ଙ୍କ ବ୍ୟାଟେଲ୍ ଡ୍ରିଲ୍ ପ୍ରଦର୍ଶନ

ନବରଙ୍ଗପୁର ୧୩ (ଓ) ବାଟାଲିୟନ ଏନ୍‌ସିସି ପକ୍ଷରୁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଖେଳ ପଡ଼ିଆରେ ସେକ୍ସନ୍ ବ୍ୟାଟେଲ୍ ଡ୍ରିଲ୍ ପ୍ରଦର୍ଶିତ ହୋଇଛି। ଉନ୍ନତମାନର ପ୍ରତିରକ୍ଷା ଦକ୍ଷତା ବ୍ୟବହାର କରି ଶତ୍ରୁକୁ କିପରି ପରାସ୍ତ କରାଯାଇପାରିବ ସେ ନେଇ ବ୍ୟାଟେଲ୍ ଡ୍ରିଲ୍ ପ୍ରଦର୍ଶିତ ହୋଇଥିଲା।

ନବରଙ୍ଗପୁର: ନବରଙ୍ଗପୁର ୧୩ (ଓ) ବାଟାଲିୟନ ଏନ୍‌ସିସି ପକ୍ଷରୁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଖେଳ ପଡ଼ିଆରେ ସେକ୍ସନ୍ ବ୍ୟାଟେଲ୍ ଡ୍ରିଲ୍ ପ୍ରଦର୍ଶିତ ହୋଇଛି। ଉନ୍ନତମାନର ପ୍ରତିରକ୍ଷା ଦକ୍ଷତା ବ୍ୟବହାର କରି ଶତ୍ରୁକୁ କିପରି ପରାସ୍ତ କରାଯାଇପାରିବ ସେ ନେଇ ବ୍ୟାଟେଲ୍ ଡ୍ରିଲ୍ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମକୁ ୧୩ (ଓ) ଏନ୍ସିସି ବାଟାଲିଅନ୍ କମାଇଣ୍ଡିଂ ଅଫିସର କର୍ଣ୍ଣେଲ ସୁନୀଲ କୁମାର ଏହାକୁ ଉଦ୍‌ଘାଟନ କରିଥିଲେ। 

publive-image

ବିଦ୍ୟାଳୟର ଅଧ୍ଯକ୍ଷା ସୁଭାଷିନୀ ସାହୁ ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇଥିଲେ। ଅବସନ ଅବସରପ୍ରାପ୍ତ ପୂର୍ବତନ ନୌସେନା ଅଧିକାରୀ ଜୟପ୍ରକାଶ ସାହୁ ଯୋଗ ଦେଇ କ୍ୟାଡେଟ୍ମାନଙ୍କୁ ଉତ୍ସାହିତ କରିଥିଲେ। ସୁବେଦାର ମେଜର କେଦାରନାଥ ପ୍ରଧାନ, ପ୍ରଥମ ଅଫିସର ଗଙ୍ଗାଧର ନନ୍ଦ, ସୁବେଦାର ଶିବୁ ଏମ୍, ନାଇବ ସୁବେଦାର ବିନୟ କୁମାର ସିଂ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe