ଭୁବନେଶ୍ବର: କମିସନରେଟ୍ ପୁଲିସ ଅଧୀନ ଭରତପୁର ଥାନାରେ ସେନାବାହିନୀର ମେଜର୍ ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ମାଡ଼ ମରାଯିବା ଘଟଣାରେ ଜାତୀୟ ମହିଳା କମିସନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୋଟିସ କରିଛନ୍ତି। ମାମଲାକୁ ନିଜ ତରଫରୁ ଗ୍ରହଣ କରି ନୋଟିସ ଜାରି କରିଛନ୍ତି। କଣ କାର୍ଯ୍ୟାନୁଷ୍ଠାନ ହୋଇଛି ୩ ଦିନ ମଧ୍ୟରେ ଜଣାଇବାକୁ ନୋଟିସରେ ଉଲ୍ଲେଖ କରାଯାଇଛି। ଏହି ସହିତ ସଂପୃକ୍ତଙ୍କ ପ୍ରତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ଆଶା କରିଛନ୍ତି।
ଗତକାଲି ପୁଲିସ ଡିଜି ୱାଇବି ଖୁରାନିଆ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ଭରତପୁର ଥାନାର ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ କର୍ମଚାରୀମାନେ ହେଲେ ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ଏସଆଇ ବୈଶାଳିନୀ ପଣ୍ଡା ଏଏସଆଇ ସଲିଳମୟୀ ସାହୁ, ସାଗରିକା ରଥ ଏବଂ କନେଷ୍ଟବଳ ବଳରାମ ହାଁସଦା।
ସୂଚନାଯୋଗ୍ୟ, ଅଙ୍କିତା ପ୍ରଧାନଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଅଙ୍କିତାଙ୍କ ଜାମିନ ଆବେଦନ ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦାଖଲ ଡାକ୍ତରୀ ପରୀକ୍ଷା ରିପୋର୍ଟରୁ ଅଙ୍କିତାଙ୍କୁ ମାର୍ପିଟ କରାଯାଇଥିବା ଜଣାପଡ଼ିଛି। ହାଇକୋର୍ଟ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହିତ ଗ୍ରହଣ କରି ଅଙ୍କିତାଙ୍କୁ ତୁରନ୍ତ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ହାଇକୋର୍ଟରୁ ଅଙ୍କିତାଙ୍କୁ ଜାମିନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/RlUzNhZdg0DuiXUMuSvT.jpeg)