ପରିତ୍ୟକ୍ତ ଅବସ୍ଥାରେ ପାର୍କ: ରକ୍ଷଣାବେକ୍ଷଣ ଅଭାବରୁ ଉଠିଲାଣି ଅନାବନା ଗଛ, ପାଲଟି ଗଲାଣି ଜଙ୍ଗଲ

New Project (31)

ବଅଁରପାଳ: ବଅଁରପାଳ ଆର୍ଥିକ ବର୍ଷ ୨୦୨୨/୨୦୨୩ ମସିହାରେ ୧୦ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଗ୍ରାମୀଣ ପାର୍କ ରେ ଶିଶୁ ବରିଷ୍ଠ ନାଗରିକ ଓ ଜନ ସାଧାରଣଙ୍କ ଆମୋଦ ପ୍ରମୋଦ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବଅଁରପାଳ ବ୍ଲକରେ ପ୍ରତି ପଞ୍ଚାୟତରେ ପାର୍କ ନିର୍ମାଣ ହୋଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ପାର୍କ ବର୍ତମାନ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଲୋକଙ୍କ କୌଣସି କାମରେ ଲାଗୁ ନାହିଁ। ଏହା ଦ୍ବାରା ସରକାରଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରି ନଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କାହା ସ୍ବାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ଉଦାହରଣ ବଅଁରପାଳ ବ୍ଲକ ବନ୍ଦା ପଞ୍ଚାୟତର ଝଜିର ବାହାଳ ଗ୍ରାମୀଣ ପାର୍କ ରେ ଦେଖିବାକୁ ମିଳିଛି  ୧ ଲକ୍ଷାଧିକ ଟଙ୍କାରେ ନିର୍ମିତ ଏହି ପାର୍କରେ ଅନାବନା ଗଛ ଉଠି ଜଙ୍ଗଲ ସୃଷ୍ଟି ହୋଇଛି । 

WhatsApp Image 2025-10-04 at 19.45.11

ପାର୍କରେ ସୁନ୍ଦର କାରୁକାର୍ଯ୍ୟରେ ବିଭିନ୍ନ ପ୍ରକାରର ମୂର୍ତ୍ତି, ଦୋଳି, ଗେଟ୍, ପାଚେରି ନିର୍ମାଣ କରାଯାଉଥିଲା। ତେବେ ରକ୍ଷଣା ବେକ୍ଷଣ
ଅଭାବରୁ ଏସବୁ ଭାଙ୍ଗିରୁଜି ଗଲାଣି। ପାର୍କ ଭିତରେ ବିଭିନ୍ନ ପ୍ରକାର ର ଗଛ ଲଗାଯାଇଥିବା ବେଳେ ପାଣି ଅଭାବରୁ ସେଗୁଡ଼ିକ ମରିଗଲାଣି। ଏହି ପାର୍କର ରକ୍ଷଣାବେକ୍ଷଣା ପାଇଁ କାହାକୁ ଦାୟିତ୍ବ ଦିଆଯାଇ ନାହିଁ । 

WhatsApp Image 2025-10-04 at 19.45.10

ସରକାର କା ମାଲ୍ ଦରିଆ ମେଁ ଡାଲ ନୀତିରେ ବଅଁରପାଳ ବ୍ଲକ୍ ଅନେକ ପଞ୍ଚାୟତରେ ନିର୍ମାଣ ହୋଇଥିବା ପାର୍କ ଗୁଡ଼ିକର ଅବସ୍ଥା ଆଜି କରାଜୀର୍ଣ୍ଣ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ମନରେଗା ଯୋଜନାରେ ଗ୍ରାମୀଣ ପାର୍କର ପାଚେରି, ଫାଟକ, ଶିଶୁଙ୍କ ପାଇଁ ମୂର୍ତ୍ତି, ଲୋକେ ବସିବା ପାଇଁ ସିମେଣ୍ଟ ବେଞ୍ଚ ତିଆରି ପାଇଁ ବିଭାଗର ନିର୍ଦ୍ଦେଶ ଥିଲା। ଅନେକ  ପଞ୍ଚାୟତରେ ଏହିଭଳି ମନରେଗା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପାର୍କ ନିର୍ମାଣ କରାଯାଇଛି ! ପାର୍କ ନିର୍ମାଣ ବେଳେ ସ୍ଥାନୀୟ ଅଞ୍ଚଳବାସୀ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିବା ପରେ ମଧ୍ୟ ବ୍ଲକ୍ ପ୍ରଶାମନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇ ନାହିଁ । ଫଳରେ କେତେକ  ପାର୍କ ଅଧାପନ୍ତରିଆ ଅବସ୍ଥାରେ ଥିବା ବେଳେ ଆଉ କେତେକ ନିର୍ମାଣ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଜଣେ ବି ଲୋକ ସେଠାକୁ ଯାଉନାହାନ୍ତି। ଏହି ବ୍ଲକ୍ ବିଭିନ୍ନ ପଞ୍ଚାୟତିରେ ନିର୍ମାଣ ହୋଇଥିବା ପାର୍କ ଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ଵ ବ୍ଲକ ପ୍ରଶାସନ ନେବାକୁ ଦାବୀ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe