ଯୁବପିଢ଼ି ଓ ଛାତ୍ରସମାଜ ଆମ ମାଟିର ଇତିହାସ ଜାଣିବା ଆବଶ୍ୟକ: ‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକ

‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ସମ୍ବଲପୁରରେ ଆୟୋଜିତ ହୋଇଛି ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସମାରୋହ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧ‌‌ର୍ମେନ୍ଦ୍ର ପ୍ରଧାନ ଜୟନ୍ତୀ ସମାରୋହ ଲାଗି ‘ସମ୍ବାଦ ଗ୍ରୁପକୁ ଧନ୍ୟବାଦ ଦେଇଛନ୍ତି।

00

ସମ୍ବଲପୁର: ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ସମ୍ବଲପୁରରେ ଆୟୋଜିତ ହୋଇଛି ମହାନ ସ୍ବତନ୍ତ୍ରତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସମାରୋହ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧ‌‌ର୍ମେନ୍ଦ୍ର ପ୍ରଧାନ ଜୟନ୍ତୀ ସମାରୋହ ଲାଗି ‘ସମ୍ବାଦ ଗ୍ରୁପକୁ ଧନ୍ୟବାଦ ଦେଇଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଓ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗ ଦେଇଛନ୍ତି।

ଏହି ସମାରୋହରେ ଉଦବୋଧନ ଦେଇ ‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକ କହିଛନ୍ତି, ଯୁବପିଢ଼ି ଓ ଛାତ୍ରସମାଜ ଏମାଟିର ଭବିଷ୍ୟତ। ଏଣୁ ସେମାନେ ଆମ ମାଟିର ଇତିହାସ ଜାଣିବା ଆବଶ୍ୟକ। ଓଡ଼ିଆ ଅସ୍ମିତାକୁ ଚିହ୍ନିବା ଜରୁରୀ। ଏଥିରେ ‘ସମ୍ବାଦ’ ଗ୍ରୁପ୍ ର ବାର୍ତ୍ତା ସଂପାଦକ ଭବାନୀଶଙ୍କର ତ୍ରିପାଠୀ ଏବଂ ଉପ ମହାପ୍ରବନ୍ଧକ ସୁବ୍ରତ ନାୟକ ଉଦବୋଧନ ଦେଇଥିଲେ। ବାର୍ତ୍ତା ସଂପାଦକ ଭବାନୀଶଙ୍କର ତ୍ରିପାଠୀ କହିଛନ୍ତି ମାଟିକୁ ସମ୍ମାନ ଦେବା ଆମର ଦାୟିତ୍ବ।

ଏହି ସମାରୋହରେ ଉଦବୋଧନ ଦେଇ ‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକ କହିଛନ୍ତି, ଯୁବପିଢ଼ି ଓ ଛାତ୍ରସମାଜ ଏମାଟିର ଭବିଷ୍ୟତ। ଏଣୁ ସେମାନେ ଆମ ମାଟିର ଇତିହାସ ଜାଣିବା ଆବଶ୍ୟକ। ଓଡ଼ିଆ ଅସ୍ମିତାକୁ ଚିହ୍ନିବା ଜରୁରୀ। ଏଥିରେ ‘ସମ୍ବାଦ’ ଗ୍ରୁପ୍ ର ବାର୍ତ୍ତା ସଂପାଦକ ଭବାନୀଶଙ୍କର ତ୍ରିପାଠୀ ଏବଂ ଉପ ମହାପ୍ରବନ୍ଧକ ସୁବ୍ରତ ନାୟକ ଉଦବୋଧନ ଦେଇଥିଲେ। ବାର୍ତ୍ତା ସଂପାଦକ ଭବାନୀଶଙ୍କର ତ୍ରିପାଠୀ କହିଛନ୍ତି, ମାଟିକୁ ସମ୍ମାନ ଦେବା ଆମର ଦାୟିତ୍ବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe