ବିବାହିତା ମହିଳାଙ୍କ ଗର୍ଭପାତଜନିତ ମୃତ୍ୟୁର କିଛି ଘଣ୍ଟା ପରେ ପାଳଗଦାରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

Advertisment

ଜଣେ ବିବାହିତା ମହିଳାଙ୍କର ଗର୍ଭପାତଜନିତ ମୃତ୍ୟୁ ହେବାର ୨୪ ଘଣ୍ଟା ପୂର୍ବରୁ ଏକ ନବଜାତ କନ୍ୟା ବାରି ପାଳଗଦା ନିକଟରୁ ଉଦ୍ଧାର ହୋଇଛି। ନବଜାତ ଶିଶୁକନ୍ୟାକୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

ଜଣେ ବିବାହିତା ମହିଳାଙ୍କର ଗର୍ଭପାତଜନିତ ମୃତ୍ୟୁ ହେବାର ୨୪ ଘଣ୍ଟା ପୂର୍ବରୁ ଏକ ନବଜାତ କନ୍ୟା ବାରି ପାଳଗଦା ନିକଟରୁ ଉଦ୍ଧାର ହୋଇଛି। ନବଜାତ ଶିଶୁକନ୍ୟାକୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

nj

ଦଶପଲ୍ଲା: ଦଶପଲ୍ଲା ଏନଏସି ଅନ୍ତର୍ଗତ ଖଣ୍ଡପଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବିବାହିତା ମହିଳାଙ୍କର ମୃତ୍ୟୁ ହେବାର ୨୪ ଘଣ୍ଟା ପୂର୍ବରୁ ଏକ ନବଜାତ କନ୍ୟା ବାରି ପାଳଗଦା ନିକଟରୁ ଉଦ୍ଧାର ହୋଇଛି। କୁହାଯାଉଛି ଯେ ମହିଳାଜଣକ ଗତକାଲି ପୂର୍ବାହ୍ନରେ ଗର୍ଭପାତ ଯୋଗୁ ପ୍ରବଳ ରକ୍ତସ୍ରାବ ହେବା ଫଳରେ ପ୍ରାଣ ହରାଇଥିଲେ। ଏଣେ ତାଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ ବୋଲି ମୃତା କାଳିଆ ବରାଡ଼(୩୪)ଙ୍କ ସ୍ବାମୀ ରାମଚନ୍ଦ୍ର ବରାଡ଼ କହିଛନ୍ତି, ଯ‌ାହାକୁ କେହି ସହଜରେ ବିଶ୍ବାସ କରୁନାହାନ୍ତି। ତାଙ୍କର ଏକ ପୁଅ(୧୧) ଓ ଝିଅ(୭) ଅଛନ୍ତି।

ଜଣେ ବିବାହିତା ମହିଳାଙ୍କର ମୃତ୍ୟୁ ହେବାର ୨୪ ଘଣ୍ଟା ପୂର୍ବରୁ ଏକ ନବଜାତ କନ୍ୟା ବାରି ପାଳଗଦା ନିକଟରୁ ଉଦ୍ଧାର ହୋଇଛି। କୁହାଯାଉଛି ଯେ ମହିଳାଜଣକ ଗତକାଲି ପୂର୍ବାହ୍ନରେ ଗର୍ଭପାତ ଯୋଗୁ ପ୍ରବଳ ରକ୍ତସ୍ରାବ ହେବା ଫଳରେ ପ୍ରାଣ ହରାଇଥିଲେ। ଏଣେ ତାଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ ବୋଲି ମୃତା କାଳିଆ ବରାଡ଼(୩୪)ଙ୍କ ସ୍ବାମୀ ରାମଚନ୍ଦ୍ର ବରାଡ଼ କହିଛନ୍ତି, ଯ‌ାହାକୁ କେହି ସହଜରେ ବିଶ୍ବାସ କରୁନାହାନ୍ତି। ତାଙ୍କର ଏକ ପୁଅ(୧୧) ଓ ଝିଅ(୭) ଅଛନ୍ତି। ଏଣେ ପାଳଗଦା ନିକଟରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟାକୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି।ନବଜାତ ଶିଶୁକନ୍ୟାଟି କେଉଁଠାରୁ ଆସିଲା ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ତେଣେ ଉକ୍ତ ଶିଶୁକନ୍ୟାଟି ମୃତା ମହିଳାଙ୍କର ହୋଇଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

ଏଣେ ପାଳଗଦା ନିକଟରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟାକୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି।ନବଜାତ ଶିଶୁକନ୍ୟାଟି କେଉଁଠାରୁ ଆସିଲା ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ତେଣେ ଉକ୍ତ ଶିଶୁକନ୍ୟାଟି ମୃତା ମହିଳାଙ୍କର ହୋଇଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe