ବାଲେଶ୍ବର ଜିଲ୍ଲା ବିଜେଡିରେ ନୂଆ କନ୍ଦଳ, କାହାକୁ କିଏ କରୁଛି କଟାକ୍ଷ!

ବାଲେଶ୍ବର ଜିଲ୍ଲା ବିଜେଡିରେ ପୁଣି ଏକ ନୂଆ କନ୍ଦଳ ଦେଖିବାକୁ ମିଳିଛି। ବିଶେଷ କରି ସିମୁଳିଆ ନିର୍ବାଚନମଣ୍ଡଳୀର ଦୁଇ ତୁଙ୍ଗ ନେତାଙ୍କ ବାକ୍ ଯୁଦ୍ଧ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

New Project (6)

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲାରେ ବିଜେଡିର କନ୍ଦଳ କିଛି ନୂଆ କଥା ନୁହେଁ। ଏଠି ଦଳ ବହୁ ଗୋଷ୍ଠୀରେ ବିଭକ୍ତ ଏକଥା ବି କାହାରିକୁ ଅଛପା ନାହିଁ, ଯେଉଁ କାରଣରୁ ଗତ ନିର୍ବାଚନ ସମୟରେ ଅନ୍ୟଦଳ (ବିଜେପି)ରୁ ଆମଦାନି କରାଯାଇ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ଲୋକସଭା ଟିକେଟ୍ ଦେଇଥିଲା। ତେଣେ ରବୀନ୍ଦ୍ର ଜେନାଙ୍କ ଗୋଷ୍ଠୀକୁ ସନ୍ତୁଷ୍ଟ କରିବା ଲାଗି ତାଙ୍କ ପତ୍ନୀଙ୍କୁ ଟିକେଟ୍ ଦିଆଯାଇନଥିଲା। ଏସବୁ ଏଠି ଆଲୋଚ୍ୟ ବିଷୟ ନୁହେଁ। 

ଏଠି ପୁଣି ଏକ ନୂଆ କନ୍ଦଳ ଦେଖିବାକୁ ମିଳିଛି। ବିଶେଷ କରି ସିମୁଳିଆ ନିର୍ବାଚନମଣ୍ଡଳୀର ଦୁଇ ତୁଙ୍ଗ ନେତାଙ୍କ ବାକ୍ ଯୁଦ୍ଧ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁ ଦୁଇ ତୁଙ୍ଗ ନେତାଙ୍କ କଥା କୁହାଯାଉଛି, ସେଦୁହେଁ ପାରଂପାରିକ ପ୍ରତିଦ୍ବନ୍ଦ୍ବୀ। ସେମାନେ ହେଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଶଶୀଭୂଷଣ ସାହୁ। ଉଭୟଙ୍କ ଭିତରେ କିଭଳି ସଂପର୍କ ତାହା ରାଜ୍ୟବାସୀ ନ ଜାଣିଲେ ବି  ସିମୁଳିଆ ନିର୍ବାଚନମଣ୍ଡଳୀର ଲୋକେ ଭଲ ଭାବେ ଜାଣନ୍ତି। ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ପୂର୍ବରୁ ଦୁଇଥର ଜିତିଥିବା ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ହତାଦର କରି ଶଶୀଭୂଷଣ ସାହୁଙ୍କ ପତ୍ନୀ ସୁବାସିନୀ ସାହୁଙ୍କୁ ଟିକେଟ୍ ଦେଇଥିଲା। ଏହାପରଠୁ ଉଭୟଙ୍କ ଭିତରେ ଆଉ ପଡ଼ୁନଥିଲା।

ଏବେ ନିଜେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବାଲେଶ୍ବର ବିଜେଡି ଜିଲ୍ଲା ସଭାପତି ଥିବାରୁ ଏହା ଦଳ ଭିତରେ ଅଧିକ କନ୍ଦଳ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିପାରେ ବୋଲି କୁହାଯାଉଛି। ଆଗକୁ ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀକୁ ବ୍ୟାପିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏଣେ ଏହି କନ୍ଦଳକୁ ପ୍ରଶମିତ କରିବା ଲାଗି ଏଯାଏ ଦଳର ଶୀର୍ଷ ନେତୃତ୍ବଙ୍କ ପକ୍ଷରୁ କୌଣସି ଉଦ୍ୟମ ହୋଇନାହିଁ।

ନିର୍ବାଚନରେ ହାରିବା ପରେ ସୁବାସିନୀ କି ଶଶୀଭୂଷଣଙ୍କର ସିମୁଳିଆରେ ଦେଖିବାକୁ ମିଳୁନଥିଲା। ଏପରିକି, କିଛି ଦିନ ତଳେ ଏଏନଏସି ଦାବିରେ ଖଇରା ବନ୍ଦ ପାଳନରେ ବି ଉଭୟଙ୍କୁ ଦେଖିବାକୁ ମିଳିନଥିଲା। ସେଠାରେ ସୋର ବିଧାୟକ ବାଲେଶ୍ବର ସଦର ପୂର୍ବତନ ବିଧାୟକ  ଓ ନୀଳଗିରି ପୂର୍ବତନ ବିଧାୟକ ଶଶୀଭୂଷଣଙ୍କ ନାମ ନନେଇ କଟାକ୍ଷ କରି ‘ସାଇବେରିଆନ୍ ବାର୍ଡ’ ବୋଲି କହିଥିଲେ। ଏହାର କଡ଼ା ଜବାବ ରଖିଥିଲେ ଶଶୀଭୂଷଣ। ଏହି ଘଟଣାର ଭିଡିଓ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଭାଇରାଲ୍ ହେଲା। ଏହାପରେ ବାଧ୍ୟ ହୋଇ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ବାର୍ତ୍ତା ଜାରିକଲେ। ଏହା ନିଆଁରେ ଘିଅ ଢାଳିବା ଭଳି କାମ କରିଛି। ଏଥିରେ ସେ ଦଳୀୟ ନେତୃତ୍ବକୁ ଟାର୍ଗେଟ୍ କରିଛନ୍ତି, ନା  ଶଶୀଭୂଷଣ ସାହୁଙ୍କୁ କଟାକ୍ଷ କରିଛନ୍ତି, ତାହାକୁ ନେଇ ଲୋକେ ସନ୍ଦିହାନ ଅଛନ୍ତି।

 ଏବେ ନିଜେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବାଲେଶ୍ବର ବିଜେଡି ଜିଲ୍ଲା ସଭାପତି ଥିବାରୁ ଏହା ଦଳ ଭିତରେ ଅଧିକ କନ୍ଦଳ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିପାରେ ବୋଲି କୁହାଯାଉଛି। ଆଗକୁ ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀକୁ ବ୍ୟାପିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏଣେ ଏହି କନ୍ଦଳକୁ ପ୍ରଶମିତ କରିବା ଲାଗି ଏଯାଏ ଦଳର ଶୀର୍ଷ ନେତୃତ୍ବଙ୍କ ପକ୍ଷରୁ କୌଣସି ଉଦ୍ୟମ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe