new CRPF camp Photograph: (Sambad )
ମାଲକାନଗିରି: ସୀମାନ୍ତରେ ନକ୍ସଲଙ୍କୁ ଦମନ କରିବାରେ ପୁଲିସ ଆଉ ପାଦେ ଆଗେଇଛି। ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଠାରୁ ଗୋଲାପାଲୀ ରାସ୍ତାର ଉସକାବାୟା ଠାରେ ଏକ ନୂତନ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ନକ୍ସଲଙ୍କୁ ଘରକୁ ଫେରିଆସ ଯୋଜନାରେ ଏହି କ୍ୟାମ୍ପ କରାଯାଇଥିବା ପୁଲିସ କହିଛି।
କୋଣ୍ଟା ଠାରୁ ଗୋଲାପାଲି ଏବଂ କିଷ୍ଟରାମକୁ ଯାଉଥିବା ରାସ୍ତା ଏବେ ନକ୍ସଲ ମୁକ୍ତ ହେଲା। କୋଣ୍ଟା ଠାରୁ କିଷ୍ଟରାମକୁ ଶହେ କିଲୋମିଟର ପଡୁଥିଲା। ଏବେ ଏହି ପୁଲିସ କ୍ୟାମ୍ପ ପରେ କୋଣ୍ଟା ଠାରୁ କିଷ୍ଟରାମ ମାତ୍ର ୪୦ କିଲୋମିଟର ପଡିବ। ସରକାର କୋଣ୍ଟା ଠାରୁ କିଷ୍ଟରାମ ପର୍ଯ୍ୟନ୍ତ ଏକ ନୂତନ ସଡକ ନିର୍ମାଣ କରିବେ। ଏହି ଅଂଚଳରେ ନକ୍ସଲଙ୍କର ଗତିବିଧି ବଢୁଥିବାରୁ ଅଂକୁଶ ଲାଗିବ ବୋଲି ପୁଲିସ କହିଛି।
ଏହି ଅଂଚଳର ଲୋକେ ସରକାରୀ ଯୋଜନା ପାଇପାରୁନଥିବାରୁ ଏବେ ସବୁ ଯୋଜନାରେ ସାମିଲ ହୋଇପାରିବେ ବୋଲି କୁହାଯାଇଛି।ଗତ ୨୦୨୪ ମସିହାରୁ ଆଜି ପର୍ଯ୍ୟନ୍ତ ସୁକମା ଜିଲ୍ଲାରେ ୧୨ଟି ନୂତନ କ୍ୟାମ୍ପ ପ୍ରତିଷ୍ଠା ହୋଇସାରିଲାଣି। ସୁକମାରେ ଗତ ୨୦୨୪ରୁ ଆଜି ପର୍ଯ୍ୟନ୍ତ ୩୭୬ ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ଏହି କ୍ୟାମ୍ପ ପ୍ରତିଷ୍ଠା ପରେ ଏହି ଅଂଚଳର ନକ୍ସଲ ମଧ୍ୟ ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ପୁଲିସ ଆଶା ବାନ୍ଧିଛି। ସୁକମା ଅଂଚଳରୁ ନକ୍ସଲଙ୍କୁ ସଂପୂର୍ଣ୍ଣ ବିତାଡିତ କରାଯିବ ବୋଲୁ କୁହାଯାଇଛି।
Naxal | Malkangiri
Follow Us